Advertisment

ପ୍ରବଳ ବର୍ଷା: ଚାଲିଗଲା ୨୪ ଜୀବନ, ୧୦୦ରୁ ଅଧିକ ନିଖୋଜ

ଉପକୂଳ ଆନ୍ଧ୍ରପ୍ରଦେଶରେ ହୋଇଥିବା ବର୍ଷା ଗତ ୩୦ ବର୍ଷର ରେକର୍ଡ ଭାଙ୍ଗିଛି। ଲଗାଣ ବର୍ଷା ଯୋଗୁ ରାଜ୍ୟର ୧୩ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷା ବିତ୍ପାତ ଯୋଗୁ ଏଯାଏଁ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ୧୦୦ରୁ ଅଧିକ ନିଖୋଜ ଅଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Andhra Pradesh Rain

Andhra Pradesh Rain

ବିଶାଖାପାଟଣା: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆନ୍ଧ୍ରପ୍ରଦେଶରେ ଅତି ପ୍ରବଳ ବର୍ଷା ହୋଇଛି।  ଲଗାଣ ବର୍ଷା ଯୋଗୁ ରାଜ୍ୟର ୧୩ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ‍ବର୍ଷାରେ ରୟାଲସୀମା ଅଞ୍ଚଳ ଅଧିକ ପ୍ରଭାବିତ ହୋଇଥିବା ବେଳେ ଚିତ୍ତୁର, କୁର୍ଣ୍ଣୁଲ, ଅନନ୍ତପୁର ଓ କଡପ୍ପା ଜିଲ୍ଲା ମଧ୍ୟ ପ୍ରଭାବିତ ହୋଇଛି। 

Advertisment

ତିରୁପତି ସହରର ତଳି ଅଞ୍ଚଳରେ ୮ ରୁ ୯ ଫୁଟ  ବନ୍ୟାଜଳ ପ୍ରବାହିତ ହେଉଛି। ଚିତ୍ତୋର ଜିଲ୍ଲାର ଅନେକ ଅଞ୍ଚଳ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ଚିତ୍ତୁର, କଡପା ଜିଲ୍ଲାର ସମସ୍ତ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସବୁ  ଡ୍ୟାମ୍ ଖୋଲାଯାଇଛି।

କଡପ୍ପା ଜିଲ୍ଲାର ଅଧିକାଂଶ ଗାଁ ଜଳମଗ୍ନ ହୋଇଛି। ସେହିପରି ଚିତ୍ତୋର ଜିଲ୍ଲାର ଅନେକ ଅଞ୍ଚଳ ବାହ୍ୟଜଗତରୁ ବିଛିନ୍ନ ହୋଇଛି । ଜିଲାକୁ ସଂଯୋଗ କରିଥିବା ସମସ୍ତ ମୁଖ୍ୟ ସଡ଼କ ଓ ରେଳପଥ ବନ୍ୟାରେ ଭାସିଯାଇଛି । ଜିଲ୍ଲାର ସମସ୍ତ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଏହାସହ ତିରୁମାଲା ତିରୁପତି ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଫସି ରହିଛନ୍ତି ।

Advertisment

ତିନି ଦିନ ଧରି ଲାଗି ରହିଥିବା ବର୍ଷା ବିତ୍ପାତ ଯୋଗୁ ଏଯାଏ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ୧୦୦ରୁ ଅଧିକ ନିଖୋଜ ଅଛନ୍ତି। ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ଉଦ୍ଧାର କାର୍ଯ୍ୟରେ ରେସ୍କ୍ୟୁ ଟିମ୍‌କୁ ମୁତୟନ କରାଯାଇଛି। ବନ୍ୟା ଯୋଗୁ ଅଧିକାଂଶ ଲୋକ ଫସି ଯାଇଥିବା ଆଶଙ୍କା କରାଯାଉଛି। ନଭେମ୍ବର ୨୫ ଯାଏ କଡପ୍ପା ଏୟାରପୋର୍ଟ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। 

ଚେୟୁରୁ ନଦୀରେ ହଠାତ ବନ୍ୟା ଆସିବାରୁ ୩ ଜଣଙ୍କୁ ଭସାଇ ନେଇଛି। ଚିତ୍ତୁର ଜିଲ୍ଲାରେ ବର୍ଷା ସୁଅରେ ଅନେକ ଗୃହପାଳିତ ପଶୁ ଭାସୁଥିବା ଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି । ଉପକୂଳ ଆନ୍ଧ୍ରରେ  ହୋଇଥିବା ଏହି ବର୍ଷା ଗତ ୩୦ ବର୍ଷର ରେକର୍ଡ ଭାଙ୍ଗିଛି। ଏନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।

Andhra Pradesh Rain Andhra Pradesh Rain Rain In Andhra Pradesh
Advertisment
Advertisment