Advertisment

“ପ୍ରେରଣାର ଉତ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ”

ତିନି ଦିନିଆ ଭାରତ ଗସ୍ତରେ ଆସି ପହଞ୍ଚିଥିବା ଡେନମାର୍କର ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡ୍ରିକ୍ସନ୍ ଶନିବାର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଏହି ବୈଠକରେ ମେଟେ ମୋଦୀଙ୍କର ବିଦେଶ ନୀତିକୁ ପ୍ରଶଂସା କରିବା ସହ ଦୁଇ ଦେଶ ମଧ୍ୟରେ ସମ୍ପର୍କର ସମୀକ୍ଷା କରିବା ଦିଗରେ ଆଲୋଚନା କରିଥିଲେ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
 Mette Frederiksen and Narendra Modi

Mette Frederiksen and Narendra Modi

ନୂଆଦିଲ୍ଲୀ : ତିନି ଦିନିଆ ଭାରତ ଗସ୍ତରେ ଆସି ପହଞ୍ଚିଥିବା ଡେନମାର୍କର ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡ୍ରିକ୍ସନ୍ ଶନିବାର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଏହି ବୈଠକରେ ମେଟେ ମୋଦୀଙ୍କର ବିଦେଶ ନୀତିକୁ ପ୍ରଶଂସା କରିବା ସହ ଦୁଇ ଦେଶ ମଧ୍ୟରେ ସମ୍ପର୍କର ସମୀକ୍ଷା କରିବା ଦିଗରେ ଆଲୋଚନା କରିଥିଲେ । ବୈଠକର ଶେଷରେ ସେ ମୋଦୀଙ୍କୁ ପ୍ରଶଂସା କରିବାକୁ ଯାଇ କହିଥିଲେ ଯେ ମୋଦୀ ହେଉଛନ୍ତି ସାରା ବିଶ୍ୱ ପାଇଁ ପ୍ରେରଣାର ଉତ୍ସ୍ୟ । ସେ କହିଛନ୍ତି ଯେ କି ସେ ଗର୍ବିତ ଯେହେତୁ ମୋଦୀ ତାଙ୍କର ଭାରତ ପରିଦର୍ଶନର ନିମନ୍ତ୍ରଣକୁ ଗ୍ରହଣ କରିଛନ୍ତି ।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ସମୟରେ ଡେନମାର୍କର ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡ୍ରିକ୍ସନ୍ ଜଳ, ସବୁଜ ଇନ୍ଧନ, ସ୍ୱାସ୍ଥ୍ୟ ଏବଂ କୃଷି ଭଳି କ୍ଷେତ୍ରରେ ଏକାଠି କାମ କରିବାକୁ ନେଇ ଆଲୋଚନା କରିଛନ୍ତି । ଏହି ବୈଥକରେ ଦିଉ ଦେଶର କରୋନା ସ୍ଥିତି ଉପରେ ମଧ୍ୟ ଆଲୋଚନା କରାଯଇଥିଲା । ବୈଠକ ଶେଷ ହେବା ପରେ ଦୁଇ ଦେଶ ମଧ୍ୟରେ ଅନେକ ଦ୍ୱିପାକ୍ଷିକ ଚୁକ୍ତିନାମା ହୋଇଥିବାର ସୂଚନା ମିଳିଛି ।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏହି ବୈଠକ ମାଧ୍ୟମରେ ସେ ପ୍ରଥମ ଥର ମେଟେଙ୍କ ସହ ସାକ୍ଷାତକାର ହୋଇଥିଲେ ମଧ୍ୟ ପୂର୍ବରୁ ତାଙ୍କ ମଧ୍ୟରେ ଅନେକ ଥର କରୋନା ମହାମାରୀକୁ ନେଇ ଆଲୋଚନା ହୋଇଛି । ମୋଦୀ କହିଛନ୍ତି ଯେ ଡେନମାର୍କର ଟେକ୍ନୋଲୋଜି ଏବଂ ପାରଦର୍ଶୀତା ଭାରତ ପାଇଁ ପ୍ରଧାନ ଭୂମିକା ଗ୍ରହଣ କରିପାରିବ । ଏହି ବୈଠକରେ ଦୁଇ ଦେଶ ମଧ୍ୟରେ ବିଦେଶ ନୀତି କୁ ସମୀକ୍ଷା କରିବା ଏବଂ ପାର୍ଟନରସିପ୍ ବ୍ୟବସାୟ ଦିଗରେ ଆଲୋଚନା କରାଯାଇଥିଲା ।

ମୋଦୀଙ୍କ ପୂର୍ବରୁ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ମେଟେ ଫ୍ରେଡ୍ରିକ୍ସନଙ୍କୁ ଭେଟିଥିଲେ । ମେଟେଙ୍କ ପ୍ରଥମ ଥର ଭାରତ ପରିଦର୍ଶନକୁ ନେଇ ତାଙ୍କୁ ସ୍ୱାଗତ ଜଣାଇଥିଲେ । ଡେନମାର୍କର ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡ୍ରିକ୍ସନ ୯ ରୁ ୧୧ ଅକ୍ଟୋବର ଯାଏଁ ଭାରତ ଗ୍ରସ୍ତରେ ଆସିଥିବାର ସୂଚନା ମିଳିଛି । ଭାରତ ଏବଂ ଡେନମାର୍କର ବାଣିଜ୍ୟ ଏବଂ ନିବେଶ କ୍ଷେତ୍ରରେ ଭଲ ସମ୍ପର୍କ ରହିଛି। ଭାରତରେ ୨୦୦ ରୁ ଅଧିକ ଡେନମାର୍କ କମ୍ପାନୀ ଉପସ୍ଥିତ ଥିବାବେଳେ ଡେନମାର୍କରେ ୬୦ ରୁ ଅଧିକ ଭାରତୀୟ କମ୍ପାନୀ ରହିଛି । ଅକ୍ଷୟ ଶକ୍ତି, ସ୍ୱଚ୍ଛ ପ୍ରଯୁକ୍ତିବିଦ୍ୟା, ଜଳ ଏବଂ ବର୍ଜ୍ୟବସ୍ତୁ ପରିଚାଳନା, କୃଷି ଏବଂ ପଶୁପାଳନ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ଡିଜିଟାଲାଇଜେସନ୍, ସ୍ମାର୍ଟ ସିଟି, ସିପିଂ କ୍ଷେତ୍ରରେ ଦୁଇ ଦେଶର ଦୃଢ ସହଯୋଗ ରହିଛି ।

Virtual Meeting Narendra Modi Mette Frederikse
Advertisment
Advertisment