covid-vaccination
ନୂଆଦିଲ୍ଲୀ: ଦେଶରେ ଦିଆଗଲା ୯୦ କୋଟିରୁ ଅଧିକ ଡୋଜ୍ କରୋନା ଟିକା। ଦେଶରେ କୋଭିଡ୍ ଟିକାକରଣ ଅଭିଯାନ ୯୦ କୋଟି ଡୋଜ୍ ଟପିଥିବା ଟୁଇଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୟ ଅନୁସନ୍ଧାନ ସ୍ଲୋଗାନ୍ ଦେଇଥିଲେ ଏବଂ କରୋନା ଭ୍ୟାକ୍ସିନ ସେହି ଅନୁସନ୍ଧାନର ଫଳ ବୋଲି ସେ ଲେଖିଛନ୍ତି । ମିଳିଥିବା ସୂଚନା ଅନୁସାରେ, ଏବେ ସୁଦ୍ଧା ପ୍ରାୟ ୬୫ କୋଟି ୭୦ ଲକ୍ଷ ପ୍ରଥମ ଡୋଜ୍ ଓ ୨୪ କୋଟି ୪୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍ ଟିକା ଦିଆସରିଛି। ସେପଟେ ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଆସନ୍ତା ୬ରୁ ୮ ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସତର୍କ କରିଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ।
Also Read
ଆସନ୍ତା ୬ରୁ ୮ ସପ୍ତାହ ପୂର୍ବଭଳି ସତର୍କତା ପାଳନ ନକଲେ ସ୍ଥିତି ବିଗିଡ଼ିପାରେ ବୋଲି ସେ ଚେତାଇ ଦେଇଛନ୍ତି। ଏଣେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ମଧ୍ୟ ଲୋକଙ୍କୁ ପାର୍ବଣ ବେଳେ ଗୋଟିଏ ସ୍ଥାନରେ ଏକାଠି ହୋଇ ଭିଡ଼ ନଜମାଇବାକୁ ନିବେଦନ କରିଛନ୍ତି। ବିଶେଷକରି ଦୋକାନ ବଜାର ଓ ସପିଂ ମଲରେ ଉଭୟ ଗ୍ରାହକ ଓ ବ୍ୟବସାୟୀ ଏଦିଗରେ ସଚେତନ ହେବା ଜରୁରୀ ବୋଲି ସେ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)


/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)