• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ଦୁର୍ଘଟଣାରେ ୪ ମୃତ

  • ହୁତୁହୁତୁ ହୋଇ ଜଳିଲା ୨ ଗାଡ଼ି

ଅଜ୍‌ମେର୍‌ର : ରାଜସ୍ଥାନର ଅଜ୍‌ମେର୍‌ରେ ଭୟଙ୍କର ସଡ଼କ ଦୁର୍ଘଟଣା। ଜୀବନ୍ତ ଜଳିଗଲେ ୪ ଜଣ। ଆଜି ସକାଳୁ ହିଁ ରାଜସ୍ଥାନର ଅଜମେର ଜିଲ୍ଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ସହରର ଆଦର୍ଶ ନାଗର ପୋଲିସ ଷ୍ଟେସନ ଅଞ୍ଚଳରେ ୨ ଟି ଟ୍ରେଲର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଏହେ ତୀବ୍ର ଥିଲା ଯେ, ଉଭୟ ଟ୍ରେଲରରେ ନିଆଁ ଲାଗିଯାଇଥିଲା। ଏହି କାରଣରୁ ଟ୍ରେଲରରେ ଥିବା ୪ ଜଣ ଲୋକ ଜୀବନ୍ତ ଜଳିଯାଇଛନ୍ତି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବହୁ ଉଦ୍ୟମ ପରେ ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲା। ଆଦର୍ଶ ନାଗର ପୋଲିସ ପକ୍ଷରୁ ମୃତଦେହକୁ ଟ୍ରେଲରରୁ ଉଦ୍ଧାର କରି ଜବାହରଲାଲ ନେହେରୁ ଡାକ୍ତରଖାନାକୁ ଶବକୁ ନିଆଯାଇଥିଲା। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ। ତେବେ ଏତେ ଭୟଙ୍କର ଦୁର୍ଘଟଣା କେମିତି ହେଲା ସେନେଇ ପୋଲିସ ତଦନ୍ତ ଚଲାଇଥିବା ସୂଚନା ମିଳିଛି।

ପୋଲିସର ସୂଚନାନୁସାରେ,୮ ନମ୍ବର ଜାତୀୟ ରାଜପଥରେ ହୋଇଥିବା ଦୁର୍ଘଟଣା ସକାଳ ପ୍ରାୟ ୬ ଟା ସମୟରେ ହୋଇଛି। ଟାଇଲ ବୋଝେଇ ଏକ ଟ୍ରେଲର ଜୟପୁରରୁ ବେୱାରକୁ ଯାଉଥିଲା ଆଉ ଏହି ସମୟରେ ଡ୍ରାଇଭର ନିୟନ୍ତ୍ରଣ ହରାଇ ଡିଭାଇଡରକୁ ଅତିକ୍ରମ କରି ଅନ୍ୟ ପାର୍ଶ୍ୱକୁ ଗାଡ଼ିକୁ ନେଇଯାଇଥିଲେ। ଆଉ ଅନ୍ୟ ରାସ୍ତାରେ ବିୱାରରୁ ଜୟପୁର ଯାଉଥିବା ଅନ୍ୟ ଏକ ଟ୍ରଲର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା ଆଉ ସେହି ଟ୍ରଲର୍‌ ମାର୍ବଲ ଥିବା ନେଇ ପୋଲିସ କହିଛି।

ଦୁଇଟି ଗାଡି ଧକ୍କା ହେବା ପରେ ସାଙ୍ଗେ ସାଙ୍ଗେ ନିଆଁ ଲାଗିଯାଇଥିଲା। ତେଣୁ ଉଭୟ ଗାଡ଼ିର ଡ୍ରାଇଭର ଓ ହେଲ୍ପପର ବାହାରକୁ ବାହାରି ପାରିନଥିଲେ। ଆଉ ଗାଡ଼ି ସହ ସେମାନେ ବି ଜଳିଯାଇଥିଲେ। କିନ୍ତୁ ଗାଡ଼ିରେ ଥିବା ଜଣେ କର୍ମଚାରୀ କୌଣସି ମତେ ଗାଡ଼ିରୁ ଡେଇଁ ଜୀବନ ବଂଚାଇ ଦେଇଛନ୍ତି।

ଦୁର୍ଘଟଣା ପରେ ଲାଗିଥିବା ନିଆଁ ଭୟଙ୍କର ରୂପ ନେଇଥିଲା। ଦୁର୍ଘଟଣା ଯୋଗୁଁ ପୋଲିସ ପକ୍ଷରୁ ରାଜପଥକୁ ପୂରାପୂରି ସିଲ୍‌ କରାଯାଇଥିଲା। ନିଆଁକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ମଧ୍ୟ ହୋଇଯାଇଥିଲେ। ସ୍ଥିତି ଏମିତି ହୋଇଥିଲା ଯେ, ଦମକଳବାହୀନୀ ପହଞ୍ଚିବା ବେଳକୁ ଘଟଣାସ୍ଥଳରେ ୪ ଜଣ ଜଳିସାରିଥିଲେ। ଡେଇଁ ପଡ଼ିଥିବା ଜଣେ କର୍ମଚାରୀଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସେ ଗୁରୁତର ଆହତ ହୋଇଥିବା ସୂଚନା ରହିଛି। ବର୍ତ୍ତମାନ ବି ଅଧା ଜଳା ଗାଡ଼ି ଗୁଡିକ ରାସ୍ତାରେ ପଡ଼ିରହିଛି। ଖୁବଶୀଘ୍ର ରାସ୍ତାରୁ ପୋଡ଼ା ଗାଡ଼ିକୁ ହଟାଇ ଦିଆଯିବ ବୋଲି ସ୍ଥାନୀୟ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।