Advertisment

ପ୍ରବଳ ବର୍ଷା ଯୋଗୁଁ ଭୁଶୁଡ଼ିଲା ଘର, ଦୁଇ ଶିଶୁ ସମେତ ୭ ମୃତ

ଗତକାଲି ରାତି ପ୍ରାୟ ୯ଟା ସମୟରେ କର୍ଣ୍ଣାଟକର ବେଲଗାଡ଼ିର ବାରାଲା ଅଙ୍କଲଗି ଗ୍ରାମରେ ପ୍ରବଳ ବର୍ଷା ହେତୁ ଗୋଟିଏ ଘର ଭୁଶୁଡ଼ି ପଡ଼ିବାରୁ ଦୁଇ ଶିଶୁଙ୍କ ସମେତ ସାତଜଣଙ୍କର ମୃତ୍ୟୁ ଘଟିଛି।

author-image
Prangyan Parimita
ଅଦ୍ୟତନ ହୋଇଛି
7 dead in Karnataka after house collapses

7 dead in Karnataka after house collapses

ବେଲଗାଡ଼ି : ପ୍ରବଳ ବର୍ଷା ଯୋଗୁଁ ଭୁଶୁଡ଼ିଲା କୋଠା । ଫଳରେ ଦୁଇ ଶିଶୁ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲି ରାତି ପ୍ରାୟ ୯ଟା ସମୟରେ କର୍ଣ୍ଣାଟକର ବେଲାଗାବିର ଅଙ୍କଲଗି ଗ୍ରାମରେ ପ୍ରବଳ ବର୍ଷା ହେତୁ ଗୋଟିଏ ଘର ଭୁଶୁଡ଼ି ପଡ଼ିବାରୁ ଦୁଇ ଶିଶୁଙ୍କ ସମେତ ସାତଜଣଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଡାକ୍ତରଖାନା ଯିବା ବାଟରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । 

Advertisment

ଏହି ଘଟଣାରେ ରାଜ୍ୟର ମୁଖ୍ୟମନ୍ତ୍ରୀ ବାସବିରାଜ ବୋମାଇ ଶୋକ ପ୍ରକାଶ କରିବା ସହ ପୀଡିତଙ୍କ ପରିବାରକୁ ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି । ଏହା ସହିତ ମୁଖ୍ୟମନ୍ତ୍ରୀ ସ୍ଥାନୀୟ ଅଧିକାରୀଙ୍କୁ ଘଟଣାସ୍ଥଳ ପରିଦର୍ଶନ କରିବା ଏବଂ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି । ଏକ ସଙ୍ଗେ ଗାଁରେ ସାତ ଜଣଙ୍କ ମୃତ୍ୟୁ ପରେ ଗାଁରେ ଶୋକର ଲହରି ଖେଳି ଯାଇଛି । 

Advertisment

ଗତ କିଛି ଦିନ ହେବ ଏହି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବା କହିଛନ୍ତି ସ୍ଥାନୀୟ ଲୋକେ। ପ୍ରବଳ ବର୍ଷା ଯୋଗୁଁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତାମିଲନାଡୁ ଉପକୂଳବର୍ତ୍ତୀ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ପ୍ରବଳ ପବନ ବୋହିବା ଓ ବର୍ଷା ପାଇଁ ସର୍କୁଲାର ଜାରି କରାଯାଇଥିଲା । ଅକ୍ଟୋବର ୪ରୁ ୬ ମଧ୍ୟରେ କର୍ଣ୍ଣାଟକରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ। ଫଳରେ ବୁଧବାର ଦିନ ରାଜ୍ୟର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା।

Karnataka House Collapse
Advertisment
Advertisment