• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଞ୍ଚି : ଭାରତର ସଫଳ କ୍ରିକେଟର୍‌ରୁ କୃଷକ ଆଉ ଏବେ ଗୋପାଳକ । ସବୁ କ୍ଷେତ୍ରରେ ସଫଳ କ୍ୟାପଟେନ୍ କୁଲ୍ । ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଏବେ କ୍ରିକେଟ୍ ବ୍ୟତୀତ ନିଜର ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ରାଞ୍ଚି ବଜାରରେ ନିଜର କୃଷି ଉତ୍ପାଦିତ ସାମଗ୍ରୀର ଚମତ୍କାରିତା ଦେଖାଇବା ପରେ ଧୋନି ଏବେ ଗୋପାଳନରେ ମଧ୍ୟ ଆଗୁଆ ଅଛନ୍ତି । ବର୍ତ୍ତମାନ ଧୋନିଙ୍କ ଶ୍ୟାମ୍ବୋ ଫାର୍ମ ହାଉସରେ ୧୫୦ରୁ ଅଧିକ ପ୍ରଜାତିର ଗାଈ ଅଛନ୍ତି । କ୍ୟାପଟେନ୍ କୁଲଙ୍କ ଫାର୍ମ ହାଉସରୁ ପ୍ରତିଦିନ ୫୦୦ ଲିଟରରୁ ଅଧିକ କ୍ଷୀର ରାଜଧାନୀ ବଜାରରେ ପହଞ୍ଚୁଛି, ଯାହା ତାଙ୍କ ଆଉଟଲେଟରେ ବିକ୍ରି ହେଉଛି । ଅନ୍ୟପଟେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କ୍ଷୀର ବିତରଣର ହୋମ୍ ଡେଲିଭରି କରାଯାଉଛି । ତଥାପି କିଛି ଲୋକ ପ୍ରତିଦିନ ସକାଳେ ଚାଲିବା ସମୟରେ କ୍ଷୀର କିଣିବା ପାଇଁ ଆଉଟଲେଟରେ ପହଞ୍ଚି ଯାଉଛନ୍ତି ।

ଶୁଦ୍ଧତା ଗୁଣବତ୍ତାରେ ଭରପୁର ଧୋନୀଙ୍କ ଫାର୍ମହାଉସ୍ କ୍ଷୀର । ଧାନୀଙ୍କ ଫାର୍ମହାଉସରୁ ପ୍ରତିଦିନ ୫୦୦ ଲିଟରରୁ ଅଧିକ କ୍ଷୀର ରାଞ୍ଚିର ତିନୋଟି ଆଉଟଲେଟରେ ପହଞ୍ଚୁଥିବା କଥା କହିଛନ୍ତି ଆଉଟଲେଟ୍ ସଂଚାଳକ ଶିବାନନ୍ଦନ । ବର୍ତ୍ତମାନ ମହାମାରୀକୁ ଦୃଷ୍ଟିରେ ରଖି ହୋମ୍ ଡେଲିଭରି ଉପରେ ଅଧିକ ଗୁରୁତ୍ୱ ଦଆଯାଉଛି । ଏହା ସତ୍ତ୍ୱେ କିଛି ଲୋକ ପ୍ରତିଦିନ କ୍ଷୀର ନେବା ପାଇଁ ଆଉଟଲେଟରେ ପହଞ୍ଚିଯାଆନ୍ତି । ଧୋନୀଙ୍କ ଫାର୍ମ ହାଉସର କ୍ଷୀରର ଗୁଣବତ୍ତା ବହୁତ ଭଲ ବୋଲି କହିଛନ୍ତି ସଂଚାଳକ । କ୍ଷୀରର ଶୁଦ୍ଧତା ପାଇଁ ବିଶେଷ ଯତ୍ନ ନିଆଯାଏ, ଯାହାଦ୍ୱାରା ଗ୍ରାହକଙ୍କ ପାଖକୁ କେବେ କୌଣସି ପ୍ରକାର ଅଭିଯୋଗ ଆସିନି ।

ଧୋନିଙ୍କ ଆଉଟଲେଟରେ ବର୍ତ୍ତମାନ ତିନି ପ୍ରକାରର ଦୁଗ୍ଧ ବିକ୍ରି ହେଉଛି । ହୋଜନ ଫ୍ରିଗେନର କ୍ଷୀର ଲିଟର ପିଛା ୫୫ ଟଙ୍କା, ସାହିୱାଲ ପ୍ରଜାତି ଗାଈର କ୍ଷୀର ଲିଟର ପିଛା ୯୦ ଟଙ୍କା ଓ ଗୁଜରାଟର ସ୍ୱର୍ଣ୍ଣଗିରି ପ୍ରଜାତିର ଗାଇର କ୍ଷୀର ଲିଟର ପିଛା ୧୩୦ ଟଙ୍କାରେ ବିକ୍ରି ହେଉଛି । ଏଥିମଧ୍ୟରୁ ଗୁଜୁରାଟର ସ୍ୱର୍ଣ୍ଣଗିରି ଗାଈର କ୍ଷୀର ସ୍ୱାସ୍ଥ୍ୟ ଦୃଷ୍ଟିରୁ ଅତ୍ୟନ୍ତ ପୁଷ୍ଟିକର ଏବଂ ସ୍ୱଚ୍ଛ ବୋଲି ବିବେଚନା କରାଯାଏ । ସ୍ୱର୍ଣ୍ଣଗିରି ଗାଈର କ୍ଷୀର ହାଲୁକା କ୍ରିମ୍ ରଙ୍ଗର ଦେଖାଯାଏ । ସଂକ୍ରମଣକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଘରେ ଘରେ ବୋତଲରେ କ୍ଷୀର ବିତରଣ କରାଯାଉଛି ।

ଧୋନିଙ୍କ ଫାର୍ମ ହାଉସ୍ କ୍ଷୀରର କୌଣସି ତୁଳନା ନାହିଁ ବୋଲି କୁହନ୍ତି ନିୟମିତ ଗ୍ରାହକ ଡକ୍ଟର ଜିତେନ୍ଦ୍ର କୁମାର । ଏହି କ୍ଷୀରରେ କୌଣସି ପ୍ରକାର ଅପମିଶ୍ରରଣର ସମ୍ଭାବନା ନାହିଁ । ଡକ୍ଟର ଜିତେନ୍ଦ୍ର ଗୁଜୁରାଟର ସ୍ୱର୍ଣ୍ଣଗିରି ଗାଈର କ୍ଷୀର କିଣନ୍ତି । ଲିଟର ପିଛା ୧୩୦ ଟଙ୍କା ମୂଲ୍ୟର ଏହି କ୍ଷୀର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ପ୍ରତିରୋଧ ଶକ୍ତି ବଢ଼ାଇବା ସହ କରୋନା କାଳନରେ ଏହାର ଆବଶ୍ୟକତା ଅଧିକ ରହିଛି ବୋଲି ସେ କହନ୍ତି ।