Advertisment

ଜୋରଦାର ଝଟକା ଦେଲା ଜିଓ : ମହଙ୍ଗା ହେଲା ରିଚାର୍ଜ ପ୍ଲାନ୍

ଜିଓର ୧୨୯ ଟଙ୍କାର ଅନଲିମିଟେଡ୍ ପ୍ଲାନ୍ ପାଇଁ ବର୍ତ୍ତମାନ ଗ୍ରାହକଙ୍କୁ ୧୫୫ ଟଙ୍କା ଦେବାକୁ ପଡ଼ିବ । ଏହି ଯୋଜନାରେ ଗ୍ରାହକଙ୍କୁ ମାସିକ ତଥ୍ୟ ସହିତ ଅନଲିମିଟେଡ୍ କଲିଂ ସହିତ ୩୦୦ SMS ଦିଆଯାଉଛି । ଜିଓର ୧୨୯ର ଯୋଜନା ମଧ୍ୟ ୨୮ ଦିନର ବୈଧତା ସହିତ ଆସିଥାଏ ।

author-image
Prangyan Parimita
ଅଦ୍ୟତନ ହୋଇଛି
jio plan

jio plan

ନୂଆଦିଲ୍ଲୀ : ମହଙ୍ଗା ହେଲା ଜିଓ ରିଚାର୍ଜ । ରିଲାଏନ୍ସ ଜିଓ ନିଜର ପ୍ଲାନ୍‌ର ମୂଲ୍ୟ ବୃଦ୍ଧି କରିଛି । ଡିସେମ୍ବର ୧ , ୨୦୨୧ରୁ ଜିଓର ନୂତନ ମୂଲ୍ୟ ସମଗ୍ର ଦେଶରେ କାର୍ଯ୍ୟକାରୀ ହେବ । ଏଥିରେ ଡାଟା ପ୍ଲାନ୍, ଅନଲିମିଟେଡ୍ ପ୍ଲାନ୍ ସହ JioPhone ଯୋଜନା ସାମିଲ ରହିଛି । ପୂର୍ବରୁ ଏୟାରଟେଲ ନିଜ ଯୋଜନା ଗୁଡ଼ିକର ମୂଲ୍ୟ ବୃଦ୍ଧି କରିଥିବା ବେଳେ ଏବେ ରିଲାଏନ୍ସ ଜିଓ ମଧ୍ୟ ଏହାର ଯୋଜନାକୁ ମହଙ୍ଗା କରିଛି । ରିଲାଏନ୍ସ ଜିଓ ବର୍ତ୍ତମାନ ନିଜ ପ୍ଲାନ୍ ଗୁଡ଼ିକରେ ପ୍ରାୟ ୨୦ ରୁ ୨୫ ପ୍ରତିଶତ ବୃଦ୍ଧି କରିବାକୁ ଘୋଷଣା କରିଛି ।

Advertisment
  • JioPhone ର 75 ଟଙ୍କାର ପ୍ଲାନ୍ ପାଇଁ ଗ୍ରାହକଙ୍କୁ ଏବେ ୯୧ ଟଙ୍କା ଦେବାକୁ ପଡିବ । ଏହି ଯୋଜନାରେ ୩ ଜିବି ଡାଟା ସହିତ ଅନଲିମିଟେଡ୍ ଭଏସ୍ କଲ୍ ଏବଂ ୫୦ଟି SMSର ସୁବିଧା ପ୍ରଦାନ କରାଯାଇଛି । ଏହି ଯୋଜନା ୨୮ ଦିନର ବୈଧତା ସହ ଉପଲବ୍ଧ ।
  • ଜିଓର ୧୨୯ ଟଙ୍କାର ଅନଲିମିଟେଡ୍ ପ୍ଲାନ୍ ପାଇଁ ବର୍ତ୍ତମାନ ଗ୍ରାହକଙ୍କୁ ୧୫୫ ଟଙ୍କା ଦେବାକୁ ପଡ଼ିବ । ଏହି ଯୋଜନାରେ ଗ୍ରାହକୁ ମାସିକ ତଥ୍ୟ ସହିତ ଅନଲିମିଟେଡ୍ କଲିଂ ସହିତ ୩୦୦ SMS ଦିଆଯାଉଛି । ଜିଓର ୧୨୯ର ଯୋଜନା ମଧ୍ୟ ୨୮ ଦିନର ବୈଧତା ସହିତ ଆସିଥାଏ ।
Advertisment
  • ବାର୍ଷିକ ରିଚାର୍ଜ ଯୋଜନାରେ ସର୍ବାଧିକ ୪୮୦ ଟଙ୍କା ବୃଦ୍ଧି କରିଛି ଜିଓ । ଏଭଳି ସ୍ଥିତିରେ ଗ୍ରାହକଙ୍କୁ ବାର୍ଷିକ ଜିଓ ରିଚାର୍ଜ ପାଇଁ ୨୩୯୯ ଟଙ୍କା ବଦଳରେ ୨୮୭୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏହି ପ୍ଲାନରେ ଦୈନିକ ୨ ଜିବି ଡାଟା ସହିତ ଅନଲମିଟେଡ୍ କଲିଂ ସହିତ ଦୈନିକ ୧୦୦ଟି SMS ଦିଆଯାଉଛି ।
  • ସେହିପରି ଗ୍ରାହକଙ୍କୁ ସର୍ବନିମ୍ନ ୧୪୯ଟଙ୍କା ବଦଳରେ ୧୭୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ୨୪ ଦିନ ବୈଧତା ସହିତ ଏହି ଯୋଜନାରେ ଦୈନିକ ୧ GB ଡାଟା ସହିତ, ଅନଲିମିଟେଡ୍ କଲିଂ, ଦୈନିକ ୧୦୦SMS ଉପଲବ୍ଧ ପ୍ରଦାନ କରାଯିବ ।
  • ଅନ୍ୟପଟେ ଜିଓ ଗ୍ରାହକଙ୍କୁ ଦୈନିକ ୨ GB ଡାଟା ପାଇଁ ୨୪୯ ଟଙ୍କା ବଦଳରେ ୨୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏହି ଯୋଜନାରେ ଦୈନିକ ୨ ଜିବି ଡାଟା ସହିତ ଅନଲିମିଟେଡ୍ କଲିଂ ଏବଂ ୨୦୦ SMS ମଧ୍ୟ ପ୍ରଦାନ କରାଯିବ ।
Jio Recharge Plans
Advertisment
Advertisment