• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଲକ୍ଷ୍ନୌ: ଅଖିଳେଶ ଯାଦବଙ୍କ ବଡ଼ ବୟାନ । କହିଲେ ଲଢ଼ିବିନି ବିଧାନସଭା ନିର୍ବାଚନ । ୟୁପିର ମୁଖ୍ୟ ବିରୋଧୀ ଦଳ ସପାର ମୁଖିଆ ଅଖିଳେଶ ଯାଦବଙ୍କ ଏଭଳି ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ସେ ଏକ ଘରୋଇ ଚ୍ୟାନେଲକୁ ସାକ୍ଷାତକାର ଦେଇ ସେ ଏହି ବିବୃତ୍ତି ଦେଇଛନ୍ତି । ଅଖିଳେଶ ଯାଦବ ଏବେ ବିଧାନ ପରିଷଦର ସଦସ୍ୟ ରହିଛନ୍ତି । ତାଙ୍କର ଏଭଳି ଘୋଷଣାରୁ ଏବେ ଏହା ସ୍ପଷ୍ଟ ହୋଇଛି ଯେ, ଏଥର ବି ସେ ବିଧାନ ପରିଷଦ ମାଧ୍ୟମରେ ସଦସ୍ୟ ହେବେ । ସେ ବର୍ତ୍ତମାନ ଆଜମଗଡରୁ ଲୋକସଭା ସଦସ୍ୟ ଅଛନ୍ତି । ସେ ଆହୁରି କହିଛନ୍ତି ଶିବପାଲ ସିଂହ ଯାଦବଙ୍କ ପ୍ରଗତିଶିଳ ସମାଜବାଦୀ ପାର୍ଟି ସହ ମେଣ୍ଟ କରିବାରେ କିଛି ଅସୁବିଧା ନାହିଁ । ତାଙ୍କୁ ଯାହା ସମ୍ମାନ ମିଳିବା କଥା ମିଳିବ ।

ଯେତେବେଳେ ୨୦୧୭ରେ ଯୋଗୀ ଆଦିତ୍ୟନାଥ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ, ସେତେବେଳେ ସେ ଗୋରଖପୁରର ସାଂସଦ ଥିଲେ । ପରେ ସେ ବିଧାନ ପରିଷଦ ମାଧ୍ୟମରେ ଗୃହର ସଦସ୍ୟ ହୋଇଥିଲେ । ତେବେ ଏଥର ସେ ଅଯୋଧ୍ୟାରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଚର୍ଚ୍ଚା ଚାଲିଛି । ଆଗାମୀ ନିର୍ବାଚନରେ ୟୁପିରେ ସପା ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଆଶା କରାଯାଉଛି । ଅଖିଳେଶଙ୍କ ସହ ତାଙ୍କ କର୍ମୀମାନେ ମଧ୍ୟ ବେଶ୍‌ ଜୋଶ୍‌ରେ ଥିବା ଭଳି ଦେଖାଯାଉଛନ୍ତି ।

ସପା ଅଧ୍ୟକ୍ଷ ବିଜୟ ରଥ ଯାତ୍ରାରେ ଯାଇଛନ୍ତି । ଏଥିସହ ବିଜେପି ପକ୍ଷରୁ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ୟୁପିରେ ସଭା ସମିତି କରି ନିର୍ବାଚନୀ ମାହୋଲରେ ଉଷ୍ମତା ଭରିଦେଇଛନ୍ତି । ୟୁପିରେ ଆଇନ ଶୃଙ୍ଖଳା ପ୍ରସଙ୍ଗକୁ ବିଜେପି ଜନସାଧାରଣଙ୍କ ନିକଟକୁ ଯିବ । ଏହି ନିର୍ବାଚନରେ ବିଜେପିର ବଡ଼ ମୁଦ୍ଧା ଆଇନ ଶୃଙ୍ଖଳା ବୋଲି କୁହାଯାଉଛି ।

ଏଥର ନିର୍ବାଚନ ପୂର୍ବରୁ ​​କଂଗ୍ରେସ ମଧ୍ୟ ପୂର୍ବ ଅପେକ୍ଷା ୟୁପିରେ ଅଧିକ ସକ୍ରିୟ ଥିବା ଦେଖାଯାଉଛି । ଦଳର ନିର୍ବାଚନ ଦାୟିତ୍ୱରେ ଥିବା ପ୍ରିୟଙ୍କା ଗାନ୍ଧି ଭଦ୍ରା ରାଜ୍ୟରେ ଘନ ଘନ ରାଲି ଓ ରୋଡ୍‌ ଶୋ କରୁଛନ୍ତି । ରବିବାର ଗୋରଖପୁର ରାଲିରେ ସେ ବିଜେପି ସରକାର ସମେତ ସପା ସଭାପତି ଅଖିଳେଶ ଯାଦବଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ୟୁପିରେ ମୁଖ୍ୟ ବିରୋଧୀ ଦଳ ଭାବେ ଏବେ କଂଗ୍ରେସ ହିଁ ନଜର ଆସୁଛି । ସପା ଅଧ୍ୟକ୍ଷ ରେସ୍‌ରେ ଥିବା ଭଳି ବି ଜଣାପଡ଼ୁନାହାନ୍ତି । ଲୋକଙ୍କ ପାଇଁ କେବଳ କଂଗ୍ରେସ ହିଁ ଲଢ଼ୁଛି ।

ଅନ୍ୟପଟେ ଆରଏଲଡି ଅଧ୍ୟକ୍ଷ ଜୟନ୍ତ ଚୌଧରୀ ଓ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧିଙ୍କ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା। ଯାହାକୁ ନେଇ ଏବେ ନାନା କଳ୍ପନା ଜଳ୍ପନା ଚାଲିଛି । କିନ୍ତୁ ଗତ ରବିବାର ଜୟନ୍ତ ଚୌଧରୀ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାବେଳେ କହିଥିଲେ ଆର୍‌ଏଲ୍‌ଡି ଓ ସପା ମଧ୍ୟରେ ମେଣ୍ଟ ହୋଇସାରିଛି । ଖୁବ୍‌ଶୀଘ୍ର ସିଟ୍‌ ଭାଗବଣ୍ଟା ହେବ ।