Advertisment

ସାବଧାନ!!! ପୃଥିବୀ ଆଡକୁ ମାଡି ଆସୁଛି ବିରାଟକାୟ ଧୂମକେତୁ

ଫୁଟବଲ ଗ୍ରାଉଣ୍ଡଠାରୁ ପ୍ରାୟ ୩ ଗୁଣ ବଡ। ଫ୍ରାନ୍ସର ଏଫିଲ ଟାଓ୍ବାରଠାରୁ ଆହୁରି ବିଶାଳ। ଏମିତି ଏକ ବିଶାଳ ଓ ଭୟଙ୍କର ଧୂମକେତୁ ପୃଥିବୀ ଆଡେ ମୁହାଁଇଛି। ଆସନ୍ତା ଡିସେମ୍ବର ୧୧ ତାରିଖରେ ଏହା ପୃଥିବୀର ନିକଟ ଦେଇ ଗତି କରି ପାରେ ବୋଲି ନାସା ପକ୍ଷରୁ କୁହାଯାଇଛି।

author-image
Sarbeswar
ଅଦ୍ୟତନ ହୋଇଛି
NASA

NASA

ନୂଆଦିଲ୍ଲୀ : ପୃଥିବୀ ଉପରେ ବିପଦ। ମାଡ଼ି ଆସୁଛି ବିରାଟକାୟ ଧୂମକେତୁ। ଘଣ୍ଟା ପ୍ରତି ୫ ହଜାର କିଲୋମିଟର ବେଗରେ ଏହା ପୃଥିବୀ ଆଡକୁ ମୁହାଁଇଛି। ଏହା ଦେଖି ସାରା ବିଶ୍ୱକୁ ସତର୍କ କରାଇଛି ଆମେରିକାର ସ୍ପେସ୍‌ ଏଜେନ୍ସି ନାସା। ବିଶ୍ୱକୁ ଚେତାବନୀ ଦେଇ ନାସା କହିଛି ଯେ, ପୃଥିବୀ ଆଡକୁ ଏକ ବିଶାଳକାୟ ଆଷ୍ଟ୍ରଏଡ୍‌ ଦ୍ରୁତ ଗତିରେ ମାଡି ଆସୁଛି। ତେବେ ସବୁଠାରୁ ବଡ କଥା ହେଉଛି, ଏହି ବିରଳ ଓ ବିଶାଳ ଧୂମକେତୁଟି ଆକାରରେ ଫ୍ରାନ୍ସର ଏଫିଲ ଟାଓ୍ବାର ଠାରୁ ଆହୁରି ବଡ।

Advertisment

ଆକାରରେ ଧୂମକେତୁଟି ବିଶାଳ ହୋଇଥିବା ବେଳେ ଦେଖିବାକୁ ବେଶ ଭୟଙ୍କର। ପୃଥିବୀ ଆଡକୁ ମାଡି ମାଡ଼ି ଆସୁଥିବା ଏହି ବଡ଼ ଧୂମକେତୁର ନାଁ ରଖାଯାଇଛି 4660 Nereus। ଏହାର ଆକାର ଗୋଟିଏ ଫୁଟବଲ ଗ୍ରାଉଣ୍ଡ ଠାରୁ ପ୍ରାୟ ୩ ଗୁଣା ବଡ। ଆସନ୍ତା ଡିସେମ୍ବର ୧୧ ତାରିଖରେ ଏହା ପୃଥିବୀର ଖୁବ ନିକଟ ଦେଇ ଗତି କରି ପାରେ ବୋଲି ନାସା ପକ୍ଷରୁ ଜାରି ସୂଚନାରେ କୁହାଯାଇଛି। ଅତି କ୍ଷୀପ୍ର ବେଗରେ ମାଡି ଆସୁଥିବା ଏହି ଧୂମକେତୁ ପୃଥିବୀ ପାଇଁ ବିପଦ ସାଜିବ କି ନାହିଁ ତାହା ଆଉ କିଛି ଦିନ ମଧ୍ୟରେ ସ୍ପଷ୍ଟ ହେବାର ରହିଛି। କାରଣ ଏହା ଏବେ ପୃଥିବୀ ଠାରୁ ପ୍ରାୟ ୩୯ ଲକ୍ଷ କିଲୋମିଟର ଦୂରରେ ରହିଛି। ଯାହାକି ପୃଥିବୀ ଏବଂ ଚନ୍ଦ୍ରର ଦୂରତା ଠାରୁ ପ୍ରାୟ ୧୦ ଗୁଣା। ଘଣ୍ଟାପ୍ରତି ପ୍ରାୟ ୫ ହଜାର କିଲୋମିଟର ମାଡି ଆସୁଥିବା ଏହି ଧୂମକେତୁ ପୃଥିବୀ ପୃଷ୍ଠର ଖୁବ ନିକଟ ଦେଇ ଗତି କରିବାର ରହିଛି।

ଅନ୍ତରୀକ୍ଷରେ ଥିବା ୯୦ ପ୍ରତିଶତ ଧୂମକେତୁ ଏହାଠାରୁ ଖୁବ ଛୋଟ। ପୂର୍ବରୁ ଅନେକ ଥର ଏଭଳି ଆଷ୍ଟ୍ରଏଡ୍‌ ପୃଥିବୀ ପୃଷ୍ଠ ଆଡକୁ ମାଡି ଆସୁଥିଲେ ବି ଧକ୍କା ହେବା ସମ୍ଭାବନା କମ ରହିଥାଏ। ହେଲେ ଏହାର ଗତି ଓ ସ୍ଥିତିକୁ ଦେଖି ବିଶ୍ବବାସୀଙ୍କୁ ଚେତାବନୀ ଦେବାକୁ ବାଧ୍ୟ ହୋଇଛି ସ୍ପେସ୍‌ ଏଜେନ୍ସି ନାସା। ପ୍ରତି ୧୦ ଲକ୍ଷ ବର୍ଷରେ ଏଭଳି ଆଷ୍ଟ୍ରଏଡ୍‌ ଥରେ ଦେଖିବାକୁ ମିଳେ ବୋଲି କୁହାଯାଇଛି।

Advertisment

ଏ ବିଶ୍ବର ସୃଷ୍ଟି ବଡ଼ ବିଚିତ୍ର। ଅନ୍ତରୀକ୍ଷରେ ପ୍ରତିଦିନ ଅଜବ ଅଜବ ଘଟଣା ଦେଖବାକୁ ମିଳିଥାଏ। ଅନେକ ଥର ମହାକାଶରେ ଘୁରି ବୁଲୁଥିବା କ୍ଷୁଦ୍ର ଗ୍ରହଗୁଡିକ ପୃଥିବୀ ପାଇଁ ବିପଦ ସୃଷ୍ଟି କରନ୍ତି। ଏମିତିକି ଅନେକ ଧୂମକେତୁ ପୃଥିବୀ ପୃଷ୍ଠରେ ମାଡ ହୋଇ କ୍ଷତି ପହଞ୍ଚାଇଛି।

Asteroid NASA
Advertisment
Advertisment