Advertisment

କରୋନାରେ ଆକ୍ରାନ୍ତ ହୋଇ ୪ ଶିଶୁଙ୍କ ଗଲା ଜୀବନ

କେରଳରେ କରୋନାର ସଙ୍ଗୀନ ସ୍ଥିତି। କରୋନାରେ ସଂକ୍ରମିତ ହୋଇ ଆଜି ୪ ଜଣ ଶିଶୁଙ୍କ ଜୀବନ ଯାଇଥିବା ନେଇ ସୂଚନା ମିଳିଛି। ବିଶେଷଜ୍ଞମାନେ କହିଲେଣି କେରଳରୁ ହିଁ ଆରମ୍ଭ ହେବ କରୋନା ତୃତୀୟ ଲହର। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ଗତ ୧୫୦ ଦିନ ମଧ୍ୟରେ ୩୦୦ ରୁ ଅଧିକ ପିଲା ମଲ୍ଟି ସିଷ୍ଟମ ଇନଫ୍ଲାମେଟୋରୀ ସିଣ୍ଡ୍ରୋମ-ଇନ୍ ଚାଇଲ୍ଡ (MIS-C) ସଂକ୍ରମଣରେ ଶିକାର ହେବାରେ ଲାଗିଛନ୍ତି।

author-image
Sarbeswar
ସେପ୍ଟେମ୍ବରରେ ଦୈନିକ ଆସିପାରେ ୪ ଲକ୍ଷ କରୋନା କେସ୍‌: ୨ ଲକ୍ଷ ICU ବେଡ଼୍‌ ରଖିବାକୁ ପରାମର୍ଶ

covid19

ନୂଆଦିଲ୍ଲୀ: କେରଳରେ କରୋନାର ସଙ୍ଗୀନ ସ୍ଥିତି। କରୋନାରେ ସଂକ୍ରମିତ ହୋଇ ଆଜି ୪ ଜଣ ଶିଶୁଙ୍କ ଜୀବନ ଯାଇଥିବା ନେଇ ସୂଚନା ମିଳିଛି। ବିଶେଷଜ୍ଞମାନେ କହିଲେଣି କେରଳରୁ ହିଁ ଆରମ୍ଭ ହେବ କରୋନା ତୃତୀୟ ଲହର। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ଗତ ୧୫୦ ଦିନ ମଧ୍ୟରେ ୩୦୦ ରୁ ଅଧିକ ପିଲା ମଲ୍ଟି ସିଷ୍ଟମ ଇନଫ୍ଲାମେଟୋରୀ ସିଣ୍ଡ୍ରୋମ-ଇନ୍ ଚାଇଲ୍ଡ (MIS-C) ସଂକ୍ରମଣରେ ଶିକାର ହେବାରେ ଲାଗିଛନ୍ତି। ଯାହାକୁ ନେଇ ଏବେ ଚିନ୍ତା ବଢିବାରେ ଲାଗିଛି। ଯେଉଁ ପିଲାମାନେ ୨ ମାସରୁ ଅଧିକ ସମୟ ଧରି କରୋନାରେ ସଂକ୍ରମଣ ହୋଇଛନ୍ତି ସେମାନଙ୍କ ଶରୀରରେ ଏହି ସଂକ୍ରମଣ ଦେଖାଯାଉଛି।

Advertisment

କେରଳ ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ, ଏହି ରୋଗରେ ସଂକ୍ରମଣ ହେଲେ ଉଚିତ୍‌ ସମୟରେ ଚିକିତ୍ସା କରାଇଲେ ତାହା ଭଲ ହେବ। କିନ୍ତୁ ହେଜ୍ଞାନ କଲେ ମୃତ୍ୟୁ ହୋଇପାରେ। ତେଣୁ ପିଲାମାନେ ଏହି ରୋଗରେ ସଂକ୍ରମିତ ହେଲେ ଯଥାଶୀଘ୍ର ମେଡିକାଲ ଯାଇ ଚିକିତ୍ସା କରାଇବା ସହ ଡ଼ାକ୍ତରୀ ପରାମର୍ଶ କରିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କହିଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ସଂକ୍ରମଣରେ ଯେଉଁମାନେ ସଂକ୍ରମିତ ଅଛନ୍ତି ସେମାନଙ୍କର ବୟସ ୧୫ ବର୍ଷରୁ କମ୍‌ ରହିଛି। ତେଣୁ ସଂକ୍ରମଣର ଆଶଙ୍କା ସବୁଠୁ ଅଧିକ ପିଲାମାନଙ୍କ କ୍ଷେତ୍ରରେ ଦେଖାଯାଇପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। ଚଳିତ ବର୍ଷ ମାର୍ଚ୍ଚରେ ଥିରୁବନନ୍ତପୁରମର ସରକାରୀ ମେଡ଼ିକାଲରେ ପ୍ରଥମ MIS-C ମାମଲା ରିପୋର୍ଟ କରାଯାଇଥିଲା।

Advertisment

ସୂଚନା ଅନୁସାରେ, କେରଳରେ ତୀବ୍ର ବେଗରେ ମାଡ଼ି ଚାଲିଛି ମହାମାରୀ । ଫଳରେ ସାରା ଦେଶରେ କରୋନାର ତୃତୀୟ ଲହରୀ ଆରମ୍ଭ ନେଇ ସଙ୍କଟ ଘନେଇବାରେ ଲାଗିଛି । ଆଜି କ୍ରମାଗତ ଚତୁର୍ଥ ଦିନ ପାଇଁ ଦେଶରେ ୪୦ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୫,୦୮୩ ନୂତନ କରୋନା ମାମଲା ଆସିଥିବା ବେଳେ ୪୬୦ କରୋନା ସଂକ୍ରମିତଙ୍କ ଜୀବନ ଯାଇଛି । ଏଥି ସହିତ ଗତ ୨୪ ଘଣ୍ଟା ମଧ୍ୟରେ ୩୫,୮୪୦ ସଂକ୍ରମିତ କରୋନାକୁ ମାତ ଦେଇ ଘରକୁ ଫେରିଛନ୍ତି ।

ଭାରତରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା

କରୋନା ମହାମାରୀ ଆରମ୍ଭରୁ ଏବେ ସୁଦ୍ଧା ମୋଟ ୩ କୋଟି ୨୬ ଲକ୍ଷ ୯୫ ହଜାର ଲୋକ ସଂକ୍ରମିତ ହୋଇଛନ୍ତି । ସେଥିମଧ୍ୟରୁ ମହାମାରୀ ପାଇଁ ୪ ଲକ୍ଷ ୩୭ ହଜାର ୮୩୦ ଜଣଙ୍କର ଜୀବନ ଯାଇଛି । ତେବେ ଆଶ୍ୱସ୍ତିକର କଥା ହେଉଛି ଏପର୍ଯ୍ୟନ୍ତ ୩ କୋଟି ୧୮ ଲକ୍ଷ ୮୮ ହଜାର ଲୋକ କରୋନାକୁ ହରାଇ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ଦେଶରେ କରୋନା ସକ୍ରିୟ ମାମଲା ସଂଖ୍ୟା ତିନି ଲକ୍ଷରୁ ଅଧିକ, ଯେଉଁମାନେ ଚିକିତ୍ସିତ ହେଉଛନ୍ତି।

COVID19 India Coronavirus Kerala
Advertisment
Advertisment