Advertisment

୧୧ ଦିନରେ ୫୪୩ ପିଲା କରୋନା ପଜିଟିଭ୍ ; ଆତଙ୍କରେ ଅଭିଭାବକ

କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ପିଲାମାନଙ୍କ କ୍ଷେତ୍ରରେ କରୋନା ସଂକ୍ରମଣକୁ ନେଇ ଅଭିଭାବକ ଏବଂ ପ୍ରଶାସନ ମହଲରେ ଆତଙ୍କ ଖେଳିଯାଇଛି। ଗତ ୧ ରୁ ୧୧ ଅଗଷ୍ଟ ମଧ୍ୟରେ, ୦-୧୮ ବର୍ଷ ବୟସର ୫୪୬ ପିଲା କରୋନା ପଜିଟିଭ୍ ହୋଇଥିବା ଜଣାପଡିଛି। ଏତେ ସଂଖ୍ୟକ ପିଲା କରୋନା ପଜିଟିଭ୍ ହୋଇ ଥିବାରୁ ପିଲାମାନଙ୍କ କ୍ଷେତ୍ରରେ କରୋନା ପ୍ରଭାବର ଭୟ ବଢିବାରେ ଲାଗିଛି। ଏଥିରୁ ଆଶଙ୍କା ପ୍ରକାଶ ପାଇଛି ଯେ ତୃତୀୟ ଲହରରେ ପିଲାମାନଙ୍କ ଉପରେ କୋଭିଡ୍‌ର ଏକ ବଡ଼ ପ୍ରଭାବ ପଡିପାରେ।

author-image
Pramod Behera
୧୧ ଦିନରେ ୫୪୩ ପିଲା କରୋନା ପଜିଟିଭ୍ ; ଆତଙ୍କରେ ଅଭିଭାବକ

Covid-19

ବାଙ୍ଗାଲୋର : କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ପିଲାମାନଙ୍କ କ୍ଷେତ୍ରରେ କରୋନା ସଂକ୍ରମଣକୁ ନେଇ ଅଭିଭାବକ ଏବଂ ପ୍ରଶାସନ ମହଲରେ ଆତଙ୍କ ଖେଳିଯାଇଛି। ଗତ ୧ ରୁ ୧୧ ଅଗଷ୍ଟ ମଧ୍ୟରେ, ୦-୧୮ ବର୍ଷ ବୟସର ୫୪୬ ପିଲା କରୋନା ପଜିଟିଭ୍ ହୋଇଥିବା ଜଣାପଡିଛି। ଏତେ ସଂଖ୍ୟକ ପିଲା କରୋନା ପଜିଟିଭ୍ ହୋଇ ଥିବାରୁ ପିଲାମାନଙ୍କ କ୍ଷେତ୍ରରେ କରୋନା ପ୍ରଭାବର ଭୟ ବଢିବାରେ ଲାଗିଛି। ଏଥିରୁ ଆଶଙ୍କା ପ୍ରକାଶ ପାଇଛି ଯେ ତୃତୀୟ ଲହରରେ ପିଲାମାନଙ୍କ ଉପରେ କୋଭିଡ୍‌ର ଏକ ବଡ଼ ପ୍ରଭାବ ପଡିପାରେ।

Advertisment

ବେଙ୍ଗାଲୁରୁ ମ୍ୟୁନିସିପାଲିଟି କର୍ପୋରେସନ୍ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଅଗଷ୍ଟ ୧ ରୁ ୧୧ ମଧ୍ୟରେ ୦-୯ ବର୍ଷ ବୟସର ୮୮ ପିଲା, ୧୦-୧୯ ବର୍ଷ ବୟସର ୩୦୫ ପିଲା କରୋନାରେ ସଂକ୍ରମିତ ହୋଇଛନ୍ତି। ଏହି ସମୟରେ ୯-୧୨ ଶ୍ରେଣୀର ପିଲାମାନଙ୍କ ପାଇଁ ପୁନର୍ବାର ସ୍କୁଲ ଖୋଲିବା ନେ‍ଇ କର୍ଣ୍ଣାଟକ ସରକାର ଘୋଷଣା କରିଛନ୍ତି। ଏହି ମାସ ଶେଷ ସୁଦ୍ଧା ବିଦ୍ୟାଳୟଗୁଡ଼ିକ ଖୋଲାଯାଇପାରିବ ବୋଲି ଘୋଷଣା ହୋଇଛି।

Advertisment

ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ "ପିଲାମାନଙ୍କ ମଧ୍ୟରେ କରୋନା ଭାଇରସ୍ କିଛି ଦିନ ମଧ୍ୟରେ ତିନି ଗୁଣ ବଢିପାରେ ଯାହା ଅତ୍ୟନ୍ତ ଚିନ୍ତାର ବିଷୟ। ସେ କହିଛନ୍ତି ଯେ ଆମ ପିଲାମାନଙ୍କୁ ଏହି ଭାଇରସରୁ ରକ୍ଷା କରିବା ପାଇଁ ସେମାନଙ୍କୁ ଘରେ ରଖିବା ଉଚିତ। ବୟସ୍କମାନଙ୍କ ତୁଳନାରେ ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଅଧିକ ହେବ ନାହିଁ। ତେଣୁ ଅଭିଭାବକମାନେ ନିଜ ପିଲାମାନଙ୍କୁ ଘର ଭିତରେ ରଖିବା ଅତ୍ୟନ୍ତ ଜରୁରୀ।"

ରାଜ୍ୟରେ ନାଇଟ୍ କର୍ଫ୍ୟୁ ଏବଂ ୱିକେଣ୍ଡ୍ କର୍ଫ୍ୟୁ ବ୍ୟବସ୍ଥା ଜାରି ରହିବ ବୋଲି କର୍ଣ୍ଣାଟକ ସରକାର ପୂର୍ବରୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ କେରଳ ଏବଂ ମହାରାଷ୍ଟ୍ରର ସୀମା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। କେବଳ ସେହି ଲୋକମାନେ ରାଜ୍ୟରେ ପ୍ରବେଶ କରିପାରିବେ ଯାହାର ୭୨ ଘଣ୍ଟା ପୂର୍ବରୁ RTPCRରେ ନେଗେଟିଭ୍ ରିପୋର୍ଟ ଥିବ।

ପୂର୍ବ ଏକ ମାସ ମଧ୍ୟରେ, କର୍ଣ୍ଣାଟକରେ ପ୍ରତିଦିନ ପ୍ରାୟ ୧୫୦୦ ନୂଆ ମାମଲା ବାହାରୁଛି। ଏହାକୁ ଦୃଷ୍ଟିରେ ରଖି ପ୍ରତି ମାସରେ ଟିକାକରଣର ବେଗକୁ ୬୫ ଲକ୍ଷରୁ ୧ କୋଟିକୁ ବୃଦ୍ଧି କରିବାକୁ ନୂତନ ମୁଖ୍ୟମନ୍ତ୍ରୀ ବସଭରାଜ ବମ୍ମାଇ ପ୍ରତିଶୃତି ଦେଇଛନ୍ତି।

Bengaluru COVID-19
Advertisment
Advertisment