Advertisment

ୟୁପି ହିଂସାକୁ ନେଇ ତେଜୁଛି ରାଜନୀତି,ପ୍ରିୟଙ୍କା ଗାନ୍ଧି କହିଲେ-କେନ୍ଦ୍ରମନ୍ତ୍ରୀ ଇସ୍ତଫା ଦିଅନ୍ତୁ,ନ୍ୟାୟ ମିଳୁ

ଗଣତନ୍ତ୍ରରେ ନ୍ୟାୟ ଏକ ଅଧିକାର। ନ୍ୟାୟ ପାଇଁ ମୋର ସଂଗ୍ରାମ ଜାରି ରଖିବି। ଗତକାଲି ସମସ୍ତ ପୀଡ଼ିତ ପରିବାରକୁ ଭେଟି ଥିଲି ଓ ସମସ୍ତେ ନ୍ୟାୟ ଦାବି କରିଛନ୍ତି। ନିରପେକ୍ଷ ତଦନ୍ତକୁ ନିଶ୍ଚିତ କରିବା ପାଇଁ କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ଇସ୍ତଫା ଦେବା ଆବଶ୍ୟକ: ପ୍ରିୟଙ୍କା ଗାନ୍ଧି

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Priyanka Gandhi

Priyanka Gandhi

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଲଖିମପୁର ଖେରିରେ ୪ ଚାଷୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟଣାକୁ ୪ ଦିନ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ନାହିଁ। ଲଖିମପୁର ଖେରି ହିଂସାକାଣ୍ଡ ଘଟଣା ପରେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ କେନ୍ଦ୍ର ସରକାର ଓ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅଙ୍କୁ ଗିରଫ କରା ନଯିବା ପର୍ଯ୍ୟନ୍ତ ଜିଦ୍‌ରେ ଅଟଳ ରହିବି ବୋଲି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି କହିଛନ୍ତି। 

Advertisment

ଗଣମାଧ୍ୟମ ସମ୍ମୁଖରେ ପ୍ରିୟଙ୍କା କହିଛନ୍ତି, ‘ଗଣତନ୍ତ୍ରରେ ନ୍ୟାୟ ଏକ ଅଧିକାର। ନ୍ୟାୟ ପାଇଁ ମୋର ସଂଗ୍ରାମ ଜାରି ରଖିବି। ଗତକାଲି ସମସ୍ତ ପୀଡ଼ିତ ପରିବାରକୁ ଭେଟି ଥିଲି ଓ ସମସ୍ତେ ନ୍ୟାୟ ଦାବି କରିଛନ୍ତି। ନିରପେକ୍ଷ ତଦନ୍ତକୁ ନିଶ୍ଚିତ କରିବା ପାଇଁ କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ଇସ୍ତଫା ଦେବା ଆବଶ୍ୟକ।’

Advertisment


— ANI UP (@ANINewsUP) October 7, 2021

ଅନ୍ୟପକ୍ଷେ, ଘଟଣାକୁ ନେଇ ବିଜେପି ନେତା ବରୁଣ ଗାନ୍ଧି ପୁଣିଥରେ ଯୋଗୀ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଟ୍ୱିଟ୍‌ କରି ସେ କହିଛନ୍ତି, ‘ଭିଡିଓଟି ପୁରା ସ୍ପଷ୍ଟ ରହିଛି। ବିକ୍ଷୋଭକାରୀଙ୍କୁ ହତ୍ୟା କରି ସେମାନଙ୍କୁ ଚୁପ୍‌ କରାଯାଇହେବନି। ନିରୀହ ଚାଷୀଙ୍କ ହତ୍ୟାର ଜବାବ ଦେବାକୁ ପଡ଼ିବ। ସମସ୍ତ ଚାଷୀଙ୍କ ମନ ମଧ୍ୟରେ ଅହଂକାର ଓ କ୍ରୁରତା ଆସିବା ପୂର୍ବରୁ ନ୍ୟାୟ ପ୍ରଦାନ କରାଯାଉ‘।

ଏହାପୂର୍ବରୁ ବରୁଣ ଗାନ୍ଧି ଲଖିମପୁର ଖେରି ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖିଥିଲେ। ଘଟଣାର ସିବିଆଇ ତଦନ୍ତ ସହ ପ୍ରତି ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରିବା ଲାଗି ବରୁଣ ଦାବି କରିଥିଲେ। 

ଉତ୍ତରପ୍ରଦେଶ ଲଖିମପୁର ଖେରିରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ଉପରେ ଏକ ଏସ୍‌ୟୁଭି ଗାଡ଼ି ମାଡ଼ି ଯିବା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ମଙ୍ଗଳବାର ଏହି ଭିଡିଓ ସାମ୍ନାକୁ ଆସିଥିଲା। ୨୫ ସେକେଣ୍ଡର ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି, ଚାଷୀମାନେ ସ୍ଲୋଗାନ୍‌ ଦେଇ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ଏହି ସମୟରେ ଏକ ଏସ୍‌ୟୁଭି ଗାଡ଼ି ଜଣେ ଚାଷୀଙ୍କ ଉପରେ ମାଡ଼ି ଯାଇଥିଲା। ଏହାପରେ ଚାଷୀ ଜଣକ ତଳେ ପଡ଼ି ଯାଇଥିଲେ। ଘଟଣାପରେ ଅନ୍ୟମାନେ ରାସ୍ତାରୁ ହଟିବା ପାଇଁ ଚେଷ୍ଟା କରିଥିଲେ। ଏହି ସମୟରେ ଅନ୍ୟ ଏକ ଗାଡ଼ି ହର୍ଣ୍ଣ ବଜାଇ ଆସି ଚାଷୀଙ୍କୁ ରାସ୍ତାରୁ ହଟାଇବା ପାଇଁ ପ୍ରୟାସ କରୁଥିବା ଦେଖିବାକୁ ମିଳିଛି’।

Congress UP Violence Priyanka Gandhi Lakhimpur Kheri Violence
Advertisment
Advertisment