noise pollution
ନୂଆଦିଲ୍ଲୀ: ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ଦିଲ୍ଲୀ ସରକାର କଠୋର ପଦକ୍ଷେପ ନେଇଛନ୍ତି। ଦିଲ୍ଲୀ ପ୍ରଦୂଷଣ କଣ୍ଟ୍ରୋଲ କମିଟି ଶବ୍ଦ ପ୍ରଦୂଷଣ ମାମଲାରେ ଥିବା ଜରିମାନା ରାଶିର ସଂଶୋଧନ କରିଛନ୍ତି। ନୂଆ ସଂଶୋଧନ ଅନୁଯାୟୀ, ଶବ୍ଦ ପ୍ରଦୂଷଣ କରୁଥିବା ପ୍ରତ୍ୟକ ବ୍ୟକ୍ତିଙ୍କ ଉପରେ ଏକ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯିବ। ଏଥି ସହିତ ଜେନେରେଟର ସେଟର ଶବ୍ଦ ପ୍ରଦୂଷଣକୁ ନେଇ ମଧ୍ୟ କାର୍ଯ୍ୟନୁଷ୍ଠାନ ନିଆଯିବ। ଏହା ବ୍ୟତୀତ ଧ୍ୱନି ପ୍ରଦୂଷଣ କରୁଥିବା ପ୍ଲାଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ସଂଶୋଧନ ବିଲକୁ ନାଶନାଲ ଗ୍ରୀନ ଟ୍ରିବ୍ୟନାଲ (NGT) ମଧ୍ୟ ସ୍ୱୀକୃତି ଦେଇଛି।
Advertisment
Also Read
ତେବେ ଆସନ୍ତୁ ଜାଣିବା, କେଉଁଥିପାଇଁ କେତେ ରହିଛି ଜରିମାନା ପାଇଁ ପ୍ରସ୍ତାବ ରହିଛି-
- ଲାଉଡ ସ୍ପିକର ବା ପବ୍ଲିକ ଆଡ୍ରେସ ସିଷ୍ଟମ ବ୍ୟବହାର କରୁଥିଲେ ୧୦ ହଜାର ଟଙ୍କା ଜରିମାନା ପାଇଁ ଧାର୍ଯ୍ୟ କରାଯାଇଛି। ଏହା ସହିତ ଏସବୁ ଜିନିଷକୁ ମଧ୍ୟ ଜବତ କରାଯିବ।
- ୧୦୦୦ କେବିଏ ଅର୍ଥାତ୍ ଡିଜି ସେଟ୍ ଯୋଗୁ ଶବ୍ଦ ଉପରେ ୧୦ ଟଙ୍କା ଜରିମାନା ସହ ସାମଗ୍ରୀ ସିଲ୍
- ୬୨.୫ କେବିଏରୁ ୧୦୦୦ କେବିଏ ପର୍ଯ୍ୟନ୍ତ ଡିଜି ସେଟ ଉପରେ ୨୫ ହଜାର ଟଙ୍କା ଜରିମାନା ସହ ସମସ୍ତ ଉପକରଣ ସିଲ
- ୬୨.୫ କେବିଏ ଜେନେରେଟର ଉପରେ ଉପକରଣ ସିଲ ଏବଂ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ନିର୍ଦ୍ଧାରଣ କରାଯାଇଛି
- କନ୍ଷ୍ଟ୍ରକ୍ସନ ପାଇଁ ବ୍ୟବହୃତ ମେସିନରୁ ବାହାରୁଥିବା ଶବ୍ଦ ପାଇଁ ଉପକରଣ ସିଲ ସହ ୧୦ ହଜାର ଜରିମାନା
- ରେସିଡେନ୍ସିଆଲ ବା କମର୍ସିଆଲ ସ୍ଥାନରେ ବାଣ ଫୁଟାଉଥିଲେ ୧ ହଜାର ଟଙ୍କା ଜରିମାନା
- ସାଇଲେଣ୍ଟ ଜୋନ୍ରେ ବାଣ ଫୁଟାଇଲେ ୩ ହଜାର ଫାଇନ
- ରେସିଡେନ୍ସିଆଲ, କମର୍ସିଆଲ ତଥା ପବ୍ଲିକ ସ୍ଥାନରେ ରାଲି, ବାରାତ୍, ବିବାହ ସମାରୋହ, ଧାର୍ମିକ ସମାରୋହ କରୁଥିଲେ ୧୦ ହଜାର ଜରିମାନା
- ସାଇଲେଣ୍ଟ ଜୋନ୍ରେ ରାଲି, ବାରାତ୍, ବିବାହ ସମାରୋହ, ଧାର୍ମିକ ସମାରୋହ କରୁଥିଲେ ୨୦ ହଜାର ଟଙ୍କା ଜରିମାନା ପାଇଁ ଏହି ସଂଶୋଧନରେ ପ୍ରସ୍ତାବ ଦିଆଯାଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)


/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)