Advertisment

ସକାଳୁ ସକାଳୁ ହୋଟେଲରେ ଲାଗିଲା ନିଆଁ, ୨ ମୃତ

ଦକ୍ଷିଣପଶ୍ଚିମ ଦିଲ୍ଲୀର ଦ୍ୱାରକା ସ୍ଥିତ ଏକ ହୋଟେଲରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଆଜି ସକାଳେ ହୋଟେଲରେ ନିଆଁ ଲାଗି ଯାଇଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ସକାଳୁ ସକାଳୁ ହୋଟେଲରେ ଲାଗିଲା ନିଆଁ, ୨ ମୃତ

Fire At Hotel

  • ସକାଳୁ ସକାଳୁ ହୋଟେଲରେ ଅଗ୍ନିକାଣ୍ଡ
  • ଅଗ୍ନିକାଣ୍ଡରେ ୨ ମୃତ
  • ୨ ଘଣ୍ଟା ପରେ ଆୟତ୍ତ ହେଲା ନିଆଁ
Advertisment

ନୂଆଦିଲ୍ଲୀ: ଦକ୍ଷିଣପଶ୍ଚିମ ଦିଲ୍ଲୀର ଦ୍ୱାରକା ସ୍ଥିତ ଏକ ହୋଟେଲରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଆଜି ସକାଳେ ହୋଟେଲରେ ନିଆଁ ଲାଗି ଯାଇଥିଲା।

ସୂଚନା ଅନୁସାରେ, ଆଜି ସକାଳ ୭ଟା ୨୫ରେ ଦ୍ୱାରକା ସେକ୍ଟର ୮ ସ୍ଥିତ କ୍ରିଷ୍ଣା ହୋଟେଲରେ ନିଆଁ ଲାଗି ଯିବା ନେଇ ଅଗ୍ନିଶମ ବାହିନୀ ଓ ପୋଲିସକୁ ଖବର ଦିଆଯାଇଥିଲା। ଖବର ପାଇ ୮ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ୨ ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ଉଦ୍ଧାର କାର୍ଯ୍ୟ ସମୟରେ ୨ଟି ମୃତଦେହ ଉଦ୍ଧାର କରାଯାଇଥିଲା। 

Advertisment

ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ମଧ୍ୟରାତ୍ରରେ ସର୍ଟ ସର୍କିଟ୍‌ ହୋଇଥିଲା ଓ ବିଦ୍ୟୁତ୍‌ ସରବରାହ ବନ୍ଦ ହୋଇଯାଇଥିଲା। ଅଧ ଘଣ୍ଟା ପରେ ବିଦ୍ୟୁତ୍‌ ପୁଣି ଆସିଥିଲା। ହେଲେ ସକାଳେ ହୋଟେଲରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା ଓ ପରେ ଜଣାପଡ଼ିଥିଲା ହୋଟେଲରେ ଅଗ୍ନିକାଣ୍ଡ ଘଟିଛି। ଗ୍ରାଉଣ୍ଡ୍‌ ଫ୍ଲୋର ଓ ରିସେପସନ୍‌ ଏରିଆରେ ନିଆଁ ଲାଗି ଯାଇଥିବା ଜଣାପଡ଼ିଥିଲା। 

Fire At Hotel New Delhi
Advertisment
Advertisment