Advertisment

ପହିଲାରୁ ବଢିଲା ଗ୍ୟାସ ଦର: ସିଲିଣ୍ଡର ପ୍ରତି ୨୬୬ ଟଙ୍କା ମୂଲ୍ୟ ବୃଦ୍ଧି

ଖାଉଟିଙ୍କ ଉପରେ ପୁଣି ମହଙ୍ଗା ମାଡ଼। ତୈଳ ଦର ତ ବଢୁଥିଲା ଏବେ ପୁଣି ବଢିଲା ଏଲପିଜି ଦର। ସୂଚନା ଅନୁସାରେ, ୨୬୬ ଟଙ୍କା କମର୍‌ସିଆଲ ସିଲିଣ୍ଡରରେ ଦର ବୃଦ୍ଧି ହୋଇଛି।

author-image
Sarbeswar
ଅଦ୍ୟତନ ହୋଇଛି
commercial-lpg-cylinder

commercial-lpg-cylinder

ନୂଆଦିଲ୍ଲୀ: ଖାଉଟିଙ୍କ ଉପରେ ପୁଣି ମହଙ୍ଗା ମାଡ଼। ତୈଳ ଦର ତ ବଢୁଥିଲା ଏବେ ପୁଣି ବଢିଲା ଏଲପିଜି ଦର। ସୂଚନା ଅନୁସାରେ, ୨୬୬ ଟଙ୍କା କମର୍‌ସିଆଲ ସିଲିଣ୍ଡରରେ ଦର ବୃଦ୍ଧି ହୋଇଛି। ଏହାର ଦର ବୃଦ୍ଧି ହେବା ପରେ ବର୍ତ୍ତମାନ ଦିଲ୍ଲୀର ୧୯.୨ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡର ୨ ହଜାର ଟଙ୍କା ପାର୍‌ ହୋଇଛି। ଯାହାକୁ ନେଇ ଚିନ୍ତାରେ ଅଛନ୍ତି ଖାଉଟି। କିନ୍ତୁ ଏଠାରେ ସ୍ପଷ୍ଟ କରୁଛୁ କି ଘରୋଇ ସିଲିଣ୍ଡରରେ କୌଣସି ମୂଲ୍ୟ ବୃଦ୍ଧି ହୋଇନାହିଁ। ସୂଚନାଯୋଗ୍ୟ ଯେ ଅକ୍ଟୋବର ୬, ୨୦୨୧ରେ କରାଯାଇଥିବା ସମୀକ୍ଷା ଅନୁଯାୟୀ ଦିଲ୍ଲୀରେ ୧୯.୨ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ମାତ୍ର ୧୭୩୬.୫୦ ଟଙ୍କା ରହିଥିଲା।

Advertisment

କିନ୍ତୁ ଆଜି କମର୍‌ସିଆଲ ସିଲିଣ୍ଡର ଉପରେ ୨୬୬ ଟଙ୍କା ବୃଦ୍ଧି ହୋଇଛି। ଇଣ୍ଡିଆନ୍ ଅଏଲ୍ ୱେବସାଇଟ୍ ଅନୁଯାୟୀ ବର୍ତ୍ତମାନ ଦିଲ୍ଲୀରେ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ୨ ହଜାର ଟଙ୍କା ବୃଦ୍ଧି ପାଇଛି। ସେହିଭଳି କୋଲକାତାରେ ୧୯.୨ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ୨୦୭୩ ଟଙ୍କା ରହିଥିବା ବେଳେ ମୁମ୍ବାଇରେ ୧୯୫୦ ଟଙ୍କା ଏବଂ ଲକ୍ଷ୍ନୌରେ ଗ୍ୟାସ ଦର ୨୦୯୩ ଟଙ୍କାରେ ପହଞ୍ଚିଛି। ତେବେ ଗ୍ୟାସଦର ବଢିବା କାରଣରୁ ରେଷ୍ଟୁରାଣ୍ଟର ଖାଇବା ଓ ପାନୀୟ ଆଦି ମହଙ୍ଗା ହେବ ବୋଲି କୁହାଯାଇଛି।

Advertisment

ଏମିତିରେ ବି ପନିପରିବା, ସୋରିଷ ତେଲର ଆକାଶଛୁଆଁ ମୂଲ୍ୟ ହେତୁ ରେଷ୍ଟୁରାଣ୍ଟ ମାନେ ଅନେକ ଖାଇବା ସାମଗ୍ରୀର ଦର ବଢାଇଛନ୍ତି। ଆଉ ବର୍ତ୍ତମାନ ଏଲପିଜି ସିଲିଣ୍ଡରର ଦର ପୁଣି ଥରେ ବଢିଥିବା କାରଣରୁ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ହୋଇପାରେ ବୋଲି କୁହାଯାଇଛି। ପୂର୍ବରୁ ମଧ୍ୟ ଗ୍ୟାସ୍‌ ଦର ବୃଦ୍ଧି ହେବା ନେଇ ଆଶଙ୍କା ପାଇଥିଲା ଆଉ ଏବେ ଦର ବଢିବାରେ ଲାଗିଛି। ଏମିତିରେ ବି ଆଗାମୀ ଦିନରେ ଘରୋଇ ଗ୍ୟାସ ଦର ବୃଦ୍ଧି ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି।

ଏଠାରେ କହିରଖୁଛୁ କି, ଏଲପିଜି ମୂଲ୍ୟରେ ଶେଷଥର ପାଇଁ ୬ ଅକ୍ଟୋବରରେ ଦର ବୃଦ୍ଧି ହୋଇଥିଲା। ଏହାପରେ ଘରୋଇ ସିଲିଣ୍ଡରର ଦାମ୍‌ ୧୫ ଟଙ୍କା ବଢିଥିଲା। ଚଳିତ ଜୁଲାଇ ମାସରୁ ଆଜି ମଧ୍ୟରେ ଘରୋଇ ଗ୍ୟାସ ଦର ପାଖାପାଖି ୯୦ ଟଙ୍କା ଉପରେ ବଢିଲାଣି। ଯାହାକୁ ନେଇ ଚିନ୍ତାରେ ଅଛନ୍ତି ଖାଉଟି। ବର୍ତ୍ତମାନ ସମୟରେ କେନ୍ଦ୍ର ସରକାର ପ୍ରତ୍ୟେକ ପରିବାରକୁ ବାର୍ଷିକ ୧୨ ଟି ଗ୍ୟାସ ଦେଉଛନ୍ତି।

India LPG Cylinder Price Hike
Advertisment
Advertisment