Advertisment

ଆସାମ-ମିଜୋରାମ ସଂଘର୍ଷ: ଶାନ୍ତି ବଜାୟ ପାଇଁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅପିଲ୍‌

ଉଗ୍ରରୂପ ଧାରଣ କରିଛି ଆସାମ-ମିଜୋରାମ ସୀମା ବିବାଦ। ଉଭୟ ରାଜ୍ୟର ପୋଲିସ ମଧ୍ୟରେ ଗୁଳିବିନି ମୟ ଘଟି ଆସାମ ପୋଲିସର ୬ ଯବାନ ପ୍ରାଣ ହରାଇଛନ୍ତି। ୮୦ରୁ ଅଧିକ ଆହତ ହୋଇଛନ୍ତି। ମିଜୋରାମ ପୋଲିସ ଲାଇଟ୍ ମେସିନ୍ ଗନ୍ ବ୍ୟବହାର କରିଥିବା ଅଭିଯୋଗ ଆସୁଛି। ଏଥିରୁ ସ୍ଥିତି କେତେ ସଂଗୀନ ତାହା ବୁଝା ପଡୁଛି

author-image
Sarbeswar
ଆସାମ-ମିଜୋରାମ ସଂଘର୍ଷ: ଶାନ୍ତି ବଜାୟ ପାଇଁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅପିଲ୍‌

assam-mizoram

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଭାରତର ଦୁଇ ପ୍ରମୁଖ ରାଜ୍ୟ ଆସାମ-ମିଜୋରାମ ମଧ୍ୟରେ ସୀମା ବିବାଦ ଉଗ୍ର ରୂପ ନେଇଛି । ଉଭୟ ରାଜ୍ୟର ସୀମାକୁ ଲାଗିଥିବା ଅଞ୍ଚଳରେ ପହରଦିନ ହିଂସା ବେକାବୁ ହୋଇପଡ଼ିଥିଲା । ଏଥିରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ସଂଘର୍ଷ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ସାଧାରଣ ନାଗରିକ କିଭଳି ଅସ୍ତ୍ରଶସ୍ତ୍ର ପାଇଲେ ତାହାର ତଦନ୍ତ ହେବ ବୋଲି ସେ ଗତକାଲି କହିଥିଲେ।

Advertisment

ଉଗ୍ରରୂପ ଧାରଣ କରିଛି ଆସାମ-ମିଜୋରାମ ସୀମା ବିବାଦ। ଉଭୟ ରାଜ୍ୟର ପୋଲିସ ମଧ୍ୟରେ ଗୁଳିବିନି ମୟ ଘଟି ଆସାମ ପୋଲିସର ୬ ଯବାନ ପ୍ରାଣ ହରାଇଛନ୍ତି। ୮୦ରୁ ଅଧିକ ଆହତ ହୋଇଛନ୍ତି। ମିଜୋରାମ ପୋଲିସ ଲାଇଟ୍ ମେସିନ୍ ଗନ୍ ବ୍ୟବହାର କରିଥିବା ଅଭିଯୋଗ ଆସୁଛି। ଏଥିରୁ ସ୍ଥିତି କେତେ ସଂଗୀନ ତାହା ବୁଝା ପଡୁଛି। ତେବେ ଆସାମ ପୋଲିସ ପକ୍ଷରୁ ପ୍ରଥମେ ଗୁଳିଚାଳନା କରାଯାଇଥିବା ମିଜୋରାମ ଗୃହମନ୍ତ୍ରୀ ଲାଲ୍ଚାନଲିଆମା ଅଭିଯୋଗ କରିଛନ୍ତି। ଆସାମର ସାମ୍ବିଧାନିକ ସୀମାରେଖାକୁ ସୁରକ୍ଷିତ ରଖିବାକୁ ପୋଲିସ ମୁତୟନ କରାଯାଇଥିଲା। ମାତ୍ର ମିଜୋରାମ ପୋଲିସ ଆସାମ ସୀମାରେ ପଶି ଗୁଳି ଚଳାଇଥିବା ମୁଖ୍ୟମନ୍ତ୍ରୀ ହିମନନ୍ତ ବିଶ୍ୱଶର୍ମା କହିଛନ୍ତି। ସଂଘର୍ଷରେ ୬ ପୋଲିସ ଯବାନଙ୍କ ମୃତ୍ୟୁ ନେଇ ସେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେହିପରି ହସପିଟାଲକୁ ଯାଇ ସେ ଆହତ ଯବାନଙ୍କୁ ମଧ୍ୟ ଭେଟିଛନ୍ତି।

Advertisment

ସେପଟେ ଉଭୟ ରାଜ୍ୟର ପୋଲିସ ମଧ୍ୟରେ ସଂଘର୍ଷ ପରେ ତୁରନ୍ତ ହସ୍ତକ୍ଷେପ କରିଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହ।। ଶାନ୍ତି ଓ ସ୍ଥିତାବସ୍ଥା ବଜାୟ ରଖିବା ଲାଗି ସେ ଉଭୟ ରାଜ୍ୟକୁ ପରାମର୍ଶ ଦେଇଛନ୍ତି। ସେହିପରି ସୀମାରୁ ତୁରନ୍ତ ପୋଲିସ ଫୋର୍ସକୁ ହଟାଇ ଦେବା ଲାଗି ସେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଶାନ୍ତି ବଜାୟ ରଖିବା ଲାଗି ଉଭୟ ରାଜ୍ୟର ସୀମାରେ ଅର୍ଦ୍ଧ ସାମରିକ ବାହିନୀ ଯବାନଙ୍କୁ ମୁତୟନ କରାଯାଇଛି।

ସେପଟେ ଆସାମ-ମିଜୋରାମ ସୀମା ବିବାଦକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି। ଆସାମ ମିଜୋରାମ ସୀମାରେ ସଂଘର୍ଷ କିଛି ନୂଆ କଥା ନୁହେଁ। ୧୯୭୨ରେ ସୀମା ନିର୍ଦ୍ଧାରଣ ବେଳେ କାଚାର, ହାଇଲାକାଣ୍ଡି ଓ କରିମଗଞ୍ଜ ଜିଲ୍ଲାରେ ହିଂସାକାଣ୍ଡ ଘଟିଥିଲା। ସେହିପରି ଗତବର୍ଷ ଏଠାରେ ପୁଣି ହିଂସାର ସୂତ୍ରପାତ ହୋଇଥିଲା। ସୀମାବର୍ତ୍ତୀ ଅଞ୍ଚଳର ଲୋକଙ୍କ ମଧ୍ୟରେ ସଂଘର୍ଷ, ଘଟି ବହୁ ପରିମାଣର ସଂପତ୍ତି ନଷ୍ଟ ହୋଇଥିଲା। ତେବେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ପରେ ବିବାଦ ଶାନ୍ତ ପଡିଥିଲା। ଗତ ୧୦ ତାରିଖରେ ଆସାମର ଅଧିକାରୀମାନେ ସୀମା ଅଞ୍ଚଳକୁ ଯାଇଥିବା ବେଳେ ସେମାନଙ୍କୁ ଉପରକୁ ଆଇଇଡି ମାଡ଼ କରା ଯାଇଥିଲା। ତାପର ଦିନ କାଚାର ଜିଲ୍ଲାର ଢୋଲାଖାଲରେ ଦୁଇଟି ଗ୍ରେନେଡ୍ ବିସ୍ଫୋରଣ ଘଟିଥିଲା। ମିଜୋରାମର କିଛି ଆସାମାଜିକ ତତ୍ତ୍ୱ ବଳପୂର୍ବକ ଆସାମ ସୀମାରେ ପଶିବା ସହ ଏହି ଅଞ୍ଚଳରେ କବଜା କରୁଥିବା ଅଭିଯୋଗ ପରେ ତାର ଅନୁଧ୍ୟାନ ଲାଗି କାଚାର ଜିଲ୍ଲାର ଏସ୍ପି ଓ ଅନ୍ୟ ଉଚ୍ଚପଦସ୍ଥ ସରକାରୀ ଅଧିକାରୀଙ୍କ ସେଠାକୁ ଯାଇଥିବା ବେଳେ ଏଭଳି ଆକ୍ରମଣ ହୋଇଥିଲା। ଯାହାକୁ ନେଇ ସେବେଠାରୁ ଉତ୍ତେଜନା ଲାଗି ରହିଥିଲା।

India Assam Mizoram
Advertisment
Advertisment