Advertisment

ବାଦଲଫଟା ବର୍ଷାରେ ୪ ମୃତ, ୩୫ ନିଖୋଜ

ବୁଧବାର ଭୋର ପ୍ରାୟ ୪ଟା ୨୦ରେ ବାଦଲ ଫାଟିଥିଲା। ପ୍ରବଳ ବର୍ଷାରେ ୫ ଘର ଭୁଷୁଡି ଯାଇଥିଲା। ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଲୋକ ନିଖୋଜ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସେନା, ପୋଲିସ ଏବଂ ପ୍ରଶାସନର ମିଳିତ ସହଯୋଗରେ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ପଠାଯାଉଛି।

author-image
Minati Mishra
ବାଦଲଫଟା ବର୍ଷାରେ ୪ ମୃତ, ୩୫ ନିଖୋଜ

cloud brust in jamma and Kashmir

ଶ୍ରୀନଗର: ଜମ୍ମୁ-କଶ୍ମୀରର କିସ୍ତୱାଡ୍‌ରେ ବାଦଲଫଟା ବର୍ଷା ହୋଇ ୪ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ମିଳିଥିବା ଖବର ଅନୁଯାୟୀ, କିସ୍ତୱାଡର ହୋନଜର ଇଲାକାରେ ବାଦଲଫଟା ବର୍ଷା ହୋଇଛି। 
ବୁଧବାର ଭୋର ପ୍ରାୟ ୪ଟା ୨୦ରେ ବାଦଲ ଫାଟିଥିଲା।  ପ୍ରବଳ ବର୍ଷା ହେବା କାରଣରୁ ୫ ଘର ଭୁଷୁଡି ଯାଇଥିଲା। ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଲୋକ ନିଖୋଜ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସେନା, ପୋଲିସ ଏବଂ ପ୍ରଶାସନର ମିଳିତ ସହଯୋଗରେ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ପଠାଯାଉଛି। 
ମିଳିଥିବା ସୂଚନା ଅନୁସାରେ, ଏହି ଦୁର୍ଘଟଣା ଡଚ୍ଚନର ଏପରି ଇଲାକାରେ ହୋଇଛି ଯେଉଁଠିକି ଯିବା ପାଇଁ ରାସ୍ତା ନାହିଁ।  ଏହି ଦୁର୍ଘଟଣାରେ ୬ଟି ଘର ସମେତ ଗୋଟିଏ ରାସନ ଡିପୋ କ୍ଷତିଗ୍ରସ୍ତ ହୋଇଛି। ପ୍ରାୟ ୩୫ ଜଣ ଲୋକ ନିଖୋଜ ହୋଇ ଯାଇଛନ୍ତି। ବର୍ତ୍ତମାନ ସୁଦ୍ଧା ୪ଟି ଶବକୁ ଉଦ୍ଧର କରାଯାଇଛି। 
 ଏ ସମ୍ପର୍କରେ ସ୍ଥାନୀୟ ପୋଲିସ ସୂଚନା ଦେଇ କହିଛି କିସ୍ତୱାଡାରେ ପ୍ରବଳ ବର୍ଷା ଯୋଗୁ ଜରୁରୀକାଳିନ ସ୍ଥିତି ଘୋଷଣା କରାଯାଇଛି। ପାଣିପାଗ ବିଭାଗ ଅନୁସାରେ, ଜମ୍ମୁ-କାଶ୍ମୀରର ଅଧିକାଂଶ ସ୍ଥାନରେ ଆକଶରେ ବାଦଲ ଛାଇ ରହିଛି। ପୁଂଚ୍ଛ, ରାଜୌରୀ, ରିୟାସୀ ଆଦି କିଛି ସ୍ଥାନରେ ରହି ରହି ବର୍ଷା ହେଉଛି। ୩୦ ଜୁଲାଇ ପର୍ଯ୍ୟନ୍ତ ଏଠାରେ ଅଳ୍ପ ଅଳ୍ପ ବର୍ଷା ସମ୍ଭାବନା ରହିଛି। କେତେକ ସ୍ଥାନରେ ପ୍ରବଳ ବର୍ଷାର ଆଶଙ୍କା ରହିଛି। ବର୍ଷା ଯୋଗୁ ବିଭିନ୍ନ ନଦୀରେ ବନ୍ୟ ଆଶଙ୍କା ଦେଖା ଦେଇଛି। ଏଥିସହିତ ଭୂସ୍ଖଳନ ଏବଂ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ପାଣିପାଗ ବିଭାଗ ସମସ୍ତଙ୍କୁ ସତର୍କ ରହିବା ପାଇଁ ଚେତାବନୀ ଦେଇଛି।

Advertisment

ଅନ୍ୟପକ୍ଷେ ଦେଶର ରାଜଧାନୀ ଦିଲ୍ଲୀ ଏବଂ ଏନସିଆରରେ ଗତ କିଛି ଦିନ ହେବ ପ୍ରବଳ ବର୍ଷା ଲାଗି ରହିଛି। ସହରର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ପାଣିପାଗ ବିଭାଗର କହିବା ଅନୁଯାୟୀ ଆଜି ଦିଲ୍ଲୀ-ଏନସିଆରରେ ବର୍ଷା ସମ୍ଭାବନା ରହିଛି। ଦିଲ୍ଲୀ ସହିତ ଫରଦାବାଦ, ବଲ୍ଲଭଗଡ, ଗୁରୁଗ୍ରାମ, ଲୋନୀ ଦେହାତ୍‌, ଗାଜିଆବାଦ, ଇନ୍ଦିରାପୁରମ, ଛପରୌଲା, ନଏଡା, ଦାଦରୀ, ଗ୍ରେଟର ନଏଡା ଆଦି କେତେକ ସ୍ଥାନରେ ମଧ୍ୟମ ଧରଣ ବର୍ଷା ସହ ବଜ୍ରପାତ ଆଶଙ୍କା ରହିଛି। 

Advertisment

ସୂଚନାଥାଉ କି, ଦିଲ୍ଲୀର କେତେକ ଇଲାକାରେ ମଙ୍ଗଳବାର ୧୦୦ ମିଲିମିଟର ବର୍ଷା ହୋଇଛି। ୨୦୦୩ ପରେ ଏହା ସବୁଠାରୁ ବଡ ରେକର୍ଡ। ୨୦୦୩ରେ ସବୁଠାରୁ ଅଧିକ ୬୩୨.୨ ମିମି ବର୍ଷା ରେକର୍ଡ କରାଯାଇଥିଲା। ୨୦୧୩ରେ ୩୪୦ ମିମି ବର୍ଷା ହୋଇଥିଲା। ଚଳିତବର୍ଷ ଏହି ସଂଖ୍ୟା ୩୮୧ ମିମିରେ ପହଞ୍ଚି ଯାଇଛି। ସୂଚନାଥାଉ କି ୧୯୫୮ ଜୁଲାଇ ୨୧ରେ ରେକର୍ଡ ବର୍ଷା ୨୬୬.୨ ମିଲିମିଟର ହୋଇଥିଲା। ତେବେ ଗତକାଲିର ବର୍ଷା ୧୮ ବର୍ଷର ରେକର୍ଡ ଭାଙ୍ଗିଛି।  

Heavy Rainfall Weather Update Cloud Brust Rain
Advertisment
Advertisment