Advertisment

ଦେଶ ପାଳିବ “ମୁସଲିମ ମହିଳା ଅଧିକାର ଦିବସ”

ଆସନ୍ତାକାଲି ଅଗଷ୍ଟ ୧, ୨୦୨୧ରେ ଦେଶର ବିଭିନ୍ନ ସଂଗଠନ ଦ୍ୱାରା “ମୁସଲିମ ମହିଳା ଅଧିକାର ଦିବସ” ପାଳନ କରାଯିବ। ଆସନ୍ତାକାଲି ଅର୍ଥାତ ଅଗଷ୍ଟ ୧ରେ ନୂଆଦିଲ୍ଲୀରେ “ମୁସଲିମ ମହିଳା ଅଧିକାର ଦିବସ” ରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ, କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖାର୍ ଅବ୍ବାସ ନକଭି ଓ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଉପସ୍ଥିତ ରହିବେ।

author-image
Pramod Behera
ଦେଶ ପାଳିବ “ମୁସଲିମ ମହିଳା ଅଧିକାର ଦିବସ”

Mukhtar Abbas Naqvi

ନୂଆଦିଲ୍ଲୀ : ମୁସଲିମ୍ ମହିଳାଙ୍କ ସୁରକ୍ଷା ପାଇଁ ଦୁଇ ବର୍ଷ ପୂର୍ବେ ଅଗଷ୍ଟ ୧, ୨୦୧୯ରେ “ତିନ ତଲାକ” ଆଇନତଃ ଅପରାଧ ବୋଲି ଘୋଷଣା କରାଯାଇଥିଲା। ବର୍ତ୍ତମାନ କେନ୍ଦ୍ର ସରକାର ଅଗଷ୍ଟ ୧କୁ “ମୁସଲିମ ମହିଳା ଅଧିକାର ଦିବସ” ଭାବରେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖାର୍ ଅବ୍ବାସ ନକଭି ଆଜି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଅଗଷ୍ଟ ୧, ୨୦୧୯ରେ “ତିନ୍ ତଲାକ” ବା “ତାଲାକେ ବିଦ୍ଦତ”କୁ ଆଇନଗତ ଅପରାଧ ବୋଲି ଘୋଷଣା କରିଥିଲେ। ମୁସଲମାନଙ୍କ ଏହି ପରମ୍ପରାକୁ ଆଇନଗତ ଅପରାଧ କରିବା ପରେ ତିନ୍ ତଲାକର ଘଟଣା ବହୁ ମାତ୍ରାରେ ହ୍ରାସ ପାଇଛି। ସମଗ୍ର ଦେଶରେ ମୁସଲମାନ ମହିଳାମାନେ ଏହାକୁ ସ୍ୱାଗତ କରିଛନ୍ତି।

Advertisment

ଆସନ୍ତାକାଲି ଅଗଷ୍ଟ ୧, ୨୦୨୧ରେ ଦେଶର ବିଭିନ୍ନ ସଂଗଠନ ଦ୍ୱାରା “ମୁସଲିମ ମହିଳା ଅଧିକାର ଦିବସ” ପାଳନ କରାଯିବ। ଆସନ୍ତାକାଲି ଅର୍ଥାତ ଅଗଷ୍ଟ ୧ରେ ନୂଆଦିଲ୍ଲୀରେ “ମୁସଲିମ ମହିଳା ଅଧିକାର ଦିବସ” ରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ, କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖାର୍ ଅବ୍ବାସ ନକଭି ଓ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଉପସ୍ଥିତ ରହିବେ।

Advertisment

ନାକଭି କହିଛନ୍ତି ଯେ “ତିନ୍‌ ତାଲାକ”କୁ ଏକ ଆଇନଗତ ଅପରାଧ କରି ମୋଦୀ ସରକାର ମୁସଲିମ ମହିଳାମାନଙ୍କ “ଆତ୍ମନିର୍ଭରଶୀଳତା, ଆତ୍ମ ସମ୍ମାନ, ଆତ୍ମବିଶ୍ୱାସ" କୁ ଦୃଢ କରି ସେମାନଙ୍କର ସାମ୍ବିଧାନିକ-ମୌଳିକ-ଗଣତାନ୍ତ୍ରିକ ତଥା ସମାନତା ଅଧିକାରକୁ ସୁନିଶ୍ଚିତ କରିଛନ୍ତି।

ଉଲ୍ଲେଖଥାଉ ଯେ ଜୁଲାଇ ୨୦୧୯ ରେ ମୁସଲିମ ମହିଳା ବିବାହ ଅଧିକାର ସଂରକ୍ଷଣ ସଂସଦର ଉଭୟ ଗୃହରେ ପାରିତ ହୋଇଥିଲା ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ବିଲ୍‌କୁ ୧ ଅଗଷ୍ଟ ୨୦୧୯ରେ ମଞ୍ଜୁରୀ ପ୍ରଦାନ କରିଥିଲେ। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ “ତିନ୍ ତଲାକ୍” ଏକ ଆଇନଗତ ଅପରାଧ ହୋଇଗଲା।

Muslims Mukhtar Abbas Naqvi National News
Advertisment
Advertisment