Advertisment

ଆସାମ-ମିଜୋରାମ ସୀମାରେ ସଂଘର୍ଷ: ଆରମ୍ଭ ହେଲା ତଦନ୍ତ

ଗତକାଲି ଆସାମର କାଚାର ଜିଲ୍ଲା ଲୀଳାପୁର ଗାଁ ଓ ମିଜୋରାମ୍ କୋଲାସିବ ଜିଲ୍ଲାର ବୈରେଙ୍ଗତେ ଗାଁର ଲୋକଙ୍କ ମଧ୍ୟରେ ଗଣ୍ଡଗୋଳରୁ ଘଟଣା ଉଗ୍ର ରୂପ ନେଇଥିଲା। ଗଣ୍ଡଗୋଳରେ ଆସାମ ପୋଲିସର ୬ ଜଣ ଯବାନ ପ୍ରାଣ ହରାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି। ଏହାସହ ସେ ମେଡିକାଲରେ ଚିକିତ୍ସା ହେଉଥିବା ପୋଲିସଙ୍କୁ ଯାଇ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି

author-image
Sarbeswar
ଆସାମ-ମିଜୋରାମ ସୀମାରେ ସଂଘର୍ଷ: ଆରମ୍ଭ ହେଲା ତଦନ୍ତ

Assam-mizoram dispute

ନୂଆଦିଲ୍ଲୀ: ଆସାମ-ମିଜୋରାମ ସୀମାରେ ହୋଇଥିବା ସଂଘର୍ଷ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଏ ନେଇ ସୂଚନା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ସେ କହିଛନ୍ତି, ଘଟଣାସ୍ଥଳରେ ଥିବା ସାଧାରଣ ନାଗରିକ କିଭଳି ଅସ୍ତ୍ରଶସ୍ତ୍ର ପାଇଲେ ତାହାର ତଦନ୍ତ କରିବ ଆସାମ ପୋଲିସ। ସେହିପରି ଯେଉଁ ଅଞ୍ଚଳରେ ସଂଘର୍ଷ ଘଟିଛି ତାହା ଆସାମର ବୋଲି ଦାବି କରିଛନ୍ତି ହିମନ୍ତ ବିଶ୍ୱଶର୍ମା। ଗତକାଲି ଆସାମର କାଚାର ଜିଲ୍ଲା ଲୀଳାପୁର ଗାଁ ଓ ମିଜୋରାମ୍ କୋଲାସିବ ଜିଲ୍ଲାର ବୈରେଙ୍ଗତେ ଗାଁର ଲୋକଙ୍କ ମଧ୍ୟରେ ଗଣ୍ଡଗୋଳରୁ ଘଟଣା ଉଗ୍ର ରୂପ ନେଇଥିଲା। ଗଣ୍ଡଗୋଳରେ ଆସାମ ପୋଲିସର ୬ ଜଣ ଯବାନ ପ୍ରାଣ ହରାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି। ଏହାସହ ସେ ମେଡିକାଲରେ ଚିକିତ୍ସା ହେଉଥିବା ପୋଲିସଙ୍କୁ ଯାଇ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ସେହିଭଳି ମୃତ ଯବାନଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ସୀମାରେ ହୋଇଥିବା ସଂଘର୍ଷ ୫୦ରୁ ଅଧିକ ଲୋକ ଆହତ ହୋଇଥିବାର ସୂଚନା ମିଳିଛି। ସେପଟେ ସମସ୍ୟାର ତୁରନ୍ତ ସମାଧାନ ପାଇଁ ହିମନ୍ତ ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗାଙ୍କ ସହ କଥା ହୋଇଛନ୍ତି ଓ ଦରକାର ପଡ଼ିଲେ ମିଜୋରାମ ରାଜଧାନୀ ଆଇଜ୍ୱାଲକୁ ନିଜେ ଯାଇ କଥା ହେବେ ବୋଲି କହିଛନ୍ତି।

Advertisment

ଏଠାରେ କହିରଖୁଛୁ ଯେ, ଉତ୍ତର-ପୂର୍ବ ଭାରତର ଦୁଇ ପ୍ରମୁଖ ରାଜ୍ୟ ଆସାମ-ମିଜୋରାମ ମଧ୍ୟରେ ସୀମା ବିବାଦ ଉଗ୍ର ରୂପ ନେଇଛି। ଉଭୟ ରାଜ୍ୟର ସୀମାକୁ ଲାଗିଥିବା ଅଞ୍ଚଳରେ ହିଂସା ବେକାବୁ ହୋଇପଡିଥିଲା ଗତକାଲି। ମିଜୋରାମ ପଟୁ ଦୁର୍ବୃର୍ତ୍ତଙ୍କ ଅନ୍ଧାଧୁନ୍ ଗୁଳିମାଡ଼ରେ ଆସାମ ପୋଲିସର ୬ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିଲେ। ୬ ଯବାନଙ୍କ ସହିଦ ହେବା ସମ୍ପର୍କରେ ନିଜେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିବା ସହ ତୁରନ୍ତ ଶାନ୍ତି ଫେରାଇ ଆଣିବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ହସ୍ତକ୍ଷେପ ଲୋଡ଼ିଥିଲେ। ଦୁଇ ରାଜ୍ୟ ମଧ୍ୟରେ ସୀମା ବିବାଦକୁ ନେଇ ବିଗୁଡୁଥିବା ସ୍ଥିତିକୁ ଦେଖି ନିଜେ ଗୃହମନ୍ତ୍ରୀ ଅମିତ୍ ଶାହା ମଧ୍ୟ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି। ଆଲୋଚନାବେଳେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଶାନ୍ତି ଫେରାଇ ଆଣିବାକୁ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ହେଲେ ବି ସୀମାରେ ଶାନ୍ତି ବଜାୟ ରଖିବାକୁ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯାଇଛି।

Advertisment
Assam Mizoram
Advertisment
Advertisment