Advertisment

ଡ୍ରଗ୍ସ ମାମଲାରେ ପୁଅ ଫସିବା ପରେ ବିଜ୍ଞାପନ ଦୁନିଆରେ କମୁଛି କିଙ୍ଗଖାନଙ୍କ କ୍ରେଜ୍

କମୁଛି କିଙ୍ଗ ଖାନଙ୍କ କ୍ରେଜ। ପୁଅ ଦୋଷ କରିବା ପରେ ଏବେ ଶାହାରୁଖଙ୍କୁ ସବୁ କିଛି ଶୁଣିବାକୁ ପଡୁଛି। ଅପବାଦ ମୁଣ୍ଡାଇବା ସହ ଆର୍ଥିକ ଅବସ୍ଥା ବିଗାଡିବାରେ ଲାଗିଛି। ଡ୍ରଗ୍ସ ମାମଲାରେ ପୁଅ ଆର୍ଯ୍ୟନ ଗିରଫ ହେବା ପରେ ଶାହରୁଖ୍‌ ଖାନ୍‌ଙ୍କ ବ୍ରାଣ୍ଡ ଭାଲ୍ୟୁ ସଙ୍କଟ ଆଡକୁ ମୁହାଁଇଛି

author-image
Sarbeswar
Shah Rukh Khan

Shah Rukh Khan

ନୂଆଦିଲ୍ଲୀ: କମୁଛି କିଙ୍ଗ ଖାନଙ୍କ କ୍ରେଜ। ପୁଅ ଦୋଷ କରିବା ପରେ ଏବେ ଶାହାରୁଖଙ୍କୁ ସବୁ କିଛି ଶୁଣିବାକୁ ପଡୁଛି। ଅପବାଦ ମୁଣ୍ଡାଇବା ସହ ଆର୍ଥିକ ଅବସ୍ଥା ବିଗାଡିବାରେ ଲାଗିଛି। ଡ୍ରଗ୍ସ ମାମଲାରେ ପୁଅ ଆର୍ଯ୍ୟନ ଗିରଫ ହେବା ପରେ ଶାହରୁଖ୍‌ ଖାନ୍‌ଙ୍କ ବ୍ରାଣ୍ଡ ଭାଲ୍ୟୁ ସଙ୍କଟ ଆଡକୁ ମୁହାଁଇଛି। ସୋସିଆଲ ମିଡିଆରେ ପ୍ରଶଂସକମାନେ ଶାହରୁଖଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି। ଏହା ସହ କିଛି ଫ୍ୟାନ ଶାହରୁଖ୍‌ ପ୍ରଚାର ପ୍ରସାର କରୁଥିବା ବ୍ରାଣ୍ଡସ୍‌କୁ ବୟକଟ କରିବା ନାରା ଦେଉଛନ୍ତି। ନିଜ ପୁଅ ଡ୍ରଗ୍ସ ମାମଲାରେ ଫସିଥିଲା ବେଳେ ପ୍ରଶଂସକଙ୍କୁ ସେ କିଭଳି ପ୍ରେରିତ କରିବେ ବୋଲି ପ୍ରଶ୍ନ ଉଠାଇଛନ୍ତି।

Advertisment

ବଲିଉଡର କିଙ୍ଗ ଖାନ ଶାହରୁଖ୍‌ଙ୍କ ବ୍ରାଣ୍ଡ ଭେଲ୍ୟୁ ପ୍ରାୟ ୩୭୮ କୋଟି ଟଙ୍କା ହେବ। ଆଗକୁ ତାଙ୍କୁ ବହୁତ କ୍ଷତି ସହିବାକୁ ପଡିପାରେ ବୋଲି ମାର୍କେଟ ଏକ୍ସପର୍ଟମାନେ ଆଶଙ୍କା ପ୍ରକାଶ କରିଛନ୍ତି। ବର୍ତ୍ତମାନ ଶାହରୁଖ ପ୍ରାୟ ୪୦ଟି ବ୍ରାଣ୍ଡର ମାର୍କେଟିଂ କରୁଛନ୍ତି। ଯେଉଁଥିରେ ଶିକ୍ଷା ସମ୍ବନ୍ଧୀୟ ଷ୍ଟାର୍ଟଅପ ମଧ୍ୟ ରହିଛି। ତେବେ ପୁଅ ଆର୍ଯ୍ୟନ ଗିରଫ ପରେ ସବୁ କିଛି ପ୍ରଭାବିତ ହେବା ଆଶଙ୍କା ଉପୁଜିଛି।

Advertisment

ବହୁରାଷ୍ଟ୍ରୀୟ ଅର୍ଥନୈତିକ ପରାମର୍ଶଦାତା ସଂସ୍ଥା ‘ଡଫ ଆଣ୍ଡ ଫେଲେପ୍ସ’ ପକ୍ଷରୁ ଗତ ଫେବ୍ରୁଆରୀରେ ପ୍ରକାଶିତ ରିପୋର୍ଟ ଅନୁସାରେ ଶାହରୁଖ୍‌ଙ୍କ ବ୍ରାଣ୍ଡ ଭେଲ୍ୟୁ ୩୭୮ କୋଟି ଟଙ୍କା। ୨୦୨୦ ବ୍ରାଣ୍ଡ ଭେଲ୍ୟୁ ଅନୁସାରେ କ୍ରିକେଟର ବିରାଟ କୋହଲି, ସୁପରଷ୍ଟାର ଅକ୍ଷୟ କୁମାର ଓ ଅଭିନେତା ରଣବୀର ସିଂହଙ୍କ ପରେ ଶାହରୁଖଙ୍କ ସ୍ଥାନ ଚତୁର୍ଥରେ ରହିଥିଲେ। ଏମିତିକି ଫୋର୍ବସ ତାଲିକାରେ ସାରା ବିଶ୍ୱରେ ସର୍ବାଧିକ ଆୟ କରୁଥିବା ଶ୍ରେଷ୍ଠ ୧୦ ଅଭିନେତାଙ୍କ ମଧ୍ୟରେ ବିଗ ବି ଅମିତାଭ ବଚ୍ଚନଙ୍କ ସହ ଶାହରୁଖଙ୍କ ନାଁ ମଧ୍ୟ ରହିଛି।

ଆଜିକା ଦିନରେ ଶାହରୁଖ୍‌ଙ୍କ ପାଖରେ ରହିଛି ମୋଟ ୫୧୧୬ କୋଟି ଟଙ୍କାର ସମ୍ପତ୍ତି। ଜୈରି ସେନ୍‌ଫିଲ୍ଡ ଓ ଟାଇଲର ପେରିଙ୍କ ପରେ ସେ ତୃତୀୟ ସର୍ବାଧିକ ଧନୀ ଅଭିନେତା ବୋଲି କୁହାଯାଉଛି। ଫିଲ୍ମ, ବ୍ରାଣ୍ଡର ପ୍ରଚାର ପ୍ରସାର, ରେଡ୍‌ ଚିଲିଜ ଏଣ୍ଟରଟେନମେଣ୍ଟ ପ୍ରଡକ୍ସନ, ଭିଏଫଏକ୍ସ ଓ ଆଇପିଏଲ୍‌ ଟିମ୍‌ ଭଳି ବିଭିନ୍ନ ବ୍ୟବସାୟିକ କାରବାର ହେଉଛି କିଙ୍ଗଖାନଙ୍କ ଆୟର ମୁଖ୍ୟ ଉତ୍ସ।

ଗୋଟିଏ ଦିନର ବିଜ୍ଞାପନ ଶୁଟିଂ ବାବଦରେ ଶାହରୁଖ୍‌ ନିଅନ୍ତି ୪ କୋଟିରୁ ଅଧିକ ଟଙ୍କା। ଏବେ ବାୟଜୁ ଏଜୁକେଶନ ଆପ୍‌ର ପ୍ରଚାର ପ୍ରସାର ଦାଇତ୍ୱ ସେ ନିଜେ ନେଇଛନ୍ତି। ଏବେ ଶାହରୁଖଙ୍କୁ ନେଇ ବାୟଜୁ ଉପରେ ପ୍ରଶ୍ନ ଉଠାଇବା ଆରମ୍ଭ କରି ଦେଇଛନ୍ତି ଲୋକେ। ଯେଉଁଥି ପାଇଁ ଏହାର ପୁନିର୍ବଚାର କରିବାକୁ ବାୟଜୁ ନିଷ୍ପତି ନେଇଛି। ଗତ କିଛିଦିନ ତଳେ ଏକ ପାନ ମସଲାର ପ୍ରଚାର କରି ଜବରଦସ୍ତ ଟ୍ରୋଲ ହୋଇଥିଲେ ଶାହରୁଖ। ଏବେ ପୁଅ ଆର୍ଯ୍ୟନଙ୍କ ପାଇଁ ବିବାଦ ଘେରକୁ ଆସି ଇନକମ କମିବା ଆଶଙ୍କା ରହିଛି।

India Aryan Khan
Advertisment
Advertisment