Advertisment

ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚରଣଜିତ୍‌ ସିଂ ଚନ୍ନୀ

ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଚରଣଜିତ୍‌ ସିଂ ଚନ୍ନୀ ଶପଥ ନେଇଛନ୍ତି। ଆଜି ଚଣ୍ଡୀଗଡ଼ ରାଜଭବନରେ ରାଜ୍ୟପାଳ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସେହିପରି ସୁଖଜିନ୍ଦର ସିଂ ରନ୍ଧାୱା ଏବଂ ଓମ୍‌ ପ୍ରକାଶ ସୋନି ମନ୍ତ୍ରୀ ପଦ ପାଇଁ ଶପଥ ପାଠ କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Charanjit Singh Channi

Charanjit Singh Channi

ଚଣ୍ଡୀଗଡ଼: ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଚରଣଜିତ୍‌ ସିଂ ଚନ୍ନୀ ଶପଥ ନେଇଛନ୍ତି। ଆଜି ଚଣ୍ଡୀଗଡ଼ ରାଜଭବନରେ ରାଜ୍ୟପାଳ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ସେହିପରି ସୁଖଜିନ୍ଦର ସିଂ ରନ୍ଧାୱା ଏବଂ ଓମ୍‌ ପ୍ରକାଶ ସୋନି ମନ୍ତ୍ରୀ ପଦ ପାଇଁ ଶପଥ ପାଠ କରିଛନ୍ତି। ଉଭୟ ପଞ୍ଜାବର ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିବେ।

Advertisment

ଆଜି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଯୋଗ ଦେଇଥିଲେ। ଶପଥ ଗ୍ରହଣ ପରେ ମଞ୍ଚରେ ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ ନବଜ୍ୟୋତ ସିଂ ସିଦ୍ଧୁ ନଜର ଆସିଥିଲେ। ହେଲେ କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ। କିନ୍ତୁ ରାହୁଲ ଗାନ୍ଧିଙ୍କ ସହ ଫ୍ରେମ୍ ସେୟାର କରିଥିଲେ ସିଦ୍ଧୁ। ଗତ ୩ ଦିନ ଧରି ପଞ୍ଜାବ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଥିଲା। କ୍ୟାପଟେନ୍ ଅମରିନ୍ଦର ସିଂଙ୍କ ଇସ୍ତଫା ପରେ କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ତାକୁ ନେଇ ଛକାପଞ୍ଝା ଲାଗି ରହିଥିଲା

Advertisment

ଚରଣଜିତ ସିଂହ ଚନ୍ନୀଙ୍କୁ ମୁଖ୍ୟମନ୍ତ୍ରୀ କରିବା ନିଷ୍ପତ୍ତି ପରେ ସୁଖଜିନ୍ଦର ରାନ୍ଧୱା କହିଥିଲେ ଯେ, ଦଳର ହାଇକମାଣ୍ଡଙ୍କ ନିଷ୍ପତ୍ତିରେ ସେ ଖୁସି ଅଛନ୍ତି। ତାଙ୍କୁ ସମର୍ଥନ କରିଥିବା ସମସ୍ତ ବିଧାୟକଙ୍କୁ ସେ ଧନ୍ୟବାଦ ଜଣାଇବା ସହ ଚନ୍ନୀ ତାଙ୍କ ଭାଇ ବୋଲି କହିଥିଲେ। ରାହୁଲଙ୍କ ନିକଟତର କୁହାଯାଉଥିବା ଚନ୍ନୀ ୨୦୦୭ରେ ପ୍ରଥମ ଥର ପାଇଁ ଚମକାଉର ବିଧାନସଭା ଆସନରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ।

Charanjit Singh Channi Punjab CM
Advertisment
Advertisment