• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି ଆମ୍ ଆଦମୀ ପାର୍ଟି ।

  • କେଜ୍ରିୱାଲ୍ ଡେରାଡୁନ୍ ଯାଇ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି । 

ଡେରାଡୁନ୍‌: ପାଖେଇ ଆସୁଛି ଉତ୍ତରାଖଣ୍ଡ ନିର୍ବାଚନ । ଆଉ ସରଗରମ ହେଉଛି ରାଜ୍ୟ ରାଜନୀତି । ୨୦୨୨ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ଉତ୍ତରାଖଣ୍ଡକୁ ଏବେଠୁ ବାହାରିଆ ନେତାଙ୍କ ସୁଅ ଛୁଟିଲାଣି । ଅନ୍ୟପଟେ ରାଜ୍ୟ ନେତା ବି ଅଣ୍ଟା ଭିଡ଼ିଲେଣି । କିଏ ବାଜି ମାରିବ ଏଥର ନିର୍ବାଚନ ସେଥିପାଇଁ ଏବେଠଉ ସାଂଗଠନ ମଜଭୁତ କରିବା ଆରମ୍ଭ କଲେଣି ନେତାମାନେ । ତେବେ ଏହି କ୍ରମରେ ଆମ୍‌ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଉତ୍ତରାଖଣ୍ଡ ଗସ୍ତରେ ଯାଇ ଲୋକଙ୍କୁ ବୁଝାଇବା ଆରମ୍ଭ କରିଛନ୍ତି ।

 

ତେବେ ଆଜି ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି ଆମ୍ ଆଦମୀ ପାର୍ଟି । ଆପ୍‌ର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଡେରାଡୁନ୍ ଗସ୍ତରେ ଯାଇ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି । ଆପ୍ ତରଫରୁ ଆଗାମୀ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହିସାବରେ ଅବସରପ୍ରାପ୍ତ କର୍ଣ୍ଣେଲ୍ ଅଜୟ କୋଠିୟାଲଙ୍କ ନାଁ ଘୋଷଣା କରାଯାଇଛି ।

 

ଉତ୍ତରାଖଣ୍ଡ ଗସ୍ତରେ ଥିବା କେଜ୍ରିୱାଲ୍ ଆଉ ଏକ ବଡ଼ ଘୋଷଣା ବି କରିଛନ୍ତି । ସେ କହିଛନ୍ତି, ଆମ୍ ଆଦମୀ ପାର୍ଟି ଯଦି ସତ୍ତାକୁ ଆସେ, ତେବେ ଆମେ ଉତ୍ତରାଖଣ୍ଡକୁ ସାରା ଦୁନିଆର ହିନ୍ଦୁଙ୍କ ପାଇଁ ଏକ ଆଧ୍ୟାତ୍ମିକ ରାଜଧାନୀ କରିବୁ ।

କେଜ୍ରିୱାଲ୍ କହିଛନ୍ତି କି ପୂର୍ବରୁ ମନୀଷ ସିଶୋଦିଆ ମଧ୍ୟ ଉତ୍ତରାଖଣ୍ଡ ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ଜନତାଙ୍କ ରାୟ ମାଗିଥିଲେ । ଯାହାକୁ ନେଇ ଜନତା ନିଜର ମତାମତା ଜଣାଇଛନ୍ତି । ଜନତାଙ୍କ ମତାମତକୁ ଆଧାର କରି ଆମେ କର୍ଣ୍ଣେଲ୍ ଅଜୟ କୋଠିୟାଲଙ୍କୁ ଦଳର ମୁଖ୍ୟମନ୍ତ୍ରୀ ଚେହେରା କରିବାକୁ ନିଷ୍ପତ୍ତି ନେଇଛୁ ବୋଲି କହିଛନ୍ତି କେଜ୍ରିୱାଲ୍ ।