Advertisment

ଭାରସାମ୍ୟ ହରାଇ ନଦୀରେ ବୁଡ଼ିଲା ଡଙ୍ଗା: ଗୋଟିଏ ପରିବାରର ୩ ଜଣଙ୍କ ଗଲା ପ୍ରାଣ

ମହାରାଷ୍ଟ୍ରର ଅମରାବତୀର ଏକ ନଦୀରେ ଡଙ୍ଗା ବୁଡ଼ିଯିବା ନେଇ ଖବର ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ମୋଟ୍‌ ୧୧ ଜଣ ଲୋକ ବୁଡ଼ି ଯାଇଥିବା ବେଳେ ତିନିଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ଏବେ ବି ୮ ଜଣ ଲୋକ ନିଖୋଜ ରହିଛନ୍ତି

author-image
Sarbeswar
Boat Accident

Boat Accident

ମୁମ୍ବାଇ : ମହାରାଷ୍ଟ୍ରର ଅମରାବତୀର ଏକ ନଦୀରେ ଡଙ୍ଗା ବୁଡ଼ିଯିବା ନେଇ ଖବର ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ମୋଟ୍‌ ୧୧ ଜଣ ଲୋକ ବୁଡ଼ି ଯାଇଥିବା ବେଳେ ତିନିଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ଏବେ ବି ୮ ଜଣ ଲୋକ ନିଖୋଜ ରହିଛନ୍ତି। ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ଲାଗି ପ୍ରଶାସନ ଚେଷ୍ଟା ଜାରି ରଖିଛି । ଅମରାବତୀର ୱର୍ଦ୍ଧା ନଦୀରେ ଏହି ଦୁର୍ଘଟଣା ଘଟିଛି। ତେବେ ବର୍ତ୍ତମାନ ସମୟରେ ଡଙ୍ଗା ଚାଳକର ସହାୟତାରେ ଜିଲ୍ଲା ପ୍ରଶାସନ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

Advertisment

ଏହି ଦୁର୍ଘଟଣାଟି ଆଜି ସକାଳ ପ୍ରାୟ ୧୦ଟା ସମୟରେ ଘଟିଥିଲା। ସୂଚନା ଅନୁସାରେ, ପାଣିରେ ବୁଡିଯାଇଥିବା ଲୋକମାନେ ସବୁ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି । ଦଶାହ କ୍ରିୟା କାର୍ଯ୍ୟ କରିବା ପାଇଁ ପରିବାରବର୍ଗ ଗାଡେଗାଓଁ ଆସିଥିଲେ। ଡଙ୍ଗାରେ ଯାଉଥିବା ବେଳେ କୌଣସି କାରଣରୁ ଡଙ୍ଗାଟି ଭାରସ୍ୟାମ ହରାଇ ଓଲଟି ପଡିଥିଲା। ଘଟଣା ଜାଣିବା ପରେ ସ୍ଥାନୀୟ ପୋଲିସ ଓ ବିଧାୟକ ସେଠାରେ ପହଞ୍ଚିଥିଲେ। ଘଟଣାର ତଦନ୍ତ କରିବା ସହ ବୁଡି ଯାଇଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ମଧ୍ୟ କରିଥିଲେ। ଉଦ୍ଧାର ହୋଇଥିବା ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପୋଲିସ ପଠାଇଛି। ନିଖୋଜ ଥିବା ଲୋକଙ୍କୁ ଉଦ୍ଧାର ପାଇଁ ପ୍ରଶାସନ ପକ୍ଷରୁ ଚେଷ୍ଟା ଜାରି ରହିଛି।

Advertisment

ପୂର୍ବରୁ ଆସାମରେ ଡଙ୍ଗା ବୁଡ଼ି ଦୁର୍ଘଟଣା ଦେଖିବାକୁ ମିଳିଥିଲା। ଜୋରହାଟ ନଦୀରେ ଦୁଇଟି ଡଙ୍ଗା ପରସ୍ପର ସହ ଧକ୍କା ହେବା ଫଳରେ ୨ ଟି ଯାକ ଡଙ୍ଗା ଓଲଟି ପଡିଥିଲା ​​ଏବଂ ଏଥିରେ ୮୦ ରୁ ଅଧିକ ଲୋକ ବୁଡ଼ି ଯାଇଥିଲେ। ଅଧିକାଂଶ ଲୋକଙ୍କୁ ପ୍ରଶାସନ ଦ୍ୱାରା ଉଦ୍ଧାର କରାଯାଇଥିଲା। କିଛି ଜଣ ନିଜେ ପହଁରି କୂଳ ପର୍ଯ୍ୟନ୍ତ ପହଞ୍ଚିଥିଲେ ଓ କିଛି ଜଣ ନିଖୋଜ ହୋଇଯାଇଥିଲେ । ଦୁର୍ଘଟଣାରେ ପାଣିରେ ବୁଡି ଜଣେ ମହିଳା ପ୍ରାଣ ହରାଇଥିଲେ । ଏହି ଦୁଃଖଦ ଘଟଣାର ଭିଡ଼ିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିଲା। ଯେଉଁଥିରେ ଲୋକମାନେ ଚିତ୍କାର କରି ନିଜକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ଦେଖାଯାଇଥିଲା।

Maharashtra Boat Accident
Advertisment
Advertisment