Advertisment

ଆଇଟି ନିୟମ ନ ମାନିଲେ, କେନ୍ଦ୍ର ଟୁଇଟର ବିରୋଧରେ ଯେ କୌଣସି ପଦକ୍ଷେପ ନେଇପାରିବ-ହାଇକୋର୍ଟ

ଆଇଟି ନିୟମ ନମାନିବା ଯୋଗୁଁ ସୋସିଆଲ୍ ମିଡିଆ ସାଇଟ୍ ଟୁଇଟର ପାଇଁ ବଢୁଛି ଅସୁବିଧା। ଗୁରୁବାର ଦିଲ୍ଲୀ ହାଇକୋର୍ଟରେ ଏହି ମାମଲାର ଶୁଣାଣି ହୋଇଛି। ଦିଲ୍ଲୀ ହାଇକୋର୍ଟ କହିଛନ୍ତି, ଟୁଇଟର ଆଇଟି ନିୟମର ଉଲ୍ଲଙ୍ଘନ କରେ ତେବେ କେନ୍ଦ୍ର ସରକାର ଟୁଇଟର ବିରୋଧରେ କୌଣସି ବି ପଦକ୍ଷେପ ନେଇପାରନ୍ତି ।

author-image
Minati Mishra
ଅଦ୍ୟତନ ହୋଇଛି
ଆଇଟି ନିୟମ ନ ମାନିଲେ,  କେନ୍ଦ୍ର ଟୁଇଟର ବିରୋଧରେ ଯେ କୌଣସି ପଦକ୍ଷେପ ନେଇପାରିବ-ହାଇକୋର୍ଟ

micro blogging site Twitter

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆ ସାଇଟ୍ ଟୁଇଟର ପାଇଁ ବଢୁଛି ଅସୁବିଧା। ଆଇଟି ନିୟମ ନମାନିବା ଯୋଗୁଁ ଟୁଇଟର ପାଇଁ ଭାରତରେ ଅସୁବିଧା ବଢିବାରେ ଲାଗିଛି। ଗୁରୁବାର ଦିଲ୍ଲୀ ହାଇକୋର୍ଟରେ ମାମଲାର ଶୁଣାଣି ହୋଇଛି। ଦିଲ୍ଲୀ ହାଇକୋର୍ଟ କହିଛନ୍ତି, ଯଦି ଟୁଇଟର ଆଇଟି ନିୟମର ଉଲ୍ଲଙ୍ଘନ କରେ ତେବେ କେନ୍ଦ୍ର ସରକାର ଟୁଇଟର ବିରୋଧରେ କୌଣସି ବି ପଦକ୍ଷେପ ନେଇପାରନ୍ତି ।

Advertisment

ମାମଲାର ପରବର୍ତ୍ତୀ ଶୁଣାଣିକୁ ଜୁଲାଇ ୨୮ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ତେବେ ମଧ୍ୟବର୍ତ୍ତୀ ଅଧିକାରୀଙ୍କ ନିଯୁକ୍ତିକୁ ନେଇ ଟୁଇଟର ଏକ ଆଫିଡେଭିଟ୍ ଦାଖଲ କରିବ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ଏହା ପୂର୍ବରୁ କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟରେ କହିଥିଲେ ଯେ, ଟୁଇଟର ଆଇଟି ନିୟମ ୨୦୨୧ ପାଳନ କରିବାରେ ବିଫଳ ହୋଇଛି । ଏଥିଲାଗି ଟୁଇଟରକୁ ୩ ମାସର ସମୟ ମଧ୍ୟ ଦିଆଯାଇଥିଲା। ନୂଆ ନିୟମ ପାଳନ କରିବା ପାଇଁ ୨୬ ମେ’ ୨୦୨୧ ଥିଲା ଡେଡ ଲାଇନ। 

ସୂଚନାଥାଉ କି, ମାଇକ୍ରୋବ୍ଲଗିଂ ୱେବସାଇଟ୍‌ ଟ୍ୱିଟର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଥିବା ବିବାଦ ବଢି ବଢି ଚାଲିଛି। ଆଇଟି ନିୟମ ନ ମାନିବା ପାଇଁ ଟୁଇଟର ଅଡି ବସିଥିବାବେଳେ ସରକାର ବି ନଛେଡ ବନ୍ଧା। ଏପରି ସ୍ଥିତିରେ କିଛି ଦିନ ତଳେ  ଦିଲ୍ଲୀ ପୋଲିସର ସାଇବର ସେଲରେ ଟ୍ୱିଟର ଏବଂ ଏହାର ଏମ୍‌ଡି ମନୀଶ ମାହେଶ୍ୱରୀଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଓକିଲ ଆଦିତ୍ୟ ସିଂହ ଦେଶୱାଲ। ଏମାନଙ୍କ ବିରୋଧରେ ସାଂପ୍ରଦାୟିକ ଘୃଣାକୁ ବ୍ୟାପକ କରୁଥିବା ଅଭିଯୋଗ ସେ ଆଣିଥିଲେ। 

Advertisment

ଏହା ପୂର୍ବରୁ ଟ୍ୱିଟର ବିରୋଧରେ  ଶିଶୁ ଯୌନ ଅଶ୍ଳୀଳତା ଅଭିଯୋଗରେ ଦିଲ୍ଲୀରେ ଏକ ମାମଲା ରୁଜୁ ହୋଇଥିଲା।  ଟ୍ୱିଟର ବିରୋଧରେ ଏହା ଥିଲା ୪ର୍ଥ ମାମଲା। ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ ବା NCPCRଙ୍କ ଅଭିଯୋଗ କ୍ରମେ ଦିଲ୍ଲୀ ପୋଲିସର ସାଇବର ସେଲ ପକ୍ଷରୁ ଏହି ମାମଲା ରୁଜୁ ହୋଇଛି । ଶିଶୁଙ୍କୁ ନେଇ କିଛି ଅଶ୍ଳୀଳତା ଟ୍ୱିଟରରେ ବାରମ୍ବାର ପୋଷ୍ଟ କାରଯାଉଥିବା NCPCR ଅଭିଯୋଗ କରିଛି ।

ଏହା ପୂର୍ବରୁ  ଟ୍ୱିଟର  କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କର ଟ୍ୱିଟର ଆକାଉଣ୍ଟକୁ ଗୋଟିଏ ଘଣ୍ଟା ପାଇଁ ଅଚଳ କରିଦେଇଥିଲା। ସେତିକି ନୁହେଁ,  ମାନଚିତ୍ରରେ ଜାମ୍ମୁ ଓ କାଶ୍ମୀରକୁ ଭାରତରୁ ଅଲଗା  ଏବଂ ସ୍ୱତନ୍ତ୍ର ଦେଶ ଭାବେ ଦର୍ଶାଯାଇଥିଲା ଟ୍ୱିଟର ।ଏହି ଭୁଲ ମ୍ୟାପ୍ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ, ସାରା ଦେଶରେ କଡ଼ା ପ୍ରତିକ୍ରିୟା ଦେଖା ଦେଇଥିଲା।

Twitter India Twitter Govt Warns Twitter
Advertisment
Advertisment