Advertisment

ଅମିତ ଶାହାଙ୍କୁ ଭେଟିଲେ ଅମରିନ୍ଦର ସିଂହ; ବିଜେପିରେ ମିଶିବେ କି?

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କେନ୍ଦ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ଅମିତ ଶାହାଙ୍କୁ ଭେଟିବା ପରେ ଅମରିନ୍ଦର ସିଂହ ବିଜେପିରେ ଯୋଗ ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା ଲାଗି ରହିଛି। ତେବେ ଶାହାଙ୍କୁ ଭେଟିବା ପୂର୍ବରୁ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହଙ୍କ ମିଡିଆ ପରାମର୍ଶଦାତା ଟ୍ୱିଟ କରି ସୂଚନା ଦେଇଛନ୍ତି ଯେ ଅମରିନ୍ଦରଙ୍କ ଦିଲ୍ଲୀ ଗସ୍ତ ନେଇ ଅନେକ କିଛି କୁହାଯାଉଛି।

author-image
Pramod Behera
ଅଦ୍ୟତନ ହୋଇଛି
Amarinder Singh meet Amit Shah

Amarinder Singh meet Amit Shah

ଚଣ୍ଡିଗଡ଼ : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କେନ୍ଦ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ତାଙ୍କ ଘରେ ଭେଟିଛନ୍ତି। ଅମିତ ଶାହାଙ୍କୁ ଭେଟିବା ପରେ ଅମରିନ୍ଦର ସିଂହ ବିଜେପିରେ ଯୋଗ ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା ଲାଗି ରହିଛି। ତେବେ ଶାହାଙ୍କୁ ଭେଟିବା ପୂର୍ବରୁ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହଙ୍କ ମିଡିଆ ପରାମର୍ଶଦାତା ଟ୍ୱିଟ କରି ସୂଚନା ଦେଇଛନ୍ତି ଯେ ଅମରିନ୍ଦରଙ୍କ ଦିଲ୍ଲୀ ଗସ୍ତ ନେଇ ଅନେକ କିଛି କୁହାଯାଉଛି। ସେ ଏକ ବ୍ୟକ୍ତିଗତ ଭ୍ରମଣରେ ଅଛନ୍ତି, ଯେଉଁଠାରେ ସେ ତାଙ୍କର କିଛି ବନ୍ଧୁଙ୍କୁ ଭେଟି କପୁରଥାଲା ଘର ଖାଲି କରିବେ। ଏନେଇ କୌଣସି ଜଳ୍ପନା ଜଳ୍ପନା କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

Advertisment

ଗତ କାଲି ଚଣ୍ଡୀଗଡରୁ ଦିଲ୍ଲୀରେ ପହଞ୍ଚିବା ପରେ ସେଠାରେ କାହାକୁ ଭେଟିବାର କାର୍ଯ୍ୟକ୍ରମର ପ୍ରଶ୍ନର ଉତ୍ତରରେ ଅମରିନ୍ଦର କହିଥିଲେ ଯେ ଏଠାରୁ ସେ ଘରକୁ ଯିବେ। ଜିନିଷପତ୍ର ଏକାଠି କରି ପଞ୍ଜାବ ଯିବେ। ସେ ଆହୁରି ମଧ୍ୟ କହିଥିଲେ ଯେ ଏଠାରେ ସେ କୌଣସି ରାଜନୈତିକ ନେତାଙ୍କୁ ଭେଟିବେ ନାହିଁ। କୌଣସି ପ୍ରକାର ରାଜନୀତିକ ଗତିବିଧି ନାହିଁ ବୋଲି ମଧ୍ୟ କହିଥିଲେ।

Advertisment

ଚଳିତ ମାସରେ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂହ ସିଦ୍ଧୁଙ୍କ ସହ ଦୀର୍ଘ ଦିନ ଧରି ବିବାଦ ପରେ ଅମରିନ୍ଦର ସିଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ କଂଗ୍ରେସ ଚରଣଜିତ ସିଂହ ଚାନ୍ନିଙ୍କୁ ପଞ୍ଜାବର ମୁଖ୍ୟମନ୍ତ୍ରୀ କରିଛି। ତେବେ ପଦବୀ ପରେ ଅମରିନ୍ଦର ସିଂହ ମଧ୍ୟ କଂଗ୍ରେସ ଛାଡିପାରନ୍ତି ବୋଲି ଆଶଙ୍କା କରାଯାଉଛି।

ତେବେ ସେ ଦିଲ୍ଲୀ ପହଞ୍ଚିବା ପୂର୍ବରୁ ପଞ୍ଜାବ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦରୁ ଅଚାନକ ଇସ୍ତଫା ଦେଇଥିଲେ ନବଜୋତ ସିଂହ ସିଦ୍ଧୁ। ସିଦ୍ଧୁଙ୍କ ଇସ୍ତଫା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଟ୍ୱିଟ୍ କରି କହିଥିଲେ ଯେ, “ମୁଁ କହିଥିଲି ଯେ ସେ ଜଣେ ସ୍ଥିର ମଣିଷ ନୁହନ୍ତି। ପଞ୍ଜାବ ଭଳି ସୀମାବର୍ତ୍ତୀ ରାଜ୍ୟ ପାଇଁ ସିଦ୍ଧୁ ଫିଟ୍ ନୁହନ୍ତି।”

BJP Amarinder Singh India News
Advertisment
Advertisment