/odishatv-khabar/media/post_attachments/uploadimage/library/16_9/16_9_0/IMAGE_1633779825.jpg)
Mamata Banerjee
ନୂଆଦିଲ୍ଲୀ: କଂଗ୍ରେସ-ତୃଣମୂଳ କଂଗ୍ରେସ ମଧ୍ୟରେ ବଢୁଛି ବିବାଦ। କଂଗ୍ରେସର ବରିଷ୍ଠ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ବୟାନକୁ ନେଇ ଏବେ ଜୋରସୋରରେ ଚାଲିଛି ଚର୍ଚ୍ଚା। କଂଗ୍ରେସ ଦଳରେ ଲାଗୁଥିବା କନ୍ଦଳ ପାଇଁ ସେ ସିଧାସଳଖ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସିର ମୁଖ୍ୟ ମମତା ବାନାର୍ଜୀଙ୍କୁ ଦାୟୀ କରିଛନ୍ତି। ଏହାସହ ସେ କହିଛନ୍ତି ନିଜାର ରାଜନୈତିକ ଉଦ୍ଦେଶ୍ୟ ପାଇଁ ମମତା ଏପରି ହୀନ ରାଜନୀତି କରୁଛନ୍ତି।
ଏଠାରେ କହିରଖୁଛୁ, ମମତା ବାନାର୍ଜୀ ସଜସଜ ଭାବନୀପୁର ଆସନରେ ବହୁ ଭୋଟ୍ ବ୍ୟବଧାନରେ ବିଜୟ ହୋଇଛନ୍ତି। କେବଳ ବିଜୟ ହୋଇଛନ୍ତି ତାହା ନୁହେଁ ବରଂ ରେକର୍ଡ଼ ମଧ୍ୟ କରିଛନ୍ତି। ଆଉ ଏହି ସମୟରେ କଂଗ୍ରେସର ବରିଷ୍ଠ ନେତା ମମତାଙ୍କୁ ନେଇ ଏପରି ମନ୍ତବ୍ୟ ଦେଇଛନ୍ତି। ଗୋଟିଏ ପଟେ ଟିଏମସି ଉଠୁଥିବା ବେଳେ କଂଗ୍ରେସ କ୍ରମାଗତ ଭାବରେ ନିମ୍ନ ପ୍ରଦର୍ଶନ କରୁଛି, ଯାହା ଦଳୀୟ ନେତାଙ୍କ ଚିନ୍ତା ବଢାଇଛି। କାରଣ ବର୍ତ୍ତମାନ ସମୟରେ ଅନେତକ କଂଗ୍ରେସ ନେତା ଦଳ ଛାଡ଼ି ଟିଏମସ୍ରେ ସାମିଲ ହେଉଛନ୍ତି।
Also Read
ଜାତୀୟ ଗଣମାଧ୍ୟମ ଇଣ୍ଡିଆନ୍ ଏକ୍ସପ୍ରେସକୁ ଏକ ସାକ୍ଷାତ୍କାର ଦେଇ ଅଧୀର କହିଛନ୍ତି ଯେ, ଦେଶରେ ଅନେକ କଂଗ୍ରେସ ନେତାଙ୍କୁ ଦଳ ଛାଡ଼ି ଟିଏମସିରେ ଯୋଗ ଦେବା ପାଇଁ ମମତା ପ୍ରବର୍ତାଉଛନ୍ତି। ଆଉ ନେତା ମଧ୍ୟ ତାଙ୍କ କଥାରେ ପ୍ରଲୋଭିତ ହୋଇ ଦଳ ଛାଡ଼ୁଛନ୍ତି। ବର୍ତ୍ତମାନ ସମୟରେ ବିରୋଧୀଦଳଙ୍କ ମଧ୍ୟରେ ସେ ଜାଣିଶୁଣି ବିଦ୍ରୋହ ସୃଷ୍ଟି କରୁଛନ୍ତି। କିନ୍ତୁ ସେ ଭୁଲିଯିବା ଉଚିତ୍ ନୁହେଁ କି, କଂଗ୍ରେସ ଦଳରେ ତାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହିଁ ପ୍ରମୋଟ୍ କରାଇଥିଲେ। ପରେ ଉପା ସରକାରରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ପଦ ପାଇଥିଲେ। ଆଉ ଏବେ ସେ କଂଗ୍ରେସ ଦଳକୁ ପଛପଟୁ ଛୁରୀ ମାଡ଼ କରୁଛନ୍ତି। ଅନେକ କଂଗ୍ରେସ ନେତାଙ୍କ ସହ ତାଙ୍କର ଭଲ ସମ୍ପର୍କ ଥିବାରୁ ତାଙ୍କ ଲକ୍ଷ୍ୟ ପୂରଣ କରିବା ସହଜ ହେଉଛି।
ଏହାସହ ଅଧୀର କହିଛନ୍ତି, ପୂରା ଦେଶରେ ମୋଦି-ଦିଦିଙ୍କ କଳିକୁ ନେଇ ଚର୍ଚ୍ଚା ଲାଗିରହେ। କିନ୍ତୁ ଆପଣ ଜାଣିନାହାନ୍ତି ମୋଦି-ଦିଦିଙ୍କ ମଧ୍ୟରେ ଏକ ଗୁପ୍ତ ବୁଝାବଣା ହୋଇଛି। ନିଜ ଦଳୀୟ ନେତାଙ୍କୁ ସିବିଆଇ ଏବଂ ଇଡ଼ିରୁ ବଂଚାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆଗରେ ମୁଣ୍ଡ ନୁଆଁଇଛନ୍ତି ମମତା। ଆମେ ସମସ୍ତେ ଭାବୁଛନ୍ତି କି ଦିଦି ମୋଦିଙ୍କ ସହ ଲଢେଇ କରୁଛନ୍ତି କିନ୍ତୁ ଉଭୟଙ୍କ ମଧ୍ୟରେ ସଲାସୁତରା ଚାଲିଛି ବୋଲି ଅଧୀର କହିଛନ୍ତି। ସେପଟେ ଅଧୀରଙ୍କ ଏପରି ଅଭିଯୋଗର ପ୍ରତିକ୍ରିୟା ଦେଇନାହାନ୍ତି ଉଭୟ ବିଜେପି-ଟିଏମ୍ସି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
/odishatv-khabar/media/member_avatars/uploadimage/library/16_9/16_9_1/Sarbeswar_1626676113.jpg )


/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)