• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ୫୦ ଲୋକଙ୍କ ମୃତ୍ୟୁ

  • ଫିରୋଜାବାଦ ଜିଲ୍ଲାରେ ଡେଙ୍ଗୁ ଏବଂ ଭାଇରାଲ ଜ୍ୱରର କହର ଥମିବାର ନାଁ ନେଉନି

ଫିରୋଜାବାଦ : ଉତ୍ତରପ୍ରଦେଶର ଫିରୋଜାବାଦ ଜିଲ୍ଲାରେ ଡେଙ୍ଗୁ ଏବଂ ଭାଇରାଲ ଜ୍ୱରର କହର ଥମିବାର ନାଁ ନେଉନି । ବିଶେଷ କରି ଶିଶୁ ମାନଙ୍କ ଉପରେ ଭାଇରାଲ୍ ଜ୍ୱରର ପ୍ରଭାବ ଅଧିକ ଦେଖିବାକୁ ମିଳୁଛି । ବର୍ତ୍ତମାନ ଡାକ୍ତରଖାନା ଗୁଡ଼ିକରେ ମଧ୍ୟ ବେଡ୍ ମିଳୁନାହିଁ ବୋଲି ସୂଚନା ମିଳିଛି । ଫିରୋଜାବାଦ ମେଡିକାଲ କଲେଜରେ ୪୦୦ରୁ ଅଧିକ ପିଲା ଭର୍ତ୍ତି ହୋଇଛନ୍ତି । ବେଡ୍ ଅଭାବରୁ ଦୁଇ ଜଣ ଲେଖାଏଁ ଶିଶୁ ଗୋଟିଏ ବେଡରେ ଚିକିତ୍ସିତ ହେବା ପାଇଁ ବାଧ୍ୟ ହେଉଛନ୍ତି । ସେହିପରି ଡାକ୍ତରଖାନାର ନୂତନ କୋଠାରେ ଆଉ ୧୦୦ଟି ଶଯ୍ୟା ସ୍ଥାପନ କରାଯାଉଛି । ଆସନ୍ତାକାଲି ଠାରୁ ଏହା କାର୍ଯ୍ୟକ୍ଷମ ହେବ ।

ଫିରୋଜାବାଦ ଜିଲ୍ଲାରେ ଡେଙ୍ଗୁ ଜ୍ୱରର ପ୍ରଭାବ ଏତେ ଅଧିକ ଯେ ପିଲାମାନଙ୍କୁ ଲଗାତାର ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି । ଘରୋଇ ଡାକ୍ତରଖାନା ଗୁଡ଼ିକରେ ଜାଗା ବାକି ନାହିଁ । ସେହିପରି ୧୦୦ ଶଯ୍ୟା ବିଶିଷ୍ଟ ମା’ ଏବଂ ଶିଶୁ ସରକାରୀ ମେଡିକାଲ୍ କଲେଜର ମଧ୍ୟ ବର୍ତ୍ତମାନ ଗୋଟିଏ ହେଲେ ବେଡ୍ ଫାଙ୍କା ନାହିଁ । ପରିସ୍ଥିତି ଏତେ ଭୟଙ୍କର ହୋଇଯାଇଛି ଯେ ଗୋଟିଏ ବେଡରେ ଦୁଇ ପିଲାଙ୍କର ଚିକିତ୍ସା କରିବାକୁ ପଡ଼ୁଛି । ଜ୍ୱରରେ ପୀଡ଼ିତ ହୋଇ ଏତେ ସଂଖ୍ୟାରେ ଶିଶୁମାନେ ମେଡ଼ିକାଲ ଆସୁଛନ୍ତି ଯେ ସେମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ନୂତନ ବିଲ୍ଡିଂରେ ୧୦୦ ଟି ଶଯ୍ୟା ମଧ୍ୟ ବ୍ୟବସ୍ଥା କରାଯାଇଛି । ନୂତନ ବିଲ୍ଡିଂରେ ରୋଗୀଙ୍କୁ ଭର୍ତ୍ତି କରିବା ପାଇଁ ବେଡ୍ ମଧ୍ୟ ପହଞ୍ଚି ସାରିଛି । ଆସନ୍ତାକାଲିଠାରୁ ଏହି ବିଲ୍ଡିଂରେ ରୋଗୀମାନଙ୍କୁ ଭର୍ତ୍ତି କରାଯିବ ବୋଲି ଆଶା କରାଯାଉଛି ।

ସେହିପରି ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଦ୍ୱାରା ଜାରି ହୋଇଥିବା ପ୍ରେସ ବିଜ୍ଞପ୍ତି ଅନୁସାରେ ଏପର୍ଯ୍ୟନ୍ତ ୫୦ ଜଣଙ୍କର ମୃତ୍ୟୁ ହୋଇସାରିଛି । ବର୍ତ୍ତମାନ ଏଠାରେ ୪୦୦ରୁ ଅଧିକ ରୋଗୀ ଚିକିତ୍ସିତ ହେଉଛନ୍ତି ବୋଲି କହିଛନ୍ତି କାର୍ଯ୍ୟବାହକ ସିଏମ୍ଏସ୍ ଆଲୋକ ଶର୍ମା । ତେଣୁ ୧୦୦ ଶଯ୍ୟାବିଶିଷ୍ଟ ବେଡ୍ ପ୍ରସ୍ତୁତ କରାଯାଇଛି । ଆସନ୍ତାକାଲି ୱାର୍ଡ କାର୍ଯ୍ୟକ୍ଷମ ହେବ।