/odishatv-khabar/media/post_attachments/uploadimage/library/16_9/16_9_0/IMAGE_1637337519.jpg)
Chandrababu Naidu
ଅମରାବତୀ: ସାମ୍ବାଦିକ ସମ୍ମିଳନୀରେ କାନ୍ଦି ପକାଇଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ଆନ୍ଧ୍ରପ୍ରଦେଶ ବିଧାନସଭା ଗୃହରେ ତାଙ୍କ ଚରିତ୍ର ସଂହାର ସହ ତାଙ୍କ ପତ୍ନୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟକୁ ନେଇ ସେ କାନ୍ଦି ପକାଇଥିଲେ । ସରକାରୀ ଦଳର ନେତାଙ୍କ ଏଭଳି ଆଚରଣକୁ ଚନ୍ଦ୍ରବାବୁ ନାଇଡୁ ତୀବ୍ର ବିରୋଧ କରିଛନ୍ତି । ଏମିତିକି ସେ ଆଜିଠାରୁ ବିଧାନସଭା ପରିତ୍ୟାଗ କଲେ ବୋଲି ଘୋଷଣା କରିଛନ୍ତି । ଆସନ୍ତା ୨୦୨୪ ଯାଏଁ ସେ ଆଉ ବିଧାନସଭା ଗୃହ ମଧ୍ୟକୁ ପ୍ରବେଶ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି ।
ଅମରାବତୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଚନ୍ଦ୍ରବାବୁ କହିଛନ୍ତି, ବିଧାନସଭା ଗୃହରେ ତାଙ୍କ ପତ୍ନୀଙ୍କ ବିରୋଧରେ ଯେଉଁ ମନ୍ତବ୍ୟ ଦିଆଯାଇଛି ତାହା ତାଙ୍କୁ ବ୍ୟଥିତ କରିଛି । ସେ କହିଛନ୍ତି ଗତ ପ୍ରାୟ ଅଢ଼େଇ ବର୍ଷ ହେବ ତାଙ୍କୁ ଅପମାନିତ କରାଯାଉଛି । ଏହା ପରେ ବି ସେ ନୀରବ ଥିଲେ । କିନ୍ତୁ ବିଧାନସଭାରେ ଆଜି ସେମାନେ ଯେଉଁ ଆକ୍ଷେପ କଲେ ତାହାକୁ ସେ ସହ୍ୟ କରିପାରୁ ନାହାନ୍ତି ।
ଆଜି ଆନ୍ଧ୍ର ବିଧାନସଭାରେ ଶାସକ ଓ୍ୱାଇଏସଆର କଂଗ୍ରେସ ଦଳ ଓ ଟିଡିପି ସମେତ ଅନ୍ୟ ବିରୋଧ ଦଳ ବିଧାୟକଙ୍କ ମଧ୍ୟରେ କୃଷି ଆଇନକୁ ନେଇ ଆଲୋଚନା ହୋଇଥିଲା । ଏତିକି ବେଳେ ସେମାନଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା । ଏହା ଭିତରେ ସେ ତାଙ୍କ ପତ୍ନୀଙ୍କ ବିରୋଧରେ ମନ୍ତବ୍ୟର ପ୍ରତିବାଦ କରି ଚନ୍ଦ୍ରବାହୁ ନିଜ ମତ ରଖିବାକୁ ଚାହୁଁଥିଲେ । ହେଳେ ତାଙ୍କୁ ସୁଯୋଗ ମିଳିନଥିଲା । ଏପରିକି ବାଚସ୍ପତି ତାଙ୍କ ମାଇକ୍ କାଟି ଦେବା ସହ ଶାସକ ଦଳର ଜଣେ ବିଧାୟକ ଏହାକୁ ଡ୍ରାମା ବୋଲି କହିଥିଲେ । ଯାହାକୁ ବିରୋଧ କରି ନାଇଡୁ ବିଧାନସଭା ଗୃହ ପରିତ୍ୟାଗ କରିଥିଲେ । ଆଉ ଏହାପରେ ଆଗାମୀ ୨୦୨୪ ପର୍ଯ୍ୟନ୍ତ ସେ ବିଧାନସଭା ଗୃହରେ ପ୍ରବେଶ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)