Advertisment

’ବିବାହିତ ମହିଳାଙ୍କୁ ପ୍ରେମ ନିବେଦନ କରିବା ଅପରାଧ’

କୌଣସି ବିବାହିତ ମହିଳାଙ୍କ ଶରୀରରେ 'ମୁଁ ତୁମକୁ ଭଲ ପାଏ' ଲେଖିବା, ଚଠି ଦେବା ଓ କବିତା ଲେଖି ଫିଙ୍ଗିବା ଅପରାଧ ବୋଲି ଧରାଯିବ । କେହି ଏପରି ଅଶାଳୀନ ବ୍ୟବହାର କଲେ ତା’ ବିରୁଦ୍ଧରେ ଯୌନ ନିର୍ଯାତନା ଆଧାରରେ ମାମଲା ରୁଜୁ ହେବ ।

author-image
Prangyan Parimita
ଅଦ୍ୟତନ ହୋଇଛି
’ବିବାହିତ ମହିଳାଙ୍କୁ ପ୍ରେମ ନିବେଦନ କରିବା ଅପରାଧ’

bombay-high-court

ନାଗପୁର : ବିବାହିତ ମହିଳାଙ୍କୁ ପ୍ରେମ ନିବେଦନ କରିବା ଗହିର୍ତ୍ତ ଅପରାଧ । କୌଣସି ବିବାହିତ ମହିଳାଙ୍କ ଶରୀରରେ 'ମୁଁ ତୁମକୁ ଭଲ ପାଏ' ଲେଖିବା, ଚଠି ଦେବା ଓ କବିତା ଲେଖି ଫିଙ୍ଗିବା ଅପରାଧ ବୋଲି ଧରାଯିବ । କେହି ଏପରି ଅଶାଳୀନ ବ୍ୟବହାର କଲେ ତା’ ବିରୁଦ୍ଧରେ ଯୌନ ନିର୍ଯାତନା ଆଧାରରେ ମାମଲା ରୁଜୁ ହେବ । ମହାରାଷ୍ଟ୍ରର ଅକୋଲା ଜିଲ୍ଲାରେ ୨୦୧୧ ଘଟଣାର ଶୁଣାଣି ବେଳେ ମୁମ୍ବାଇ ହାଇକୋର୍ଟଙ୍କ ନାଗପୁର ବେଞ୍ଚ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଜଣେ ୫୪ ବର୍ଷ ବୟସ୍କା ବ୍ୟକ୍ତି ଜଣେ ୪୫ ବର୍ଷ ବୟସ୍କା ମହିଳାଙ୍କୁ ଅଶ୍ଳୀଳ ବ୍ୟବହାର କରିବା ସହ ଧମକ ଦେଇଥିବା ଅଭିଯୋଗ ହୋଇଥିଲା।

Advertisment

ଜଣେ ବିବାହିତା ମହିଳାଙ୍କୁ ପ୍ରେମ ନିବେଦନ କରିବା ତଥା ଚଠି ଫୋପାଡ଼ିବା ତାଙ୍କ ସମ୍ମାନକୁ କ୍ଷୁର୍ଣ୍ଣ କରେ । ଅଭିଯୁକ୍ତଙ୍କ ଉପରେ କୋର୍ଟ ୫୦,୦୦ ଟଙ୍କା ଜୋରିମାନା ଲଗାଇଛନ୍ତି, ଆଉ ଏହି ରାଶି ପୀଡିତ ମହିଳାଙ୍କୁ କ୍ଷତିପୂରଣ ହିସାବରେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ରୋହିତ ଦେବ ୪ ଅଗଷ୍ଟରେ ଏହି ମାମଲାର ଶୁଣାଣି ସମୟରେ କହିଥିଲେ, କୌଣସି ବିବାହିତା ମହିଳାଙ୍କୁ ପ୍ରେମ ନିବେଦନ କରିବା ତାଙ୍କ ବିନା ଅନୁମତିରେ ସହ ସମ୍ପର୍କ ସ୍ଥାପନ, ତାଙ୍କୁ ଉତ୍ତେଜିତ କରିବାକୁ ପ୍ରୟାସ, ଇଜ୍ଜତ ଲୁଟିବା ପରି ଅପରାଧ ସହ ସମାନ ।

Advertisment

ଏହାପୂର୍ବରୁ ଅକୋଲାର ସେସନ କୋର୍ଟ ଅଭିଯୁକ୍ତ ଶ୍ରୀକୃଷ୍ଣ ତାୱାରୀଙ୍କୁ ଭାରତୀୟ ଦଣ୍ଡ ସଂହିତା ଧାରା ୩୫୪ (ଅନୁଯାୟୀ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ । ଏହାସହ ଅଭିଯୁକ୍ତଙ୍କୁ ୪୦,୦୦୦ ଜୋରିମାନା ଦେବାକୁ କୁହାଯାଇଥିଲା । ତେବେ ଅଭିଯୁକ୍ତ ସେସନ କୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ଜଷ୍ଟିସ୍ ଦେବ ଏହି ମାମଲାର ଶୁଣାଣି କରି କହିଛନ୍ତି, ୪୫ ବର୍ଷ ବୟସ୍କା ବିବାହିତା ମହିଳାଙ୍କ ପ୍ରତି ପ୍ରେମ ବ୍ୟକ୍ତ କରି ଏକ ଚିଠି ଫିଙ୍ଗିବା ତାଙ୍କ ସମ୍ମାନ ନଷ୍ଟ ପାଇଁ ଯଥେଷ୍ଟ । ପୀଡ଼ିତାଙ୍କ ଅଭିଯୋଗକୁ ବିଶ୍ୱାସ ନକରିବାର କୌଣସି କାରଣ ନାହିଁ । କାରଣ ଅଭିଯୁକ୍ତ ତାଙ୍କୁ ଆପତ୍ତିଜନକ ସାମଗ୍ରୀ ସହ ଏକ ଚିଠି ଦେଇଥିଲେ ।

ପୀଡିତା ଅକ୍ଟୋବର ୪, ୨୦୧୦୦ରେ ଅକୋଲା ସ୍ଥିତ ସିଭିଲ୍ ଲାଇନ୍ ପୋଲିସ୍ ଷ୍ଟେସନରେ ଏନେଇ ଅଭିଯୋଗ କରିଥିଲେ। ବାସନ ଧୋଇବା ସମୟରେ ଏକ କିରାଣି ଦୋକାନର ମାଲିକ ନିକଟକୁ ଆସି ତାଙ୍କୁ ଏକ ଚିଠି ଦେବାକୁ ଚେଷ୍ଟା କରିଥିଲେ। ମହିଳା ଚିଠି ନେବାକୁ ମନା କରିଦବା ପରେ ସେ ତାଙ୍କ ଉପରେ ଚିଠି ଫୋପାଡ଼ି ଚାଲି ଯାଇଥିଲେ । ଅଭିଯୁକ୍ତ ଜଣକ ଚିଠିରେ ମହିଳାଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ ମୁଁ ତୁମକୁ ଭଲପାଏ । ଆଉ ତା’ ପରଦିନ ପୁରୁଷ ଜଣକ ତାଙ୍କ ପ୍ରତି ଅଶ୍ଳୀଳ ଇଙ୍ଗିତ କରିଥିଲେ ଏବଂ ଚିଠିରେ ଥିବା ଲେଖା ସମ୍ପର୍କରେ କାହାକୁ ନ କହିବା ପାଇଁ ଧମକ ଦେଇଥିଲେ । ଅଭିଯୁକ୍ତ ତାଙ୍କୁ ଅନେକ ଥର ଅସଦାଚରଣ କରିବା ସହ ଛୋଟ ଛୋଟ ପଥର ଫିଙ୍ଗି ଅଶ୍ଳୀଳ ଇଙ୍ଗିତ କରୁଥିବା ମହିଳା ଅଭିଯୋଗ କରିଥିଲେ ।

Bombay Highcourt Nagpur Bench
Advertisment
Advertisment