Advertisment

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ?

ଦୀର୍ଘଦିନ ହେବ କଂଗ୍ରେସରେ କନ୍ଦଳ ଲାଗିରହିଛି। ଦଳର ନେତାମାନେ ଖୋଲାଖୋଲି ଗଣମାଧ୍ୟମ ସାମ୍ନାରେ ଅନ୍ୟ ନେତାଙ୍କ ବିରୋଧରେ ମନ୍ତବ୍ୟ ଦେଉଛନ୍ତି। ଯାହାକୁ ନେଇ ଚିନ୍ତାରେ ଏବେ ହାଇକମାଣ୍ଡ ଅଛନ୍ତି।

author-image
Sarbeswar
bhupesh-baghel

bhupesh-baghel

ରାୟପୁର: ଦୀର୍ଘଦିନ ହେବ କଂଗ୍ରେସରେ କନ୍ଦଳ ଲାଗିରହିଛି। ଦଳର ନେତାମାନେ ଖୋଲାଖୋଲି ଗଣମାଧ୍ୟମ ସାମ୍ନାରେ ଅନ୍ୟ ନେତାଙ୍କ ବିରୋଧରେ ମନ୍ତବ୍ୟ ଦେଉଛନ୍ତି। ଯାହାକୁ ନେଇ ଚିନ୍ତାରେ ଏବେ ହାଇକମାଣ୍ଡ ଅଛନ୍ତି। ଗୋଟିଏ ପରେ ଗୋଟିଏ ନିର୍ବାଚନରେ ପରାଜୟର ସ୍ୱାଦ ଚାଖିବା ପରେ ଏବେ ବିଜୟ ଚିନ୍ତାରେ ଦଳ। କୁହାଯାଉଛି ଖୁବଶୀଘ୍ର କଂଗ୍ରେସ ଦଳରେ ଏକ ବଡ଼ଧରଣର ଅଦଳବଦଳ ହେବ। ଆମୁଳ ଚୂଳ ନେତାଙ୍କୁ ପରିବର୍ତ୍ତନ କରାଯିବ। ଆଉ ଏହାରି ମଧ୍ୟରେ ଦୀର୍ଘ ଦିନ ଧରି ଛତିଶଗଡର କଂଗ୍ରେସ ସରକାରରେ ସବୁକିଛି ଠିକ୍ ଚାଲିନଥିବା ଘଟଣା ସାମ୍ନାକୁ ଆସିଛି। ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ବିରୋଧରେ କ୍ରମାଗତ ଭାବରେ ବିଦ୍ରୋହ ବଢିବାରେ ଲାଗିଛି। ସ୍ଥିତି ଏମିତି ହେଲାଣି ଯେ, ବାଘେଲଙ୍କୁ ହଟାଇବାକୁ ଦଳୀୟ ନେତାଙ୍କ ମଧ୍ୟରେ ଜୋରଦାର୍‌ ଦାବି ହେଉଛି।

Advertisment

ଆଉ ଏହାରି ମଧ୍ୟରେ ଆଜି ନୂଆଦିଲ୍ଲୀରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି ଭୂପେଶ । ଛତିଶଗଡରେ କଂଗ୍ରେସ ସରକାରଙ୍କ ଭବିଷ୍ୟତକୁ ବିଚାର କରି ଆଜି ଏକ ବୈଠକ ହୋଇଛି। ଆଉ ଏହି ବୈଠକ ନିର୍ଣ୍ଣାୟକ ହୋଇପାରେ ବୋଲି ବିଶ୍ୱାସ କରାଯାଉଛି। ସୂତ୍ରରୁ ଜଣାପଡିଛି ଯେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି। କିନ୍ତୁ ବାଘେଲଙ୍କ ସମର୍ଥକ ଏହା ଜାଣିବା ପରେ ହାଲ୍ଲା ବୋଲ୍‌ କରିଛନ୍ତି । ଯାହାକୁ ନେଇ ଚିନ୍ତାରେ ଅଛନ୍ତି ରାହୁଲ। କିନ୍ତୁ ବାଘେଲଙ୍କୁ ପରିବର୍ତ୍ତନ ନକଲେ ସ୍ଥିତି ଆଗାମୀ ଦିନରେ ଆହୁରି ଜଟିଳ ହୋଇପାରେ ବୋଲି କୁହାଯାଇଛି। ତେଣୁ ସବୁ ଦିଗକୁ ବିଚାର କରି ରାହୁଲ ଖୁବଶୀଘ୍ର ବଡ଼ ନିଷ୍ପତ୍ତି ନେଇ ପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଜୋରସୋରରେ ଚର୍ଚ୍ଚା ଚାଲିଛି।

Advertisment

ସୂଚନା ଅନୁସାରେ କଂଗ୍ରେସର ବରିଷ୍ଠ ନେତା କେସି ଭେନୁଗୋପାଳଙ୍କୁ ଏହାରି ମଧ୍ୟରେ ଗୁରୁ ଦାୟିତ୍ୱ ଦିଆଯାଇଛି। କେମିତି ଓ କିପରି ଭାବରେ ଦଳୀୟ ନେତାଙ୍କ ମଧ୍ୟରେ ରହିଥିବା କନ୍ଦଳ ସମାଧାନ ହେବ ସେନେଇ ଭେନୁଗୋପାଳଙ୍କୁ ଦାୟିତ୍ୱ ଦିଆଯାଇଛି। ସେପଟେ ଗଣମାଧ୍ୟମରେ ଦଳୀୟ ସମ୍ପର୍କରେ କୌଣସି ଅରୁଚିକର ମନ୍ତବ୍ୟ ନଦେବା ଲାଗି ନେତାଙ୍କୁ ହ୍ୱିପ୍‌ ଜାରି କରାଯାଇଛି। କିନ୍ତୁ ସିଧାସଳଖ କିଛି ନକହିଲେ ମଧ୍ୟ ପଦ ଛାଡିବା ଲାଗି ଇଚ୍ଛୁକ ନାହାନ୍ତି ଭୂପେଶ। ସେପଟେ ୟୁପି ନିର୍ବାଚନ ଆସୁଥିବାରୁ ଦଳ ମଧ୍ୟରେ ଲାଗି ରହିଥିବା ଅସନ୍ତୋଷର ସମାଧାନ ପାଇଁ ଚେଷ୍ଟା କରୁଛନ୍ତି ନେତା। ଦେଖାଯାଉ କେବେ ପଦ ଛାଡୁଛନ୍ତି ଭୂପେଶ?

India Bhupesh Baghel Politics
Advertisment
Advertisment