Advertisment

ଆନ୍ଧ୍ର ସରକାରଙ୍କ ଉପରେ ଖପ୍ପା ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ

ପୂର୍ବରୁ ଋଣ ଚୁକ୍ତିନାମାରେ ରାଜ୍ୟପାଳଙ୍କ ନାମକୁ କିପରି ଅନ୍ତର୍ଭୁକ୍ତ କରାଯିବ ସେନେଇ ହାଇକୋର୍ଟ ମଧ୍ୟ ସରକାରଙ୍କୁ ପ୍ରଶ୍ନ କରିବା ସହ ସମାଲୋଚନା କରିଥିଲେ ଏବଂ ଏହାର ଜବାବ ମାଗିଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
Andhra Governor BiswoBhusan Harichandan

Andhra Governor BiswoBhusan Harichandan

ବିଶାଖାପାଟଣା(ଯଶୋବନ୍ତ ନାରାୟଣ ପାଢ଼ୀ): ଆନ୍ଧ୍ରପ୍ରଦେଶ ରାଜ୍ୟ ସରକାରଙ୍କ ଉପରେ ସମ୍ପୂର୍ଣ୍ଣ ଖପ୍ପା ଆନ୍ଧ୍ରପ୍ରଦେଶ ରାଜ୍ୟପାଳ। ୨୫ ହଜାର କୋଟି ଟଙ୍କାର ଋଣ ନେବାକୁ ରାଜ୍ୟ ସରକାରଙ୍କ ଗ୍ୟାରେଣ୍ଟି ଚୁକ୍ତିରେ ରାଜ୍ୟପାଳଙ୍କ ନାମ ଅନ୍ତର୍ଭୂକ୍ତ କରାଯାଇଥିବାରୁ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଆନ୍ଧ୍ରପ୍ରଦେଶର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମ ଓ ପୂର୍ବ ଋଣ ପରିଶୋଧ ପାଇଁ ଆନ୍ଧ୍ରପ୍ରଦେଶ ରାଜ୍ୟ ବିକାଶ ନିଗମ (ଏପିଏସଡିସିସି) ମାଧ୍ୟମରେ ବିଭିନ୍ନ ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନରୁ ୨୫,୦୦୦ କୋଟି ଟଙ୍କାର ଋଣ ନେବାକୁ ରାଜ୍ୟ ସରକାରଙ୍କ ଗ୍ୟାରେଣ୍ଟି ଚୁକ୍ତିରେ ରାଜ୍ୟପାଳଙ୍କ ନାମ ଅନ୍ତର୍ଭୂକ୍ତ କରାଯାଇଥିବାରୁ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସରକାରଙ୍କ ଏହିପରି ମନୋଭାବକୁ ରାଜ୍ୟପାଳ କଡ଼ା ସମାଲୋଚନା କରିଛନ୍ତି।

Advertisment

ଋଣ ମଞ୍ଜୁରୀ ପାଇଁ ମୋ ନାଁ କାହିଁକି ବ୍ୟବହାର କରାଗଲା ବୋଲି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ଲିଖିତ ଭାବେ ରାଜ୍ୟପାଳ ସ୍ପଷ୍ଟୀକରଣ ମାଗିଥିଲେ। ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ଅର୍ଥ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ରାଜଭବନ ଦୌଡିବା ସହ ରାଜ୍ୟପାଳଙ୍କୁ ମନାଇବା ପାଇଁ ଉଦ୍ୟମ କରୁଥିବା ସୂଚନା ମିଳିଛି।

ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ବିଜୟୱାଡା ଠାରେ ଥିବା ରାଜଭବନ ରାଜ୍ୟ ସରକାରଙ୍କ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦ୍ୱାରା ଭରପୁର ହୋଇଯାଇଥିବା ଜଣାପଡିଛି। ତେବେ ପୂର୍ବରୁ ଋଣ ଚୁକ୍ତିନାମାରେ ରାଜ୍ୟପାଳଙ୍କ ନାମକୁ କିପରି ଅନ୍ତର୍ଭୁକ୍ତ କରାଯିବ ସେନେଇ ହାଇକୋର୍ଟ ମଧ୍ୟ ସରକାରଙ୍କୁ ପ୍ରଶ୍ନ କରିବା ସହ ସମାଲୋଚନା କରିଥିଲେ ଏବଂ ଏହାର ଜବାବ ମାଗିଥିଲେ।

Advertisment

ତେବେ ରାଜ୍ୟପାଳ ଜଗନ ସରକାରଙ୍କୁ ସମାଲୋଚନା କରିବା ପରେ, ସରକାର ଏ ଦିଗରେ ସଂଶୋଧନମୂଳକ ପଦକ୍ଷେପ ନେଇଛନ୍ତି। ରାଜ୍ୟପାଳଙ୍କ ନାମ ହଟାଇ ଏକ ନୂତନ ଚୁକ୍ତିନାମା ସ୍ୱାକ୍ଷର କରିବା ପାଇଁ ବ୍ୟାଙ୍କର ଅଧିକାରୀଙ୍କ ସହିତ ପରାମର୍ଶରେ ଥିବା ସୂଚନା ମିଳିଛି ଓ ଅନ୍ୟ ବିକଳ୍ପ ପାଇଁ ଆଲୋଚନା କରୁଛନ୍ତି।

Andhra Pradesh BiswoBhusan Harichandan Andhra Governor
Advertisment
Advertisment