Advertisment

ମଧ୍ୟପ୍ରଦେଶରେ ପ୍ରବଳ ବନ୍ୟା; ଆଖି ସାମ୍ନାରେ ଭାସିଗଲା ପୋଲ, ଦେଖନ୍ତୁ ଭିଡିଓ

ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ଯୋଗୁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି। ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ବର୍ଷା ଓ ବନ୍ୟା ଘେରରୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ସେନାର ସହାୟତା ନିଆଯାଇଛି।

author-image
Minati Mishra
ଅଦ୍ୟତନ ହୋଇଛି
ମଧ୍ୟପ୍ରଦେଶରେ ପ୍ରବଳ ବନ୍ୟା; ଆଖି ସାମ୍ନାରେ ଭାସିଗଲା ପୋଲ, ଦେଖନ୍ତୁ ଭିଡିଓ

bridge swept away

ଭୋପାଳ: ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ଯୋଗୁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି। ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ବର୍ଷା ଓ ବନ୍ୟା ଘେରରୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ସେନାର ସହାୟତା ନିଆଯାଇଛି। ଶିବପୁରୀ, ଶ୍ୟୋପୁର, ଦତିଆ, ଗ୍ୱାଲିୟର, ଭିଣ୍ଡ ଏବଂ ରିବା ଅଞ୍ଚଳର ୧୧୭୧ ଗାଁ ବନ୍ୟାଯୋଗୁ ପ୍ରଭାବିତ ହୋଇଛି। ପାଖାପାଖି ୨୦୦ ଗ୍ରାମ ପାଣିଘେରରେ ଅଛି। ଏସ୍‌ଡିଆରଏଫ, ଏନଡିଇଆରଏଫ ଟିମ୍‌ ପୟାୟ ୧୬୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି। ଏୟାର ଫୋର୍ସର ୫ଟି ହେଲିକପ୍ଟର ଗ୍ୱାଲିୟରରେ ଲୋକଙ୍କୁ ଉଦ୍ଧାର କରିବା ପାଇଁ ମଙ୍ଗଳବାର ସକାଳେ ଉଡାନ ଭରିଥିଲା। ହେଲେ ଖରାପ ପାଗ ଯୋଗୁ ତଳକୁ ଆସି ପାରି ନ ଥିଲା। 

Advertisment

ସୋମବାର ଦୃଶ୍ୟ ଥିଲା ଅତି କରୁଣ। ଶିବପୁରୀର ବିଛି ଗାଁରେ କିଛି ଲୋକ ଗଛରେ ଅଟକି ରହିଥିବା ଦେଖିବାକୁ ମିଳିଥିଲା। ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ମଡିଖେଡା ଡ୍ୟାମରେ ପୂର୍ବରୁ ୧୨ ହଜାର ୫୦୦ କ୍ୟୁସେକ ପାଣି ଛଡ଼ା ଯାଇଥିଲା। ଏବେ ଏହାକୁ ୧୦ ହଜାର ୫୦୦ କ୍ୟୁସେକ କରି ଦିଆଯାଇଛି। ଏହାଦ୍ୱାରା ପ୍ରଭାବିତ ହେବାକୁ ଥିବା ଗ୍ରାମ ଗୁଡ଼ିକୁ ସତର୍କ କରି ଦିଆଯାଇଛି। ସିନ୍ଧ ନଦୀରେ ଭୟଙ୍କର ବନ୍ୟା ଆସିବା କାରଣରୁ ଡ୍ୟାମରୁ ବାଧ୍ୟ ହୋଇ ପାଣି ଛଡାଯାଇଥିଲା। ସିନ୍ଧ ନଦୀର ପ୍ରଖର ସ୍ରୋତରେ ଗୋରାଘାଟ ପାଖରେ ଥିବା ଏକ ପୋଲ ଭାସି ଯାଇଛି। ସେତିକି ନୁହେଁ, ରତନଗଡ ମାତା ମନ୍ଦିର  ପୋଲ ମଧ୍ୟ ଭାସି ଯାଇଛି। ଏହି ଦୁଇଟି ପୋଲ ଖୁବ ଅଳ୍ପଦିନର।

Advertisment

୨୦୧୩ରେ,  ଏହି ସେତୁ ଉପରେ ୧୧୫ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପ୍ରଭାବିତ ଗ୍ରାମବାସୀଙ୍କୁ ସତର୍କ ରହିବା ପାଇଁ ନିବେଦନ କରିଛନ୍ତି। କହିଛନ୍ତି, ‘ଆମେ ପୀଡ଼ିତ ଲୋକଙ୍କ ପାଇଁ ଚିନ୍ତିତ। ରିଲିଫ୍ କ୍ୟାମ୍ପ ଏବଂ ଖାଦ୍ୟ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗୁଜବକୁ ଅଣଦେଖା କରନ୍ତୁ । ସମସ୍ତ ଡ୍ୟାମ୍ ସୁରକ୍ଷିତ ଅଛି । ସରକାର ସବୁ ପ୍ରକାର ଉଦ୍ୟମ କରୁଛନ୍ତି। ପ୍ରଭାବିତ ଅଞ୍ଚଳର ଲୋକମାନେ ସେମାନଙ୍କର ମନୋବଳ ବଜାୟ ରଖିବା ଉଚିତ୍। ଶିବପୁରୀ ଏବଂ ଶ୍ୟୋପୁର ୨୨ଟି ଗାଁ ପାଣି ଘେରରେ ଅଛି। ସୋମବାର ଦିନ ସେନା ୧୧ ଲୋକଙ୍କୁ ପାଣିଘେରରୁ ଉଦ୍ଧାର କରିଥିଲେ। ମୁଖ୍ୟମନ୍ତ୍ରୀ ଶିବରରାଜ ସିଂହ ଚୌହାନ ପ୍ରଧାନମନ୍ତ୍ରୀଙ୍କୁ ପ୍ରବଳ ବର୍ଷା ଓ ବନ୍ୟା ସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି। ପ୍ରଧାନମନ୍ତ୍ରୀ ରାଜ୍ୟକୁ ସବୁ ପ୍ରକାର ସହାୟତା ଓ ସହଯୋଗ ଯୋଗାଇ ଦେବା ପାଇଁ  ଆଶ୍ୱାସନା ଦେଇଛନ୍ତି। 

Heavy Rainfall Madhya Pradesh
Advertisment
Advertisment