• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗାଜିଆବାଦ : ଗ୍ରାହକଙ୍କ ବିଶ୍ୱାସରରେ ବିଷ । ଖାଇବା ନାଁରେ ଲୋକଙ୍କୁ ଧୋକା ଦେଉଥିଲେ ରୋଷେୟା । ଛେପ ଲଗାଇ ରୁଟି ସେକିବାର ଭିଡିଓ ଭାଇରାଲ୍ ହେବା ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ୍ । ଗାଜିଆବାଦର ଏକ ହୋଟେଲରେ ଛେପ ପକାଇ ତନ୍ଦୁରରେ ରୁଟି ସେକୁଥିବାର ଏକ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓ ନଗର କୋଟୱାଲି ଅଞ୍ଚଳର ବୋଲି ଜଣାପଡ଼ିଛି । ହିନ୍ଦୁ ରକ୍ଷା ଦଳଙ୍କ ଅଭିଯୋଗ ପରେ ନଗର କୋଟୱାଲି ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି ।

ଅଭିଯୁକ୍ତଙ୍କ ଜଣଙ୍କ ନାମ ହେଲା ତମିଜୁଦ୍ଦିନ । ସେ ବିହାରର କିଶନଗଞ୍ଜର ବାସିନ୍ଦା । ସେ ଗାଜିଆବାଦ ପଞ୍ଚାବଟିର ଅହିମସା ଭାଟିକା ଠାରେ ଥିବା ଚିକେନ୍ ପଏଣ୍ଟରେ ତନ୍ଦୁରି ରୋଟି ତିଆରି କରୁଥିଲେ ବୋଲି କହିଛନ୍ତି ନଗର କୋଟୱାଲିର ସିଭିଲ୍ ଲାଇନ୍ ଆଉଟପୋଷ୍ଟ ଦାୟିତ୍ୱରେ ଥିବା ଶିଶୁପାଲ ସୋଲାଙ୍କି । ଅଭିଯୁକ୍ତ ରୋଷେୟା ସହିତ ଢ଼ାବା ଅପରେଟର ଶାଦାବ ଏବଂ ସାହିଲଙ୍କ ବିରୋଧରେ ଅଭିଯୋଗ କରିଛି ହିନ୍ଦୁ ରକ୍ଷା ଦଳ । ଭିଡିଓଟି ଦୁଇ ଦିନ ପୁରୁଣା ବୋଲି କୁହାଯାଇଛି ।

୫୯ ସେକେଣ୍ଡର ଭିଡିଓରେ ତମିଜୁଦ୍ଦିନ ଛେପ ଲଗାଇ ରୁଟି ସେକୁଥିବାର ସ୍ପଷ୍ଟ ଦେଖିବାକୁ ମିଳୁଛି । ଶନିବାର ସନ୍ଧ୍ୟାରେ ଏହି ଭିଡିଓ ଭାଇରାଲ୍ ହୋଇଥିଲା । ଭିଡିଓ ଭାଇରାଲ୍ ହେବା ପରେ ହିନ୍ଦୁ ରକ୍ଷା ଦଳ ଅଭିଯୁକ୍ତକୁ ସେ ଭିଡିଓ ଦେଖାଇ ଏପରି କରିବା ପଛର କାରଣ ପଚାରିଥିଲେ । ହେଲେ ଅଭିଯୁକ୍ତ ଭୁଲ ମାନିବା ପରିବର୍ତ୍ତେ ତାଙ୍କ ସହ ଅସଦାଚରଣ କରିଥିଲେ । ଆଉ ଏହାପରେ ତୁରନ୍ତ ପୋଲିସକୁ ସୂଚନା ଦିଆଯାଇଥିଲା ।

ଖବର ପାଇବା ପରେ ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲା । ଭାଇରାଲ ଭିଡିଓରେ ତମିଜୁଦ୍ଦିନ ତନ୍ଦୁରିରେ ରୁଟି ରଖିବା ପୂର୍ବରୁ ଛେପ ପକାଇଥିବାର ଦୃଶ୍ୟ ଦେଖିବାକୁ ମିଳୁଛି ବୋଲି କହିଛି ପୋଲିସ୍ । ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ କରୁଛି। ସୂଚନାଯୋଗ୍ୟ ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ଦିଲ୍ଲୀ, ଗାଜିଆବାଦ, ହାପୁର ଏବଂ ମେରଟ ଏବଂ ଗୁରୁଗ୍ରାମରେ ଛେପ ଲଗାଇ ରୁଟି କରିବାର ଭିଡିଓ ଭାଇରାଲ୍ ହୋଇଛି ।