Advertisment

ଦିଲ୍ଲୀରେ ପହଞ୍ଚିଲେ ସମୀର ଓ୍ୱାଙ୍ଖଡେ, କହିଲେ-‘ସମନ୍ ହୋଇନି ବରଂ ଅଫିସ୍ କାର୍ଯ୍ୟରେ ଆସିଛି’

ମୁମ୍ବାଇ ଡ୍ରଗସ ପାର୍ଟି ମାମଲାରେ ଗୋଟିଏ ପରେ ଗୋଟିଏ ଟ୍ୱିଷ୍ଟ୍‌ ସାମ୍ନାକୁ ଆସୁଛି। ପ୍ରତିଦିନ ମାମଲାରେ ଖୋଲୁଛି ଗୋଟିଏ ପରେ ଗୋଟିଏ ଫର୍ଦ୍ଦ। ଏନ୍‌ସିବି ଅଧିକାରୀ ସମୀର ଓ୍ୱାଙ୍ଖଡେ ଦିଲ୍ଲୀରେ ପହଞ୍ଚିଛନ୍ତି। ଚର୍ଚ୍ଚା ହେଉଛି, ସେ ଆଜି ଏନ୍‌ସିବି ଡିଜି ସତ୍ୟନାରାୟଣ ପ୍ରଧାନଙ୍କୁ ଭେଟି ପାରନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
NCB Officer Sameer Wankhede

NCB Officer Sameer Wankhede

ନୂଆଦିଲ୍ଲୀ: ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲାରେ ଗୋଟିଏ ପରେ ଗୋଟିଏ ଟ୍ୱିଷ୍ଟ୍‌ ସାମ୍ନାକୁ ଆସୁଛି। ପ୍ରତିଦିନ ମାମଲାରେ ଖୋଲୁଛି ଗୋଟିଏ ପରେ ଗୋଟିଏ ଫର୍ଦ୍ଦ। ଗତକାଲି ସନ୍ଧ୍ୟାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ଅଧିକାରୀ ସମୀର ଓ୍ୱାଙ୍ଖଡେ ଦିଲ୍ଲୀରେ ପହଞ୍ଚିଛନ୍ତି। ଚର୍ଚ୍ଚା ହେଉଛି, ସେ ଆଜି ଏନ୍‌ସିବି ଡିଜି ସତ୍ୟନାରାୟଣ ପ୍ରଧାନଙ୍କୁ ଭେଟି ପାରନ୍ତି। ହେଲେ କେଉଁ ବିଷୟରେ ଆଲୋଚନା ହେବ ତାହା ଜଣାପଡ଼ିନି। 

Advertisment

ଦିଲ୍ଲୀ ବିମାନବନ୍ଦରରେ ସମୀର ଓ୍ୱାଙ୍ଖଡେ ପହଞ୍ଚିବା ପରେ ପ୍ରତିକ୍ରିୟା ରଖିଛନ୍ତି। ତାଙ୍କୁ ସମନ୍ ହୋଇନି ବରଂ ଅଫିସ୍ କାର୍ଯ୍ୟରେ ସେ ଦିଲ୍ଲୀ ଆସିଛନ୍ତି ବୋଲି କହିଛନ୍ତି। ଏନ୍‌ସିବି ଡ୍ରଗ୍ସ ଲିଙ୍କ୍‌ର ତଦନ୍ତ କରୁଥିବା ବେଳେ ଏବେ ଖୋଦ୍ ଏନ୍‌ସିବି ଅଧିକାରୀ ସମୀର ଓ୍ୱାଙ୍ଖଡେଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। 

Advertisment

ବଲିଉଡ୍‌ କିଙ୍ଗ୍‌ଖାନ୍ ଶାହରୁଖଙ୍କ ପୁଅ ଆର୍ୟନ ଖାନଙ୍କୁ ମୁକ୍ତ କରିବାକୁ ଏକ ବଡ଼ ଡିଲ୍ ହୋଇଥିଲା। ଏଥିପାଇଁ ଶାହାରୁଖଙ୍କୁ ଏନ୍‌ସିବି ଅଧିକାରୀ ୨୫ କୋଟି ଟଙ୍କା ମାଗିଥିଲେ। କ୍ରୁଜ୍ ରେଭ୍ ପାର୍ଟି ମାମଲାର ସାକ୍ଷୀ ପ୍ରଭାକର ସେଲ୍ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି। ୨୫ କୋଟି ଡିଲ୍ ଅଭିଯୋଗ ସାମ୍ନାକୁ ଆସିବା ପରେ ଏବେ ଭିଜିଲାନ୍ସ ରାଡାର୍‌ରେ ଏନ୍‌ସିବି ଅଧିକାରୀ ସମୀର ଓ୍ୱାଙ୍ଖଡେ। ଏତଦ୍‌ବ୍ୟତୀତ ସମୀରଙ୍କ ନିଯୁକ୍ତି ଓ ବ୍ୟକ୍ତିଗତ ସମ୍ପର୍କକୁ ନେଇ ମହାରାଷ୍ଟ୍ରର ମନ୍ତ୍ରୀ ନୱାବ ମଲ୍ଲିକ ଅନେକ ପ୍ରଶ୍ନ ଉଠାଇଛନ୍ତି।

ଅନ୍ୟପକ୍ଷେ, ଡିଲ୍‌ ଅଭିଯୋଗକୁ ନେଇ ମୁମ୍ବାଇ କ୍ରାଇମବ୍ରାଞ୍ଚ ମଧ୍ୟ ତଦନ୍ତ ଆମ୍ଭ କରିଛି। ଡିଲ୍ ସମ୍ପର୍କରେ ଚାଞ୍ଚଲ୍ୟକର ବୟାନ ଦେଇଥିବା ପ୍ରଭାକର ସେଲ୍‌ଙ୍କୁ ଡାକି କ୍ରାଇମବ୍ରାଞ୍ଚ ପଚରାଉଚରା କରିଛି। ଶାହରୁଖ୍‌ଙ୍କ ମ୍ୟାନେଜର ପୂଜା ଦଦ୍‌ଲାନିଙ୍କୁ ବି ଏହି ମାମଲାରେ ପଚରାଉଚରା କରାଯାଇପାରେ। 

NCB Drugs Case Aryan Khan Sameer Wankhede Mumbai Cruise Rave Party
Advertisment
Advertisment