/odishatv-khabar/media/post_attachments/uploadimage/library/16_9/16_9_0/ramdeb_1626171116.jpg)
baba ramdev
ନୂଆଦିଲ୍ଲୀ: ଏଲୋପାଥିକୁ ନେଇ ଅଶୋଭନୀୟ ଟିପ୍ପଣୀ ପାଇଁ ଦିଲ୍ଲୀ ହାଇକୋର୍ଟ ଆଜି ଯୋଗ ଗୁରୁ ବାବା ରାମଦେବଙ୍କୁ ନୋଟିସ୍ ଜାରି କରିଛନ୍ତି । ବାବା ରାମଦେବ ଏଲୋପାଥି ଓ ଡାକ୍ତରମାନଙ୍କ ସମ୍ବନ୍ଧରେ ଭୁଲ୍ ତଥ୍ୟର ପ୍ରସାର କରାଉଥିବା ଏହି ନୋଟିସରେ କହିଛନ୍ତି ହାଇକୋର୍ଟ । ଅଗଷ୍ଟ ୧୦ ତାରିଖରେ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି କରାଯିବ ।
ପୂର୍ବରୁ ବାବା ରାମଦେବ ଏଲୋପାଥି ଓ ଡାକ୍ତରମାନଙ୍କୁ ନେଇ ବିବାଦୀୟ ଟିପ୍ପଣୀ ଦେବା ସହ କୋଭିଡ୍ ସମୟରେ ଡାକ୍ତରମାନଙ୍କ କାମକୁ ମଧ୍ୟ ସମାଲୋଚନା କରିଥିଲେ । ତେବେ ବାବା ରାମଦେବଙ୍କ ଟିପ୍ପଣୀକୁ ନେଇ ଭିଡିଓ ଭାଇରାଲ୍ ହେବା ପରେ ଏହାକୁ ନେଇ ସେ ପ୍ରତିକ୍ରିୟା ରଖିଥିଲେ । ଏହାସହ କିଛି ଦିନ ପରେ ସେ ଦେଇଥିବା ମନ୍ତବ୍ୟକୁ ଫେରାଇ ନେଇଥିଲେ ।
Also Read
ତେବେ ବାବା ରାମଦେବଙ୍କ ମନ୍ତବ୍ୟକୁ ନେଇ ସେତେବେଳେ ସବୁଆଡ଼ୁ ସମୋଲୋଚନାର ସୁଅ ଛୁଟିଥିଲା । ଯାହା ପରେ ତତ୍କାଳୀନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ବାବା ରାମଦେବଙ୍କୁ ତାଙ୍କ ମନ୍ତବ୍ୟ ଫେରାଇ ନେବାକୁ କହିଥିଲେ । ସେପଟେ ଆଇଏମ୍ଏ ଏହାକୁ ନେଇ ତାଙ୍କ ବିରୋଧରେ ଏକ ମାନହାନୀ ମକଦ୍ଦମା ଦାଏର କରିଥିଲା ।
ସେତେବେଳେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଥିଲେ ଯେ, ଏଲୋପାଥତ୍ ଔଷଧ ନେଇ ବାବା ରାମଦେବ ଯେଉଁ ମନ୍ତବ୍ୟ ଦେଇଥିଲେ ସେହି ମନ୍ତବ୍ୟ କରୋନା ଯୋଦ୍ଧାଙ୍କୁ ଆଘାତ ଦେଇଛି । ଲୋକଙ୍କ ଜୀବନ ବଞ୍ଚାଉଥିବା ଏଲୋପାଥିକୁ ନେଇ ଏଭଳି ମନ୍ତବ୍ୟ ଦୁର୍ଭାଗ୍ୟଜନକ । ଏଲୋପାଥିକୁ ତମାସା, ବେକାର ଓ ଦେବାଳିଆ କହିବା ଦୁର୍ଭାଗ୍ୟଜନକ ବୋଲି ଚିଠିରେ ଦର୍ଶାଇଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ । କରୋନା ଯୁଦ୍ଧରେ ଦେଶର ହଜାର ହଜାର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଜୀବନ ଦେଇଛନ୍ତି । ଏଭଳି ସମୟରେ ଏମିତି ବକ୍ତବ୍ୟ ସେମାନଙ୍କୁ ଓ ଦେଶବାସୀଙ୍କୁ ଆଘାତ ଦେଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)