Advertisment

ଏହି ଏଟିଏମ୍‌ରୁ ଆପେ ଆପେ ବାହାରୁଛି ଟଙ୍କା

ଏହାକୁ ନେଇ ଆମେ ବିରକ୍ତ ମଧ୍ୟ ହୋଇଥାଆନ୍ତି। କିନ୍ତୁ ଥରେ ଚିନ୍ତା କରନ୍ତୁ ଯେତେବେଳେ ଆପଣ ଏଟିଏମ ସମ୍ମୁଖରେ ଛିଡ଼ା ହୋଇଥିବେ ଆଉ ମେସିନ୍‌ରୁ ଟଙ୍କା ବାହାରୁଥିବ ସେତେବେଳେ ଆପଣ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ। କେବଳ ଆଶ୍ଚର୍ଯ୍ୟ ହେବେ ତାହା ନୁହେଁ ବରଂ ଖୁସି ମଧ୍ୟ ହେବେ।

author-image
Sarbeswar
ଏହି ଏଟିଏମ୍‌ରୁ ଆପେ ଆପେ ବାହାରୁଛି ଟଙ୍କା

atm

ବୋକାରୋ: ଆଜିକାଲି ଆମେ ସମସ୍ତେ ଟଙ୍କା ଉଠାଇବାକୁ ସମସ୍ତେ ଏଟିଏମକୁ ଯାଆନ୍ତି। କେତେବେଳେ ଅଧିକ ଲୋକ ଲାଇନ୍‌ରେ ଛିଡ଼ା ହୋଇଥାଆନ୍ତି ତ ଆଉ କେତେବେଳେ ଟଙ୍କା କାଢ଼ିବା ବେଳେ ଚିରାଫଟା ଟଙ୍କା ବାହାରି ଥାଏ। ଏହାକୁ ନେଇ ଆମେ ବିରକ୍ତ ମଧ୍ୟ ହୋଇଥାଆନ୍ତି। କିନ୍ତୁ ଥରେ ଚିନ୍ତା କରନ୍ତୁ ଯେତେବେଳେ ଆପଣ ଏଟିଏମ ସମ୍ମୁଖରେ ଛିଡ଼ା ହୋଇଥିବେ ଆଉ ମେସିନ୍‌ରୁ ଟଙ୍କା ବାହାରୁଥିବ ସେତେବେଳେ ଆପଣ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ। କେବଳ ଆଶ୍ଚର୍ଯ୍ୟ ହେବେ ତାହା ନୁହେଁ ବରଂ ଖୁସି ମଧ୍ୟ ହେବେ।

Advertisment

ତେବେ ଏମିତି ଏକ ଘଟଣା ଝାରଖଣ୍ଡର ବୋକାରୋ ଷ୍ଟିଲ୍ ସିଟିରେ ଘଟିଛି। ଯାହାକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି। ଚର୍ଚ୍ଚା ଏଇଥି ପାଇଁ ହେଉଛି କାରଣ, ଏଟିଏମରୁ ଏମିତି ଟଙ୍କା କେମିତି ବାହାରିଲା? ସୂଚନା ଅନୁସାରେ, ୟୁନିୟନ୍‌ ବ୍ୟାଙ୍କ ଏଟିଏମରେ ଏହି ଘଟଣା ଘଟିଛି। ଏଟିଏମରୁ ଟଙ୍କା ବାହାରୁଥିବା ଟଙ୍କା ଖବର କ୍ଷଣକ ମଧ୍ୟରେ ଚାରିଆଡ଼େ ବ୍ୟାପିଗଲା। ସ୍ଥିତି ଏମିତି ହେଲା ଯେ, ଏହି ଖବର ପୋଲିସ ପାଖରେ ପହଞ୍ଚିଲା ଆଉ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପାଖାପାଖି ୭ ହଜାର ନୋଟ୍‌ ଜବତ କରିବା ସହ ଏଟିଏମରେ ତାଲା ପକାଇଥିଲା।

Advertisment

କୁହାଯାଉଛି, ମଙ୍ଗଳବାର ସକାଳୁ ହିଁ ଏଟିଏମ ସାମ୍ନାରେ ଏପରି ଭାବରେ ଟଙ୍କା ପଡ଼ିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ। ଆଉ ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ। ଆଉ ପାଖକୁ ଯାଇ ଯେଉଁ ଦୃଶ୍ୟ ଦେଖିଲେ ତାହା ଆହୁରି ଆଚମ୍ବିତ କଲା ପରି ଥିଲା। କିଛି ଟଙ୍କା ମେସିନ୍‌ରେ ଲାଗି ରହିଥିବା ଦେଖିଥିଲେ ସ୍ଥାନୀୟ ଲୋକେ। ଆଉ ତିଳେ ମାତ୍ର ଡ଼େରି ନକରି ଯିଏ ଯାହା ପାଇଲେ ତାହା ଗୋଟାଇବାରେ ଲାଗିଥିଲେ।

ଆଉ ମେସିନକୁ ମଧଘ୍ୟ ଟଣାଓଟରା କରିଥିବା ନେଇ ସୂଚନା ମଧ୍ୟ ହସ୍ତଗତ ହୋଇଛି। ପୋଲିସ ପହଞ୍ଚିବା ପରେ କିଛି ଟଙ୍କା ଜବତ କରିଥିବା ବେଳେ ବ୍ୟାଙ୍କ ଅଧିକାରୀଙ୍କୁ ଏନେଇ ସୂଚନା ଦେଇଥିଲେ। ଏହାପରେ ବ୍ୟାଙ୍କ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ମଧ୍ୟ କରିଛନ୍ତି ଏବଂ ଶେଷରେ କେଉଁ ବ୍ୟକ୍ତି ଜଣକ ଟ୍ରାନାଜାକ୍ସନ କରିଥିଲେ ତାହାକୁ ଖୋଜାଯାଉଥିବା କହିଛନ୍ତି। ଅନୁମାନ କରାଯାଉଛି କି କୌଣସି ବ୍ୟକ୍ତି ଟଙ୍କା ଉଠାଇବାକୁ ଚେଷ୍ଟା କରିଛନ୍ତି କିନ୍ତୁ

ଟଙ୍କା ଉଠିନାହିଁ। ତେଣୁ ସେ ଅପେକ୍ଷା କରି କରି ବିରକ୍ତ ହୋଇ ପଳାଇଛନ୍ତି। ଆଉ ଏହା ପରେ ଟଙ୍କା ସବୁ ଆପେ ଆପେ ବାହାରକୁ ପଳାଇ ଆସିଛି। ଆଉ ବିଛାଡ଼ି ହୋଇ ପଡ଼ିଛି। ହେଲେ ଏନେଇ ପ୍ରକୃତ ତଥ୍ୟ ତଦନ୍ତ ପରେ ହିଁ ଜଣାପଡ଼ିବ ବୋଲି ବ୍ୟାଙ୍କ ଅଧିକାରୀ କହିଛନ୍ତି।

India ATM Bokaro
Advertisment
Advertisment