• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସ୍ୱାଧିନ ଭାରତର ସବୁଠାରୁ ସଫଳ ପ୍ରଧାନମନ୍ତ୍ରୀ ହେଉଛନ୍ତି ନରେନ୍ଦ୍ର ମୋଦି । ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ମୋଦିଙ୍କୁ ଭୁୟସୀ ପ୍ରଶଂସା କରିବା ବେଳେ ଅମିତ ଶାହ ଏଭଳି କହିଛନ୍ତି । ଯାହା ଏବେ ସାରା ଭାରତରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଅବସରରେ ଶାହ କହିଛନ୍ତି ଗତ ୩୦ ବର୍ଷରେ ପ୍ରଥମ ଥର ପାଇଁ ଦେଶବାସୀ ଜଣେ ସଂଖ୍ୟା ଗରିଷ୍ଠ ହାସଲ କରିଥିବା ଦଳ ପାଇବା ସହ ଜଣେ ଦକ୍ଷ ପ୍ରଧାନମନ୍ତ୍ରୀ ପାଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସତ୍ତାରେ ରହିବାର ୨୦ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲଶୀରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ, ୨୦୧୪ ପୂର୍ବରୁ ଦେଶବାସୀଙ୍କ ମନରେ ଅନେକ ଆଶଙ୍କା ଥିଲା । କିନ୍ତୁ ଏବେ ଦେଶର ଜନତା ପିଏମ୍‌ ମୋଦିଙ୍କ ମୋ’ ଠାରୁ ଅଧିକ ଜାଣିଛନ୍ତି । ୨୦୧୪ରେ ଦେଶବାସୀ ଅତ୍ୟନ୍ତ ଧର୍ଯ୍ୟର ସହ ନିଷ୍ପତି ନେଇ, ପୁର୍ଣ୍ଣ ବ ହୁମତ ସହ ନରେନ୍ଦ୍ର ମୋଦିଙ୍କୁ ଦେଶର ଶାସନଭାର ଟେକିଦେଲେ ।

ଶାହ ଆହୁରି କହିଛନ୍ତି, ଦେଶ ସ୍ୱାଧିନକୁ ୭୫ ବର୍ଷ ପୁରିଛି । ଯେତେବେଳେ ଆମେ ସ୍ୱାଧିନ ହେଲେ, ସେତେବେଳେ ଦେଶର ସମ୍ବିଧାନ ସଭା ବସିଥିଲା, ଆଉ ସେଥିରେ ମଲ୍ଟି ପାର୍ଟି ଡେମୋକ୍ରାଟିକ୍‌ ସିଷ୍ଟମକୁ ସ୍ୱୀକାର କରାଗଲା । ଅନେକ ଭାବିଚିନ୍ତି ଯାହା ଦେଶ ପାଇଁ ସବୁଠାରୁ ଭଲ, ସେହି ନିଷ୍ପତି ନିଆଗଲା । ଏତେ ବଡ଼ ଦେଶ ଯେଉଁଠି ଅନେକ ବିବିଧତା ରହିଛି । ସେଠାରେ ବ୍ୟକ୍ତିକୈନ୍ଦ୍ରିକ ଶାସନ ଚାଲିବା ଉଚିତ ବି ନୁହେଁ । ତେଣୁ ମଲ୍ଟି ପାର୍ଟି ଡେମୋକ୍ରାଟିକ୍‌ ସିଷ୍ଟମ୍‌ର ନିଷ୍ପତି ରହିବା ନିହାତି ଆବଶ୍ୟକ । ପ୍ରତ୍ୟେକ ଦଳର ଆଦର୍ଶ ରହିବା ଉଚିତ୍ ।

ଶାହ ଆହୁରି କହିଛନ୍ତି, ୨୦୧୪ ଆସିବା ବେଳକୁ ଦେଶରେ ରାମ ରାଜ୍ୟ ଗଠନ କରିବାର ପରିକଳ୍ପନା ଧ୍ୱସ୍ତ ହୋଇଯାଇଥିଲା । ଲୋକଙ୍କ ମନରେ ଆଶଙ୍କା ଥିଲା ଯେ, ସେମାନଙ୍କର ମଲ୍ଟି ପାର୍ଟି ଡେମୋକ୍ରାଟିକ୍‌ ସିଷ୍ଟମ୍‌ ଫେଲ୍‌ ହୋଇଗଲା କି ? କିନ୍ତୁ ଦେଶର ଜନତା ଧର୍ଯ୍ୟର ସହ ନିଷ୍ପତି ନେଲେ ଏବଂ ସଂଖ୍ୟଗରିଷ୍ଠତାର ସହ ନରେନ୍ଦ୍ର ମୋଦିଙ୍କ ହାତକୁ ଦେଶର ଶାସନ ଭାର ଟେକିଦେଲେ ।

ନରେନ୍ଦ୍ର ମୋଦି ଯେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଥିଲେ ସେତେବେଳେ ସେ ଅନେକ କିଛି ପାରିବର୍ତ୍ତନ କରିବାକୁ ଚେଷ୍ଟା କରିଥିଲେ । ଅନେକ ବଡ଼ ବଡ଼ କାମ ସେ ଗୁଜରାଟରେ କରିଛନ୍ତି । ରିଫାର୍ମସ୍‌ ଓ ଦକ୍ଷତା ବିକାଶ ଉପରେ ଅଧିକ ଗୁରୁତ୍ୱ ଦେଲେ । ଏହାପରେ ସେଠାରେ ମଧ୍ୟ ଲୋକଙ୍କର ବିକାଶ ହେବାରେ ଲାଗିଲା । ଲୋକମାନେ ସ୍ୱାବଲମ୍ବି ହେବାକୁ ଲାଗିଲେ ।