Advertisment

ଆସିଗଲା କି କରୋନାର ତୃତୀୟ ଲହର? ବେଙ୍ଗାଲୁରୁ, ହରିୟାଣା ଓ ହିମାଚଳରେ ଅଧିକରୁ ଅଧିକ ସ୍କୁଲ ପିଲା କରୋନା ପଜିଟିଭ୍‌

ବାଙ୍ଗାଲୋର ପରି ଏକ ବଡ ସହରରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି ସଂକ୍ରମଣ। ବେଙ୍ଗାଲୁରୁ ପ୍ରଶାସନ ଦେଇଥିବା ସୂଚନା ଅନୁସାରେ, କରୋନାରେ ସଂକ୍ରମିତ ହୋଇଥିବା ପିଲାଙ୍କ ମଧ୍ୟରେ ୧୨୭ ଜଣ ପିଲା ୯ ବର୍ଷ ପର୍ଯ୍ୟନ୍ତ ରହିଥିବା ବେଳେ ୧୦ ରୁ ୧୯ ବର୍ଷ ମଧ୍ୟରେ ୧୭୪ ଜଣ ଆକ୍ରାନ୍ତ ହୋଇଛନ୍ତି। କେବଳ ଅଗଷ୍ଟ ୫ ରୁ ୧୦ ମଧ୍ୟରେ ଏମାନେ ଆକ୍ରାନ୍ତ ହୋଇଛନ୍ତି ଯାହାକୁ ନେଇ ଚିନ୍ତା ବଢିବାରେ ଲାଗିଛି।

author-image
Sarbeswar
ଆସିଗଲା କି କରୋନାର ତୃତୀୟ ଲହର? ବେଙ୍ଗାଲୁରୁ, ହରିୟାଣା ଓ ହିମାଚଳରେ ଅଧିକରୁ ଅଧିକ ସ୍କୁଲ ପିଲା କରୋନା ପଜିଟିଭ୍‌

School studet corona affect

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନା ମହାମାରୀ ଟେନ୍‌ସନ୍‌ ଦେବାରେ ଲାଗିଛି। ମୋଟ୍‌ ଉପରେ ଦେଶରେ ଏବେ ବି କରୋନାଭାଇରସର ବିପଦ ଶେଷ ହୋଇନାହିଁ। କରୋନାର ଦ୍ୱିତୀୟ ଲହର ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ ଆଉ ତୃତୀୟ ଲହର ଘର ଦ୍ୱାରେ ଆସି ପହଞ୍ଚିଲାଣି। ଦେଶର ଅନେକ ରାଜ୍ୟରେ କରୋନା କଟକଣା ଏହାରି ମଧ୍ୟରୋ କୋହଳ ହୋଇଛି। ଆଉ ଏହି ସମୟରେ ସ୍କୁଲ ଓ କଲେଜ୍‌ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି ଯାହାକୁ ନେଇ ଚିନ୍ତା ବଢିଛି। ସ୍କୁଲ ଖୋଲିବା ପରେ ଏବେ ପିଲାମାନେ ବିପଦରେ ଅଛନ୍ତ। ଆଉ କର୍ଣ୍ଣାଟକର ବାଙ୍ଗାଲୋରରେ ସ୍ଥିତି ଜଟିଳ ଥିବା କୁହାଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ସହରରେ ସ୍କୁଲ ଖୋଲିବାର ମାତ୍ର ୬ ଦିନ ମଧ୍ୟରେ ପାଖାପାଖି ୩୦୦ ପିଲା କରୋନାରେ ସଂକ୍ରମିତ ହୋଇଛନ୍ତି।

Advertisment

ବାଙ୍ଗାଲୋର ପରି ଏକ ବଡ ସହରରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି ସଂକ୍ରମଣ। ବେଙ୍ଗାଲୁରୁ ପ୍ରଶାସନ ଦେଇଥିବା ସୂଚନା ଅନୁସାରେ, କରୋନାରେ ସଂକ୍ରମିତ ହୋଇଥିବା ପିଲାଙ୍କ ମଧ୍ୟରେ ୧୨୭ ଜଣ ପିଲା ୯ ବର୍ଷ ପର୍ଯ୍ୟନ୍ତ ରହିଥିବା ବେଳେ ୧୦ ରୁ ୧୯ ବର୍ଷ ମଧ୍ୟରେ ୧୭୪ ଜଣ ଆକ୍ରାନ୍ତ ହୋଇଛନ୍ତି। କେବଳ ଅଗଷ୍ଟ ୫ ରୁ ୧୦ ମଧ୍ୟରେ ଏମାନେ ଆକ୍ରାନ୍ତ ହୋଇଛନ୍ତି ଯାହାକୁ ନେଇ ଚିନ୍ତା ବଢିବାରେ ଲାଗିଛି।

Advertisment

କେବଳ ଦକ୍ଷିଣ ଭାରତରେ ନୁହେଁ ବରଂ ଉତ୍ତର ଭାରତରେ ସ୍ଥିତି ମଧ୍ୟ ସଙ୍ଗୀନ ହେବାରେ ଲାଗିଛି। ଓ କଲେଜ ଖୋଲିବା ପରେ କରୋନା ଏଠାରେ ମଧ୍ୟ ନିଜର କାୟାବିସ୍ତାର କରିବାରେ ଲାଗିଛି। ହିମାଚଳ ପ୍ରଦେଶରେ ପ୍ରାୟ ୬୨ ଜଣ ଛାତ୍ର କରୋନାରେ ସଂକ୍ରମିତ ହୋଇଛନ୍ତ। ସେହିପରି ପଞ୍ଜାବରେ ମଧ୍ୟ ୨୭ ଟି ସ୍କୁଲରେ ପିଲାମାନେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସେହିପରି ହରିୟାଣା ବିଦ୍ୟାଳୟରେ କରୋନା ମାମଲା ମଧ୍ୟ ଦେଖିବାକୁ ମିଳିଛି। ସେପଟେ କରୋନା ବ୍ୟାପୁଥିବାରୁ ଆସନ୍ତା ୨୨ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶରେ ସ୍କୁଲ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।

ତେବେ ଦେଶରେ ପୁଣି ଥରେ ବଢିଲା ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ୪୧,୧୯୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୯୦ ଜଣଙ୍କ ଯାଇଛି ଜୀବନ। ଏହାସହ ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍‌ ୩,୨୦,୭୭,୭୦୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୪,୨୯,୬୬୯ରେ ପହଞ୍ଚିଛି। ଏହାସହ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗତ ୨୪ ଘଂଟାରେ ଦେଶରେ ମୋଟ୍‌ ୩୯,୦୬୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ମୋଟ୍‌ ଉପରେ ଏବେ ଦେଶରେ କରୋନାରୁ ସୁସ୍ଥ ହେଲେଣି୩,୧୨,୬୦,୦୫୦ ଜଣ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏବେ ବି ଦେଶରେ ଆକ୍ଚିଭ୍‌ କେସ୍‌ର ସଂଖ୍ୟା ୩,୮୭,୯୮୭ ରହିଛି। ଯାହାକୁ ନେଇ ସରକାରଙ୍କ ଚିନ୍ତା ବଢିଛି

Corona. Covid19 India School
Advertisment
Advertisment