road collapsed in delhi
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ସୋମବାର ସକାଳୁ ସକାଳୁ ଘଟିଛି ଏକ ଅଘଟଣ। ହଠାତ୍ ଧସି ଯାଇଥିଲା ରାସ୍ତା। ଆଉ ତା ଭିତରେ ପଶି ଯାଇଥିଲା ଏକ କାର। ଦିଲ୍ଲୀରେ ସୋମବାର ସକାଳୁ ସକାଳୁ ମୂଷଳ ଧାରାରେ ବର୍ଷା ଲାଗି ରହିଥିଲା। ରାଜଧାନୀର ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଥିଲା । ଆଇଟିଓ, ରିଂଗ ରୋଡ, ମଥୁରା ରୋଡ ସହିତ ଅନେକ ଅଞ୍ଚଳ ବର୍ଷା ଜଳରେ ବୁଡ଼ି ରହିଥିଲା। ବର୍ଷାବିତ୍ପାତ ଲାଗି ରହିଥିବାବେଳେ ଦ୍ୱାରକାରେ ଏକ ଦୁର୍ଘଟଣା ଘଟିଯାଇଛି। ରାସ୍ତା ଧସି ଯିବା କାରଣରୁ ଦିଲ୍ଲୀ ପୋଲିସର ଜଣେ କନେଷ୍ଟବଳଙ୍କ ଗାଡ଼ି ମାଟି ଭିତରେ ଫସି ଯାଇଛି।
ଦୁର୍ଘଟଣା ଘଟିଛି ସେକ୍ଟର ୧୮ରେ। ଦିଲ୍ଲୀର ଜଣେ କନଷ୍ଟେବଲ୍ ଅଶ୍ୱିନର ନିଜର ଜଣେ ସାଙ୍ଗଙ୍କୁ ଦେଖା କରି ଫେରୁଥିଲେ। ଏହି ସମୟରେ ସେକ୍ଟର ୧୮ରେ ରାସ୍ତା ସହ ତାଙ୍କର ଗାଡ଼ି ଧସିଗଲା। ଦୁର୍ଘଟଣାବେଳେ ସେ ଗାଡ଼ି ଭିତରେ ଏକା ଥିଲେ। ଯାହା ବି ହେଉ, ସେ କୌଣସି ପ୍ରକାରେ ଗାଡ଼ି ଭିତରୁ ବାହାରିବାରେ ସକ୍ଷମ ହୋଇଥିଲେ। ତେବେ ରାସ୍ତା ସହ କାର ଧସି ଯାଇଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା।
ଅଶ୍ୱିନୀ ଟ୍ରାଫିକ ପୋଲିସ ଭାବେ ପଟେଲ ନଗର ସର୍କିଲରେ ଦାୟିତ୍ୱରେ ଥିଲେ। ରାସ୍ତାରେ ଧସି ଯାଇଥିବା ତାଙ୍କ କାରକୁ ବାହାର କରିବା ପାଇୱ ଟ୍ରାଫିକ ପୋଲିସର କ୍ରେନ ଆସିଥିଲା। କ୍ରେନ ସହାୟତାରେ ତାଙ୍କର କାରକୁ ବାହାର କରାଯାଇଥିଲା। ପରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା।
ପିଟିଆଇ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ସୋମବାର ଦିନ ପ୍ରବଳ ବର୍ଷାରେ ଦିଲ୍ଲୀର ପ୍ରହଲ୍ଲାଦ ପୁର ଜଳମଗ୍ନ ହୋଇ ଯାଇଥିଲା। ଜଳମଗ୍ନ ରେଳ ଅଣ୍ଡରପାସ୍ ନିକଟରେ ସେଲ୍ଫି ନେବା ସମୟରେ ଜଣେ ବ୍ୟକ୍ତି ବୁଡି ଯାଇ ମୃତ୍ୟୁମୁଖରେ ପଡ଼ିଥିଲେ। ପୋଲିସର କହିବା ଅନୁଯାୟୀ, ସ୍ଥାନୀୟ ଲୋକେ ସୂଚନା ଦେଇଥିଲେ ଯେ, ଅଣ୍ଡରପାସ୍ର ଭିଡିଓ କରିବା ପାଇଁ ଏବଂ ସେଲ୍ଫି ନେଉଥିବାବେଳେ ବ୍ୟକ୍ତି ଜଣକ ବୁଡ଼ି ଯାଇଥିଲେ। ପ୍ରବଳ ବର୍ଷା ଯୋଗୁ ଦିଲ୍ଲୀ ପ୍ରମୁଖ ରାସ୍ତା ଜଳମଗ୍ନ ହୋଇଯାଇଛି। ଆଇଟିଓ, ବାହାରୀ ଦିଲ୍ଲୀର ନରେଲା-ଲାମପୁର ଅଣ୍ଡରପାସ, ରିଂଗ ରୋଡ଼, ପ୍ରଗତି ମୈଦାନ ଆଖପାଖ ଇଲାକା, ପାଲମ, କିରାରୀ, ରୋହତକ ରୋଡ଼, ଧୌଲା କୁଆଁ, କିଶନଜଙ୍ଗ ରେଳ ଅଣ୍ଡର ବ୍ରିଜ, କାପସହେଡା ଅଣ୍ଡରପାସ, ଆଜାଦପୁର, ବିକାଶମାର୍ଗ, ଗୀତା କଲୋନୀ ଏବଂ ରାମଦେବ ଚୌକ ନରେଲା ଆଦି ଜଳମଗ୍ନ ହୋଇ ଯାଇଛି।
@ndtvindia@DelhiPolice@dtptraffic
दिल्ली पुलिस के द्वारका इलाके ट्रैफिक पुलिस में तैनात कॉन्स्टेबल अश्वनी की कार सड़क में समा गयी, कार चला रहे अश्वनी बाल बाल बचे pic.twitter.com/cJUwlt3zyJ— Mukesh singh sengar मुकेश सिंह सेंगर (@mukeshmukeshs) July 19, 2021