Advertisment

ଖୁବ୍‌ ଶୀଘ୍ର କମିବ ଖାଇବା ତେଲ ଦର !

ଖୁବ୍‌ ଶୀଘ୍ର ଖାଇବା ତେଲ ଦର କମିବ।  ଖାଇବା ତେଲ ଆମଦାନୀ ହ୍ରାସ କରିବା ପାଇଁ କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୁଧବାର ନାଶନାଲ ମିଶନ ଅନ ଏଡିବୁଲ୍‌ ଅଏଲସ୍‌ (ଅଏଲ ପାମ୍‌) ପାଇଁ ୧୧, ୦୪୦ କୋଟି ଟଙ୍କା ମଞ୍ଜୁରୀ ଦେଇଛନ୍ତି।

author-image
Minati Mishra
ଅଦ୍ୟତନ ହୋଇଛି
ଖୁବ୍‌ ଶୀଘ୍ର କମିବ ଖାଇବା ତେଲ ଦର !

cooking oil will soon be cheaper

ନୂଆଦିଲ୍ଲୀ: ଖାଇବା ତେଲ ଦର ଆକାଶଛୁଆଁ ହୋଇଛି। ଲିଟର ପିଛା ଦର ୧୮୦ ଟଙ୍କା ଛୁଇଁଥିବାବେଳେ ସାଧାରଣ ଖାଉଟିଙ୍କ ପାଇଁ ବୋଝ ହୋଇପଡିଛି। ତେବେ ଖାଇବା ତେଲ ଦରକୁ ନେଇ ମିଳିଛି ଏକ ଆଶ୍ୱସ୍ତିର ଖବର। ଖୁବ୍‌ ଶୀଘ୍ର ଖାଇବା ତେଲ ଦର କମିବ।  ଖାଇବା ତେଲ ଆମଦାନୀ ହ୍ରାସ କରିବା ପାଇଁ କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୁଧବାର ନାଶନାଲ ମିଶନ ଅନ ଏଡିବୁଲ୍‌ ଅଏଲସ୍‌ (ଅଏଲ ପାମ୍‌) ପାଇଁ ୧୧, ୦୪୦ କୋଟି ଟଙ୍କା ମଞ୍ଜୁରୀ ଦେଇଛନ୍ତି। 
ଆକାଶଛୁଆଁ ହେଉଥିବା ଖାଇବା ତେଲ ଦାମ ଉପରେ ଅଙ୍କୁଶ ଲଗାଇବା ପାଇଁ ଅଗଷ୍ଟ ୯ ତାରିଖ ପ୍ରଧାନମନ୍ତ୍ରୀ ପିଏମ ମୋଦି ଘୋଷଣା କରିଥିଲେ। ଖାଇବା ତେଲ ଦର ହ୍ରାସ ତଥା ଚାଷୀଙ୍କ ଆୟ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ମୋଦି ପାମ୍‌ ଅଏଲ ଉତ୍ପାଦନକୁ ନେଇ ଏକ ଯୋଜନା ଘୋଷଣା କରିଥିଲେ। ଖାଇବା ତେଲ ଉତ୍ପାଦନରେ ଦେଶ ଯେପରି ଆତ୍ମନିର୍ଭରଶୀଳ ହେବ ଏବଂ ଚାଷୀଙ୍କୁ କିପରି ଏହାର ଲାଭ ମିଳିବ ସେଥିପାଇଁ ମୋଦି ଜାତୀୟ ଖାଇବା ଦେଲ ମିଶନ (ପାମ ଅଏଲ)ର ଘୋଷଣା କରିଥିଲେ। ଏହି ମିଶନ ପାଇ ସରକାର ୧୧ ହଜାର କୋଟି ଟଙ୍କା ନିବେଶ କରିବେ। ଏହି ଯୋଜନା ଅନୁସାରେ ୨୦୨୫-୨୬ ସୁଦ୍ଧା ଦେଶରେ ପାମ ଅଏଲ ଉତ୍ପାଦନ ତିନି ଗୁଣା ବୃଦ୍ଧି ପାଇ ୧୧ ଲକ୍ଷ ମେଟ୍ରିକରେ ପହଞ୍ଚବାର ଲକ୍ଷ୍ୟ ରଖିଛନ୍ତି  କେନ୍ଦ୍ର ସରକାର ।
 ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଆୟୋଜିତ ମନ୍ତ୍ରିମଣ୍ଡଳ ବୈଠକରେ କୃଷି ମନ୍ତ୍ରାଳୟ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ପାମ ଚାଷ କରିବା ପାଇଁ ଚାଷୀଙ୍କୁ ସବ୍‌ସିଡି ଏବଂ ରୋପଣ ସାମଗ୍ରୀରେ ସହାୟତା ଦେବାକୁ ସରକାର ଘୋଷଣା କରିଛନ୍ତି। ଏଥିସହିତ ଚାଷୀଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ସରକାର ପ୍ରତିଶ୍ରୁତି ଦେଇଛନ୍ତି। 
ମୋଦି କହିଛନ୍ତି, ଭାରତରେ ପାମ ଅଏଲ ଚାଷ ପାଇ ସବୁପ୍ରକାର ସମ୍ଭାବନା ରହିଛି। ଏବେ ଭାରତରେ ୯୩ ଲକ୍ଷ ମେଟ୍ରିକ୍‌ ଟନ ପାମ୍‌ ଅଏଲ ବାର୍ଷିକ ଆବଶ୍ୟକ ପଡୁଥିବାବେଳେ ପାଖାପାଖି ୯୦ ପ୍ରତିଶତ ତେଲ ମାଲେଶିଆ ଏବଂ ଇଣ୍ଡୋନେସିଆରୁ ଆସୁଛି। 
ଏହି ଯୋଜନା ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ସାମ୍ବାଦିକଙ୍କୁ କହିଛନ୍ତି, ପାମ୍‌ ଅଏଲର କଞ୍ଚାମାଲ ଦାମ ସରକାର ସ୍ଥିର କରିବେ। ଏଥିସହିତ ସରକାର ଏକଥା ମଧ୍ୟ କହିଛନ୍ତି, ଯଦି ତେଲ ବଜାର ମୂଲ୍ୟ ହ୍ରାସ ପାଏ ଏବଂ ଫସଲର ଉଚିତ ମୂଲ୍ୟ ଚାଷୀକୁ ନ ମିଳେ ତେବେ ସରକାର ଚାଷୀଙ୍କୁ ତା ଫସଲର ବଳକା ମୂଲ୍ୟ ଭରଣା କରିବେ। 

Advertisment
Cooking Oil Edible Oil
Advertisment
Advertisment