Advertisment

ଶାହରୁଖଙ୍କ ପୁଅ ଆର୍ୟନଙ୍କ ପାଇଁ ବଢ଼ିପାରେ ଅଡ଼ୁଆ

ଆର୍ୟନଙ୍କ ମୋବାଇଲ ଫୋନରୁ କିଛି ସନ୍ଦେହଜନକ ତଥ୍ୟ ମିଳିଥିବା ଜଣାପଡିଛି।  ଆର୍ୟନଙ୍କ ଫୋନ୍‌କୁ ଏନ୍‌ସିବି ଜବତ କରିଛି। ଫୋନ୍‌ରେ ଥିବା ତଥ୍ୟରୁ ଆର୍ୟନଙ୍କ ଅନ୍ତର୍ଜାତୀୟ ଡ୍ରଗ୍ସ ପେଡଲର୍ଙ୍କ ସହ ମମ୍ପର୍କ ଥିବା ସନ୍ଦେହ କରାଯାଉଛି। ଆର୍ୟନଙ୍କ ମୋବାଇଲ୍‌ରୁ ମିଳିଥିବା ବିଦେଶ ଲିଙ୍କ୍ ମାମଲାରେ ବି ଖୋଳତାଡ଼ ହେବ ବୋଲି ଜଣାପଡ଼ିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Aryan Khan

Aryan Khan

ମୁମ୍ବାଇ: କ୍ରୁଜ ରେଭ୍ ପାର୍ଟିରେ ଡ୍ରଗ୍ସ ବ୍ୟବହାର ଘଟଣାରେ ବଢିଲା ଗିରଫଦାରୀଙ୍କ ସଂଖ୍ୟା। ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ମୋଟ୍‌ ୧୧ ଜଣ ଗିରଫ ହୋଇଛନ୍ତି। ଏମାନଙ୍କ ମଧ୍ୟରେ କିଙ୍ଗ୍‌ଖାନ୍‌ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଅଛନ୍ତି। ପୂର୍ବରୁ ଏହି ମାମଲାରେ ଏନ୍‌ସିବି ୭ ଜଣଙ୍କୁ ଗିରଫ କରିଥିବା ବେଳେ ଗତକାଲି କିଛି ଡ୍ରଗ୍ସ ପେଡଲର୍‌ ଗିରଫ ହୋଇଛନ୍ତି। ସେପଟେ, ଅନ୍ୟ ଅଭିଯୁକ୍ତଙ୍କ ସହ ଆର୍ୟନଙ୍କ ସାମ୍ନାସାମ୍ନି ଜେରା ହୋଇପାରେ। ତେଣୁ ଆର୍ୟନଙ୍କ ପାଇଁ ଅଡ଼ୁଆ ବଢ଼ିପାରେ ବୋଲି କୁହାଯାଉଛି।

Advertisment

ତଦନ୍ତ ବେଳେ ଆର୍ୟନଙ୍କ ମୋବାଇଲ ଫୋନରୁ କିଛି ସନ୍ଦେହଜନକ ତଥ୍ୟ ମିଳିଥିବା ଜଣାପଡିଛି।  ଆର୍ୟନଙ୍କ ଫୋନ୍‌କୁ ଏନ୍‌ସିବି ଜବତ କରିଛି। ଫୋନ୍‌ରେ ଥିବା ତଥ୍ୟରୁ ଆର୍ୟନଙ୍କ ଅନ୍ତର୍ଜାତୀୟ ଡ୍ରଗ୍ସ ପେଡଲର୍ଙ୍କ ସହ ମମ୍ପର୍କ ଥିବା ସନ୍ଦେହ କରାଯାଉଛି। ଆର୍ୟନଙ୍କ ମୋବାଇଲ୍‌ରୁ ମିଳିଥିବା ବିଦେଶ ଲିଙ୍କ୍ ମାମଲାରେ ବି ଖୋଳତାଡ଼ ହେବ ବୋଲି ଜଣାପଡ଼ିଛି। 

ଆଜିଠୁ ଆସନ୍ତା ୭ ତାରିଖ ଯାଏ ଏନ୍‌ସିବି ଆର୍ୟନଙ୍କୁ ରିମାଣ୍ଡରେ ନେଇଛି। ଆର୍ୟନ କ୍ରୁଜ୍‌ ପାର୍ଟିରେ କଣ କରୁଥିଲେ ? ଆଗରୁ କେତେ ଥର ଯାଇଥିଲେ ? ଡ୍ରଗ୍ସ କେବେ ନେଇଥିଲେ କି ? ଏସବୁର ଖୋଳତାଡ଼ କରିବ ଏନ୍‌ସିବି।

Advertisment

ଇଣ୍ଟର ନ୍ୟାସନାଲ କ୍ରୁଜ୍ ଟର୍ମିନାଲରେ ୨୩ ବର୍ଷୀୟ ଆର୍ୟନଙ୍କ ନିକଟରୁ ୧୩ ଗ୍ରାମର କୋକେନ୍, ୫ ଗ୍ରାମର ଏମଡି, ୨୧ ଗ୍ରାମର ଚରସ ଓ ୨୨ଟି ଏମଡିଏମଏ ବଟିକା ଜବତ କରାଯାଇଥିଲା। ଏହାସହ ତାଙ୍କ ନିକଟରୁ ୧ ଲକ୍ଷ ୩୩ ହଜାର ନଗଦ କ୍ୟାସ୍‌ ମଧ୍ୟ ଜବତ ହୋଇଛି। ଆର୍ୟନ ଖାଲି ଡ୍ରଗ୍ସ ସେବନ କରୁନଥିଲେ। ଏହାର କିଣାବିକା ବି କରୁଥିବା ଏନ୍‌ସିବି ପାଖରେ ପ୍ରମାଣ ରହିଥିବା ଦର୍ଶାଯାଇଛି।

NCB Drugs Case Mumbai Rave Party Mumbai Cruise Rave Party SRK Son Aryan Khan Aryan Khan Drug Case
Advertisment
Advertisment