Advertisment

ପ୍ରାୟଶ୍ଚିତ ପାଇଁ ଲଣ୍ଡା ହେଲେ, ତା’ପରେ ଦଳ ଛାଡ଼ିଲେ ବିଜେପି ବିଧାୟକ

ବିଜେପି ବିଧାୟକ ଆଶିଷ ଦାସ ନିଜ ଭୁଲ୍ ପାଇଁ ଲଣ୍ଡା ହୋଇ ପ୍ରାୟଶ୍ଚିତ କରିଛନ୍ତି। ସୁମା ନିର୍ବାଚନମଣ୍ଡଳୀରୁ ଦୀର୍ଘ ବର୍ଷ ଧରି ବିଧାୟକ ହୋଇ ଆସିଥିବା ଆଶିଷ କୋଲକାତାର ପ୍ରସିଦ୍ଧ କାଳୀଘାଟ ମନ୍ଦିର ଯାଇ ସେଠାରେ ଯଜ୍ଞ କରିବା ସହ ଲଣ୍ଡା ହୋଇଥିଲେ। ମା’ କାଳୀଙ୍କ ପାଖରେ ହୋମଯଜ୍ଞ କରି ପ୍ରାୟଶ୍ଚିତ କରିଥିବା ଆଶିଷ କହିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
BJP MLA Shaves Head

BJP MLA Shaves Head

ଅଗରତାଲା: ତ୍ରିପୁରା ବିଜେପି ବିଧାୟକ ଆଶିଷ ଦାସ ନିଜ ଭୁଲ୍ ପାଇଁ ଲଣ୍ଡା ହୋଇ ପ୍ରାୟଶ୍ଚିତ କରିଛନ୍ତି। ସୁମା ନିର୍ବାଚନମଣ୍ଡଳୀରୁ ଦୀର୍ଘ ବର୍ଷ ଧରି ବିଧାୟକ ହୋଇ ଆସିଥିବା ଆଶିଷ କୋଲକାତାର ପ୍ରସିଦ୍ଧ କାଳୀଘାଟ ମନ୍ଦିର ଯାଇ ସେଠାରେ ଯଜ୍ଞ କରିବା ସହ ଲଣ୍ଡା ହୋଇଥିଲେ। ମା’ କାଳୀଙ୍କ ପାଖରେ ହୋମଯଜ୍ଞ କରି ପ୍ରାୟଶ୍ଚିତ କରିଥିବା ଆଶିଷ କହିଛନ୍ତି। ରାଜ୍ୟର ବିଜେପି ସରକାରଙ୍କ ବିରୋଧରେ ବିଷୋଦଗାର କରି ସେ ଏଭଳି କରିଥିବା କହିଛନ୍ତି। ଏହାସହ ସେ ଦଳ ଛାଡ଼ିବା ନେଇ ମଧ୍ୟ ଘୋଷଣା କରିଛନ୍ତି। 

Advertisment

ତ୍ରିପୁରାରେ ଶାସକ ବିଜେପିକୁ ରାଜ୍ୟରେ "ରାଜନୈତିକ ଅରାଜକତା"କୁ ପ୍ରୋତ୍ସାହନ ଦେଉଥିବା ଆଶିଷ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ରାଜ୍ୟବାସୀ ରାଜ୍ୟ ସରକାରଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ। ତେଣୁ ଦଳ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ବିପ୍ଳବ ଦେଓଙ୍କ ଶାସନରେ ରାଜ୍ୟରେ ଅଶାନ୍ତି ଓ ଗଣ୍ଡଗୋଳ ବୃଦ୍ଧି ପାଉଥିବା ବେଳେ, ସରକାରକୁ ସମର୍ଥନ କରି ସେ ଭୁଲ୍ କରିଥିଲେ ବୋଲି କହିଛନ୍ତି। ଏହାସହ ଆଶିଷ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ପଦ ପାଇଁ ମମତା ବାନାର୍ଜୀ ସବୁଠାରୁ ଅଧିକ ଯୋଗ୍ୟ ବୋଲି ଆଶିଷ କରିଛନ୍ତି।

Advertisment

ଆଶିଷ  ତୃଣମୂଳ କଂଗ୍ରେସ(ଟିଏମ୍‌ସି)ରେ ଯୋଗଦେବେ ବୋଲି ଶୁଣିବାକୁ ମିଳୁଛି। ତ୍ରିପୁରା ନିର୍ବାଚନକୁ ଦୃଷ୍ଟିରେ ରଖି ସେ ଟିଏମ୍‌ସି ଯୋଗ ଦେଇପାରନ୍ତି ବୋଲି ଜଣାପଡ଼ିଛି। ୨୦୨୩ ପ୍ରାରମ୍ଭରେ ତ୍ରିପୁରା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ତେବେ ଆଶିଷଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ବିଜେପି କହିଛି।

Tripura MLA BJP MLA Tripura MLA Ashis Das Ashis Das
Advertisment
Advertisment