/odishatv-khabar/media/post_attachments/uploadimage/library/16_9/16_9_0/ss_1634956301.jpg)
Uttarakhand Rains
ଡେରାଡୁନ: ଉତ୍ତରାଖଣ୍ଡରେ ବର୍ଷା ଓ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୬୭କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ୧୨ ଜଣ ଟ୍ରେକର ଥିବା ସୂଚନା ମିଳିଛି। ଲାମ୍ଖାଗା ଗିରିପଥରେ ମୋଟ ୧୭ ଜଣ ଟ୍ରେକର ନିଖୋଜ ହୋଇଯାଇଥିଲେ। ନିଖୋଜ ଟ୍ରେକର୍ଙ୍କୁ ଠାବ କରିବା ଲାଗି ବାୟୁସେନା ପକ୍ଷରୁ ଏକ ବଡ ଧରଣର ଅପରେସନ ଆରମ୍ଭ ହୋଇଛି।
ସୂଚନାଥାଉ କି, ଗତ ୧୮ ତାରିଖରେ ସମୁଦ୍ର ପତ୍ତନ ଠାରୁ ୧୭ ହଜାର ଫୁଟ ଉଚ୍ଚତାରେ ଥିବା ଲାମ୍ଖାଗା ଗିରିପଥ ଅତିକ୍ରମ କରୁଥିବା ବେଳେ ପ୍ରବଳ ବର୍ଷା ଓ ବରଫପାତ ଯୋଗୁ ଗାଇଡଙ୍କ ସହ ୧୭ ଜଣ ଟ୍ରେକର ନିଖୋଜ ହୋଇଯାଇଥିଲେ। ଏହାପରେ ବାୟୁସେନାର ଆଡଭାନସଡ୍ ଲାଇଟ ହେଲିକପ୍ଟର ଦ୍ୱାରା ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।
Also Read
କଠିନ ପରିସ୍ଥିତି ଓ ପ୍ରତିକୂଳ ପାଗ ସତ୍ତ୍ୱେ ଗତକାଲି ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଏଥିସହ ୫ ଜଣଙ୍କ ମୃତଦେହ ମିଳିଥିଲା। ଅନ୍ୟମାନଙ୍କୁ ଠାବ କରିବାପାଇଁ ଏନଡିଆରଏଫ୍, ଆଇଟିବିପି, ଡୋଗ୍ରା ସ୍କାଉଟ୍ ଓ ସ୍ଥାନୀୟ ଉଦ୍ଧାରକାରୀ ଟିମ୍କୁ ନିୟୋଜିତ କରାଯାଇଛି। ହିମାଚଳ ପ୍ରଦେଶର କିନୌର ଓ ଉତ୍ତରାଖଣ୍ଡର ହରସିଲ ଜିଲ୍ଲାକୁ ଲାମ୍ଖାଗା ଗିରିପଥ ସଂଯୋଗ କରିଥାଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)