Advertisment

ଏଇ ମାସରେ ଆମାଜନ୍‌ ଓ ଫ୍ଲିପକାର୍ଟରେ ମିଳିବ ସ୍ପେଶାଲ୍ ଅଫର୍‌ , ଜାଣନ୍ତୁ କେବେ ଓ କେତେ ଦିନ ?

ଆଗକୁ ପୂଜା। ଆରମ୍ଭ ହୋଇଯାଉଛି ପର୍ବାଣର ମାହୋଲ। ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଚମତ୍କାର ଅଫର ନେଇ ଆସୁଛନ୍ତି ଆମାଜନ୍ ଏବଂ ଫ୍ଲିପକାର୍ଟ। ମନପସନ୍ଦର ଜିନିଷ ଉପରେ ଦେବେ ଭରପୂର ରିହାତି। ଆସନ୍ତା ୩ ତାରିଖରୁ ପାର୍ବଣ ସେଲ୍‌ ଲଗାଇବାକୁ ଯାଉଛି ଆମାଜନ୍‌।

author-image
Sarbeswar
Amazon, Flipkart

Amazon, Flipkart

ନୂଆଦିଲ୍ଲୀ: ଆଗକୁ ପୂଜା। ଆରମ୍ଭ ହୋଇଯାଉଛି ପର୍ବାଣର ମାହୋଲ। ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଚମତ୍କାର ଅଫର ନେଇ ଆସୁଛନ୍ତି ଆମାଜନ୍ ଏବଂ ଫ୍ଲିପକାର୍ଟ। ମନପସନ୍ଦର ଜିନିଷ ଉପରେ ଦେବେ ଭରପୂର ରିହାତି। ଆସନ୍ତା ୩ ତାରିଖରୁ ପାର୍ବଣ ସେଲ୍‌ ଲଗାଇବାକୁ ଯାଉଛି ଆମାଜନ୍‌। ତେବେ ଆମାଜନର ଅଫର ଦିନ ଅର୍ଥାତ ୩ ତାରିଖରେ ଫ୍ଲିପକାର୍ଟ ବି ଆରମ୍ଭ କରିବାକୁ ଯାଉଛି ମେଗା ସେଲ। ଯେଉଁଥିରେ ଗ୍ରାହକ ନିଜ ମନ ପସନ୍ଦର ଜିନିଷ ରିହାତି ଦରରେ ପାଇ ପାରିବେ।

Advertisment

ସାଧାରଣତଃ ପୂଜା ଆସିଲେ ଭାରତର ଲୋକମାନେ କିଛି କିଣା କିଣି କରିଥାନ୍ତି। ବିଶେଷ କରି ଦଶହରା ଓ ଦୀପାବଳି ସମୟରେ ଅଧିକ କିଣାକିଣି କରନ୍ତି। ଲୋକମାନଙ୍କ ଚାହିଦାକୁ ଦେଖି ଏହି ସମୟରେ ଗାଡିଠାରୁ ଆରମ୍ଭ କରି ଇଲେକ୍ଟ୍ରୋନିକ୍ସ, ମୋବାଇଲ ଫୋନ କମ୍ପାନି ଅନେକ ନୂଆ ପ୍ରଡକ୍ଟ ବଜାରକୁ ଆଣିଥାନ୍ତି। ଗ୍ରାହକମାନଙ୍କୁ ଆକର୍ଷଣୀୟ ଅଫର ଉଭୟ ଅଫଲାଇନ ଓ ଅନଲାଇନରେ ଦିଆ ଯାଇଥାଏ। ଭାରତୀୟ ଲୋକଙ୍କ କିଣାବିକାକୁ ଦୃଷ୍ଟିରେ ରଖି ଅନଲାଇନରେ ସାମଗ୍ରୀ ବିକ୍ରି କରୁଥିବା ଆମାଜନ୍ ଏବଂ ଫ୍ଲିପକାର୍ଟ ସ୍ୱତନ୍ତ୍ର ସେଲ୍ ଘୋଷଣା କରିଛନ୍ତି।

ଆସନ୍ତା ୩ ତାରିଖରେ ଫ୍ଲିପକାର୍ଟ ପ୍ରଥମେ ଦି ବିଗ୍ ବିଲିଅନ ଡେ ସେଲ୍ ନାଁରେ ଅଫର୍ ଆଣୁଛି। ସେହିଭଳି ଆମାଜନ୍ ମଧ୍ୟ ଅକ୍ଟୋବର ୩ ତାରିଖରେ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ ଅଫର୍ ଦେବାକୁ ଯାଉଛି। ତେବେ ଗତବର୍ଷ ଭଳି ଚଳିତ ବର୍ଷ ଏହା ଏକମାସ ଧରି ଚାଲିବ କି ନାହିଁ ତାହା ସ୍ପଷ୍ଟ କରି ନଥିବା ବେଳେ ଫ୍ଲିପକାର୍ଟ ଅକ୍ଟୋବର ୩ରୁ ୧୦ ତାରିଖ ପର୍ଯ୍ୟନ୍ତ ୮ ଦିନ ପାଇଁ ଅଫର ଦେବ ବୋଲି ଘୋଷଣା କରିଛି।

Advertisment

ଗ୍ରାହକମାନଙ୍କୁ ୧୦ ପ୍ରତିଶତ ଇନଷ୍ଟାଣ୍ଟ୍ ଡିସକାଉଣ୍ଟ ଦେବା ଲାଗି ଆମାଜନ ଯୋଜନା କରିଛି। ଚଳିତବର୍ଷ ଏଥି ପାଇଁ ଏଚଡିଏଫସି ବ୍ୟାଙ୍କ ଯୋଗାଯୋଗ କରିଛି। ସେହିପରି ଆକ୍ସିସ ଓ ଆଇସିଆଇସିଆଇ ବ୍ୟାଙ୍କ ସହିତ ପ୍ଲିପକାର୍ଟ ସହଯୋଗିତା ସ୍ଥାପନ କରିଛି। ପେଟିଏମ୍‌ ୱାଲେଟ ଓ ୟୁପିଆଇ କାରବାରରେ ଫ୍ଲିପକାର୍ଟ ନିଶ୍ଚିତ କ୍ୟାସବ୍ୟାକ୍ ପ୍ରଦାନ କରିବାକୁ ଥିବାବେଳେ ଆମାଜନ ପେକୁ ବ୍ୟବହାର କରୁଥିବା ଗ୍ରାହକମାନେ ୟୁଟିଲିଟି ବିଲ, ଟିକଟ ବୁକିଂ ଏବଂ ଟଙ୍କା ପଠାଇବା ବେଳେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ସଂଚୟ କରିପାରିବେ। ଉଭୟ ସେମାନଙ୍କ ପ୍ରାଇମ୍‌ ଗ୍ରାହକଙ୍କୁ ଆଗୁଆ ଦିପାବଳି ସେଲ୍‌ରେ ସାମଗ୍ରୀ କିଣିବାର ସୁଯୋଗ ଦେବେ ବୋଲି କୁହାଯାଉଛି।

ନିର୍ଦ୍ଧିଷ୍ଟ କେତୋଟି ବ୍ରାଣ୍ଡକୁ ଫ୍ଲିପକାର୍ଟ ସୁପରଷ୍ଟାର ବ୍ରାଣ୍ଡ ଭାବେ ପ୍ରଚାର କରି ସେଥିରେ ୪୦ରୁ ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦେବାର ରହିଛି। ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ୭୦ ପ୍ରତିଶତ, ମୋ‌ବାଇଲ ଆସେସୋରିଜ ଏବଂ ୱିୟରବେଲସ ଉପରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବାର ରହିଛି।

Flipkart Special Offer Amazon
Advertisment
Advertisment