• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ବିହାରରେ ଭୟାନକ ହେଉଛି ବାତ୍ୟାର ଚିତ୍ର ।

  • ଦିନକୁ ଦିନ ନଦୀର ଜଳସ୍ତର ସହ ବିପଦ ମଧ୍ୟ ବଢୁଛି ।

  • ଲୋକେ ସୁରକ୍ଷିତ ସ୍ଥାନକୁ ଡଙ୍ଗାରେ ଯାଉଛନ୍ତି ।

ପାଟନା: ବିହାରରେ ଭୟାନକ ହେଉଛି ବାତ୍ୟାର ଚିତ୍ର । ଦିନକୁ ଦିନ ନଦୀର ଜଳସ୍ତର ବଢୁଥିବା ବେଳେ ବିପଦ ମଧ୍ୟ ବଢୁଛି । ଲୋକେ ସୁରକ୍ଷିତ ସ୍ଥାନକୁ ଡଙ୍ଗା ସାହାଯ୍ୟରେ ଯାଉଥିବା ବେଳେ ଜୀବନ ଦୁର୍ବିସହ ହୋଇ ପଡ଼ିିଲାଣି । ବିହାରର ଅନେକ ଜିଲ୍ଲାରେ ସ୍ଥିତି ସଙ୍ଗିନ ରହିଥିବା ବେଳେ ଏବେ ବି ପାଣି ଘେରରେ ରହିଛି ଅନେକ ଗାଁ ।ଲୋକେ ଦୟନୀୟ ସ୍ଥିତିରେ ରହିଥିବା ବେଳେ ପ୍ରଶାସନ ପକ୍ଷରୁ ସହାୟତା ମିଳିବ ବୋଲି ଆଶା ବାନ୍ଧି ବସିଛନ୍ତି । 

ଗାଁ, ଘର ଦ୍ୱାରରେ ପାଣି ପଶି ଯାଇଥିବା ବେଳେ ଆଗକୁ କେମିତି ସ୍ୱାଭାବିକ ହେବ ଜୀବନ । ତାକୁ ନେଇ ଚିନ୍ତାରେ ଲୋକେ । ବିଭିନ୍ନ ସ୍ଥାନରେ ଗଙ୍ଗାନଦୀର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ବିପଦ ପୂର୍ବାପେକ୍ଷା ବଢ଼ିବାରେ ଲାଗିଛି । ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ରେସକ୍ୟୁ ଓ ରିଲିଫ ଅପରେସନ ପାଇଁ ଏନଡିଆରଏଫ ସମେତ ଏସଡିଆରଏଫ୍ ଟିମ୍ ମୁତୟନ ହୋଇଛନ୍ତି ।

ସେହିଭଳି ଉତ୍ତର ପ୍ରଦେଶ ବାରାଣସୀରେ ମଧ୍ୟ ବିହାର ଭଳି ସ୍ଥିତି । ଏଠାରେ ମଧ୍ୟ ବିପଦ ରେଖା ପାର କରି ପ୍ରବାହିତ ହେଉଛି ଗଙ୍ଗାନଦୀ । ଦୁଇ କୁଳ ଖାଇ ଗଙ୍ଗା ନଦୀ ନିଜର ବିଶାଳକାୟ ରୂପ ଦେଖାଉଛି । ସହର ମଧ୍ୟରେ ଗଙ୍ଗା ନଦୀର ଜଳ ପ୍ରବେଶ କରିଥିବା ବେଳେ ସାଧାରଣ ଜନ ଜୀବନ ପ୍ରଭାବିତ ହୋଇଛି । ଧାର୍ମିକ ନଗରୀ ବାରାଣସୀରେ ଲଗାଣ ବର୍ଷା ଯୋଗୁଁ ଗଙ୍ଗା ନଦୀରେ ଜଳସ୍ତର ବୃଦ୍ଧି ପାଇ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଏହାର ମୁକାବିଲା ପାଇଁ ଏନଡିଆରଫ ଟିମ୍ ମୁତୟନ ହୋଇଛନ୍ତି । ଅସହାୟ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିବା ବେଳେ ରିଲିଫ୍ ପ୍ରଦାନ ଜାରି ରହିଛି ।

ହେଲେ ସେପଟେ ସ୍ଥିତି ଦିନକୁ ଦିନ ଅଧିକ ଖରାପ ହେବାରେ ଲାଗିଛି । କିଭଳି ଲୋକଙ୍କୁ ଏହି ଦୁର୍ଦ୍ଦିନରେ ସହାୟତା ପ୍ରଦାନ କରାଯିବ ତା ଉପରେ ଫୋକସ ଦେଇଛି ସ୍ଥାନୀୟ ପ୍ରଶାସନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନିଜେ ନିଜ ସଂସଦୀୟ କ୍ଷେତ୍ର ପାଇଁ ଚିନ୍ତିତ ହୋଇପଡ଼ିଛନ୍ତି । ଏନେଇ ସେ ବାରାଣସୀ ପ୍ରଶାସନର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।