Advertisment

ବିଧାନସଭା ମଧ୍ୟରୁ ଠାବ ହେଲା ସୁଡ଼ଙ୍ଗ

ଉତ୍କୃଷ୍ଟ ବ୍ରିଟିଶ ସ୍ଥାପତ୍ୟର ନିଦର୍ଶନ ସ୍ୱରୂପ ଦଣ୍ଡାମାନ ଦିଲ୍ଲୀର ବିଧାନସୌଧ। ତେବେ ଏହି ସୁରମ୍ୟ ଅଟ୍ଟାଳିକା ତଳେ ଲୁଚି ରହିଛି କି ବ୍ରିଟିଶ ଶାସନ ଅମଳର କଳା କାହାଣୀ? ବିଧାନସଭା ଅଟ୍ଟାଳିକା ତଳୁ ଠାବ ହୋଇଥିବା ଏହି ଗୁପ୍ତ ସୁଡଙ୍ଗ

author-image
Sarbeswar
Delhi

Delhi

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ରହସ୍ୟମୟ ସୁଡ଼ଙ୍ଗ। ବିଧାନଶୌଧ ପରିସରରୁ ଲାଲକିଲ୍ଲା ଯାଏଁ ଲମ୍ବିଛି ଏହି ଗୁପ୍ତ ଭୂମିତଳ ରାସ୍ତା। ବ୍ରିଟିଶ ଏହା ନିର୍ମାଣ କରିଥିବା ଅନୁମାନ କରାଯାଉଛି। କେଉଁ ଉଦ୍ଦେଶ୍ୟରେ ଏଭଳି ସୁଡଙ୍ଗ ନିର୍ମାଣ ହୋଇଥିଲା ତାହା ଜଣାନଥିଲେ ମଧ୍ୟ ଲାଲକିଲ୍ଲାରେ ବନ୍ଦୀ ସଂଗ୍ରାମୀମାନଙ୍କୁ ବିଧାନସଭା ଅଟ୍ଟାଳିକା ସଂଲଗ୍ନ ଫାଶୀ ଗୃହକୁ ଆଣିବା ଲାଗି ଏହାକୁ ବ୍ୟବହାର କରାଯାଉଥିବା କୁହାଯାଉଛି। ଏହି ରହସ୍ୟମୟ ସୁଡଙ୍ଗକୁ ସାଧାରଣ ଲୋକଙ୍କ ଲାଗି ଖୋଲିବାକୁ ଦିଲ୍ଲୀ ସରକାର ଯୋଜନା କରୁଛନ୍ତି ।

Advertisment

ଉତ୍କୃଷ୍ଟ ବ୍ରିଟିଶ ସ୍ଥାପତ୍ୟର ନିଦର୍ଶନ ସ୍ୱରୂପ ଦଣ୍ଡାମାନ ଦିଲ୍ଲୀର ବିଧାନସୌଧ। ତେବେ ଏହି ସୁରମ୍ୟ ଅଟ୍ଟାଳିକା ତଳେ ଲୁଚି ରହିଛି କି ବ୍ରିଟିଶ ଶାସନ ଅମଳର କଳା କାହାଣୀ? ବିଧାନସଭା ଅଟ୍ଟାଳିକା ତଳୁ ଠାବ ହୋଇଥିବା ଏହି ଗୁପ୍ତ ସୁଡଙ୍ଗ। ବ୍ରିଟିଶ ନିର୍ଯାତନାର ଛାତିଥରା ଅନୁଭୂତିକୁ ପୁଣି ଥରେ ତାଜା କରିଛି ବିଧାନସୌଧ। ତେବେ ବିଧାନସଭା ମଧ୍ୟରେ ହିଁ ରହିଛି ଏହାର ପ୍ରବେଶ ପଥ। ସ୍ଲାବ ଉଠାଇବା କ୍ଷଣି ମାଟି ତଳକୁ ରହିଛି ପ୍ରଶସ୍ତ ମାଟି ତଳ ରାସ୍ତା। ଏହା ବିଧାନସୌଧ ପରିସରରୁ ଲାଲକିଲ୍ଲା ଯାଏଁ ଲମ୍ବି ଥିବା ଅନୁମାନ କରାଯାଉଛି। ଏହାର ଗଠନ ଓ ନିର୍ମାଣ ଶୈଳୀକୁ ଦେଖିଲେ ଏହା ବ୍ରିଟିଶ ଅମଳରେ ହିଁ ତିଆରି ହୋଇଥିବା ଜଣାପଡୁଛି।

Advertisment

ତେବେ କଣ ପାଇଁ ଏଭଳି ଗୁପ୍ତ ସୁଡଙ୍ଗ ନିର୍ମାଣ କରିଥିଲେ ବ୍ରିଟିଶ? ନିଜ ଉଦପଦସ୍ଥ ଅଧିକାରୀଙ୍କ ସୁରକ୍ଷା ଲାଗି ନା ଏହା ଭିତରେ ଲୁଚି ରହିଛି ବ୍ରିଟିଶ ଶାସନର ଆଉ କିଛି କ୍ରୁର କାହାଣୀ ? ୧୯୨୬ ପର୍ଯ୍ୟନ୍ତ ଏହି ଅଟ୍ଟାଳିକାକୁ ସେଣ୍ଟ୍ରାଲ ଲେଜିସଲେଟିଭ କାଉନସିଲ ଭାବେ ବ୍ୟବହାର କରାଯାଉଥିଲା। ପରେ ଏହି କାର୍ଯ୍ୟାଳୟକୁ ବର୍ତ୍ତମାନର ସଂସଦ ଭବନକୁ ଉଠାଇ ନିଆଯାଇଥିଲା। ଏହାପରେ ସେଇ ଅଟ୍ଟାଳିକାକୁ କୋର୍ଟ ଭାବେ ବ୍ୟବହାର କରୁଥିଲେ ବ୍ରିଟିଶ ମୁଖ୍ୟ। କୋଠାର ପଛ ପାଖରେ ଥିଲା ଏକ ଫାଶୀ ଘର। ଲାଲକିଲ୍ଲାରେ ବନ୍ଦୀ ସଂଗ୍ରାମୀଙ୍କୁ ଫାଶି ଦେବା ଲାଗି ଏହି ସୁଡଙ୍ଗ ଦେଇ ଅଣାଯାଉଥିବା ଅନୁମାନ କରାଯାଉଛି। ଜନ ଆକ୍ରୋଶରୁ ବର୍ତ୍ତିବା ଲାଗି ବ୍ରିଟିଶ ସରକାର ଏଭଳି ଫନ୍ଦୀ ଆପଣେଇ ଥାଇପାରନ୍ତି। ଖୁବ୍ ଶୀଘ୍ର ସୁଡଙ୍ଗକୁ ଜନ ସାଧାରଣଙ୍କ ଲାଗି ଖୋଲାଯିବ ବୋଲି ଦିଲ୍ଲୀ ବିଧାନସଭା ବାଚସ୍ପତି କହିଛନ୍ତି।

୧୯୯୩ରେ ସେ ଏହି ଗୁପ୍ତ ସୁଡଙ୍ଗ ସଂପର୍କରେ ଶୁଣିଥିବା କହିଛନ୍ତି ଦିଲ୍ଲୀ ବିଧାନସଭା ବାଚସ୍ପତି। ମନରେ ଥିବା ତୌକୁହଳକୁ ନେଇ ସୁଡଙ୍ଗ ଠାବ ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ରୋଚକ କଥା ହେଉଛି ବିଧାନସଭା ଅଟ୍ଟାଳିକା ମଧ୍ୟରୁ ହିଁ ସୁଡଙ୍ଗ ଠାବ ହୋଇଛି। ତେବେ ମେଟ୍ରୋ ରଲେଓ୍ୱ ଓ ସ୍ୱରେଜ୍ ପାଇପଲାଇନ୍ କାମକୁ ନେଇ ସୁଡଙ୍ଗର ଅଧିକାଂଶ ଭାଗ ପୋତି ହୋଇଯାଇଥିବା ବାଚସ୍ପତି ରାମନିଓ୍ୱାସ ଗୋୟଲ କହିଛନ୍ତି।

HangingHouse AssemblyHall Tunnel RedFort Delhi
Advertisment
Advertisment