/odishatv-khabar/media/post_attachments/uploadimage/library/16_9/16_9_0/IMAGE_1636286846.jpg)
Chennai Rains | Roads Waterlogged, Rain Water Enters Homes Amid Heavy Rain In Chennai
ଚେନ୍ନାଇ: ଭିଷଣ ବର୍ଷାରେ ଜଳାର୍ଣ୍ଣବ ଚେନ୍ନାଇ । ଗତ ରାତିରୁ ଚେନ୍ନାଇରେ ଲଗାଣ ବର୍ଷା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଗତ ରାତିରୁ ଆଜି ସକାଳ ସାଢ଼େ ୮ଟା ଭିତରେ ଚେନ୍ନାଇ ସହରରେ ପ୍ରାୟ ୨୧ ସେଣ୍ଟିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଫଳରେ ତଳିଆ ଅଞ୍ଚଳରେ ପାଣି ଜମି ରହି ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି । ଅନେକ ସ୍ଥାନରେ ଘର ଭିତରେ ନଳା ପାଣି ପଶି ଯିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଦକ୍ଷିଣ ଚେନ୍ନାଇର ମଦିପକ୍କମରେ ଘର ଭିତରେ ୩ ଫୁଟ୍ ଉଚ୍ଚର ପାଣି ଜମି ରହିଛି ସେହିପରି ଗୋଟିଏ ଗୋଟିଏ ସ୍ଥାନର ଆପାର୍ଟମେଣ୍ଟର ବେସମେଣ୍ଟରେ ପାଣି ଜମି ରହିବାରୁ ଗାଡ଼ିମୋଟର ବୁଡ଼ି ଯାଇଥିବା ଦେଖିବାକୁ ମିଳିଛି ବେଆଇନ ଓ ବିନ୍ ପ୍ଲାନରେ ନିର୍ମାଣ ଯୋଗୁଁ ନଳା ଜାମ୍ ହେଉଥିବାରୁ ଏହିପରି ସମସ୍ୟା ଉପୁଜୁଥିବାର ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ଚେନ୍ନାଇର କେକେ ନଗର ସର୍ବାଧିକ ପ୍ରଭାବିତ ହୋଇଛି ବର୍ତ୍ତମାନ ପର୍ଯ୍ୟନ୍ତ ଆନ୍ନାନଗର ଅଞ୍ଚଳର ଅନେକ ସ୍ଥାନ ତଥା ରାସ୍ତା ଉପରେ ପାଣି ଜମି ରହିଛି ।
ଚେନ୍ନାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆଜି ସକାଳ ୧୧ଟାରୁ ପୁଜଲ ଜଳଭଣ୍ଡାରରୁ ୫୦୦ କ୍ୟୁସେକ୍ ଜଳ ଛଡା ହେବ ବୋଲି ତିରୁଭାଲୁର କଲେକ୍ଟର ଘୋଷଣା କରିଥିଲେ । ଏହା ସେ ଟ୍ୱିଟ୍ କରି କେନାଲ କୂଳରେ ତଥା ତଳ ଅଞ୍ଚଳରେ ବାସ କରୁଥିବା ଲୋକମାନଙ୍କୁ ସତର୍କତା ଅବଲମ୍ୱନ କରି ରହିବାକୁ ପରାମର୍ଶ ଦେଇଛନ୍ତି ।
Also Read
ସୂଚନା ଅନୁସାରେ ଆଜି ସକାଳ ୭ ଟା ପର୍ଯ୍ୟନ୍ତ ୨୦୭ ମିମି ବର୍ଷା ହୋଇଥିବାର ରେକର୍ଡ କରାଯାଇଛି । ଚେନ୍ନାଇର ନୁଗ୍ନମବକ୍କମ ରେ ୧୪୫ ମିମି, ମିଲାପୋରରେ ୨୨୬ ମିମି,ବିଲିବକ୍କମରେ ୧୬୨ ଓ ଅମ୍ବାଟୁରରେ ୨୦୫ ମିମି ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି । ରାଜ୍ୟରେ ଏତେ ପରିମାଣର ବର୍ଷା ହୋଇଥିବାରୁ ରାସ୍ତାଘାଟ ଜଳମଗ୍ନ ହୋଇ ପାଣିରେ ବୁଡ଼ି ରହିଛି । ଫଳରେ ସ୍ଥାନୀୟ ଲୋକମାନେ ନାହି ନଥିବା ଅସୁବିଧାର ସମ୍ମୁଖୀନ କରୁଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)