Advertisment

ଦିଲ୍ଲୀରୁ ଧରାପଡ଼ିଲା ପାକିସ୍ତାନୀ ଆତଙ୍କବାଦୀ

ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଚଢ଼ାଉ କରି ଦିଲ୍ଲୀ ଲକ୍ଷ୍ମୀନଗରର ରମେଶ ପାର୍କ ଏରିଆରୁ ଜଣେ ପାକିସ୍ତାନୀ ଆତଙ୍କବାଦୀକୁ ଧରିଛନ୍ତି। ନବରାତ୍ରି ପୂଜା ଚାଲି ଥିବାବେଳେ ଏହି ସମୟରେ କିଛି ବଡ଼ ଧରଣର ଆକ୍ରମଣ କରିବାକୁ ଆତଙ୍କବାଦୀମାନେ ପ୍ଲାନିଂ କରିଥିଲେ ବୋଲି ଜଣାପଡ଼ିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Delhi Police

Delhi Police

ନୂଆଦିଲ୍ଲୀ: ଦିଲ୍ଲୀରୁ ଧରାପଡ଼ିଲା ପାକିସ୍ତାନୀ ଆତଙ୍କବାଦୀ। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଚଢ଼ାଉ କରି ଦିଲ୍ଲୀ ଲକ୍ଷ୍ମୀନଗରର ରମେଶ ପାର୍କ ଏରିଆରୁ ଜଣେ ପାକିସ୍ତାନୀ ଆତଙ୍କବାଦୀକୁ ଧରିଛନ୍ତି। ଧରା ପଡ଼ିଥିବା ଆତଙ୍କବାଦୀର ନାଁ ମହମ୍ମଦ ଅଶରଫ୍‌ ଓରଫ୍‌ ଅଲ୍ଲୀ। 

Advertisment

ଡକ୍ୟୁମେଣ୍ଟ ଜାଲିଆତି କରି ଫେକ୍‌ ଆଇଡି କରି ଭାରତୀୟ ନାଗରିକ ଭାବେ ଆତଙ୍କବାଦୀ ମହମ୍ମଦ ଅଶରଫ୍‌ ଦିଲ୍ଲୀର ଶାସ୍ତ୍ରୀ ନଗରରେ ରହି ଆସୁଥିଲା। ହେଲେ ଶେଷରେ ସେ ପୋଲିସ୍‌ ହାତରେ ଧରାପଡ଼ିଛି। 

ମହମ୍ମଦ ଅଶରଫ୍‌ ନିକଟରୁ ଗୋଟିଏ ଏକେ-୪୭ ରାଇଫଲ୍‌ ସହ ୬୦ଗୁଳି ଲୋଡ୍ ଥିବା ମାଗାଜିନ୍, ଗୋଟିଏ ହ୍ୟାଣ୍ଡ୍‌ ଗ୍ରେନେଡ୍, ୨ଟି ଅତ୍ୟାଧୁନିକ ପିସ୍ତଲ ସହ ୫୦ ରାଉଣ୍ଡ ଗୁଳି ଜବତ ହୋଇଛି। ନବରାତ୍ରି ପୂଜା ଚାଲି ଥିବାବେଳେ ଏହି ସମୟରେ କିଛି ବଡ଼ ଧରଣର ଆକ୍ରମଣ କରିବାକୁ ପ୍ଲାନିଂ ହୋଇଥିଲା ବୋଲି ଜଣାପଡ଼ିଛି। 

Advertisment

ଆତଙ୍କବାଦୀ ମହମ୍ମଦ ଅଶରଫ୍‌ ପାକିସ୍ତାନର ପଞ୍ଜାବ ପ୍ରଦେଶର ବୋଲି ସୂଚନା ମିଳିଛି। 

Pakistani Terrorist Terrorist New Delhi
Advertisment
Advertisment