• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ନିଲାମି ପ୍ରକ୍ରିୟାରେ ଏୟାର ଇଣ୍ଡିଆକୁ ଟାଟା ସନ୍ସ ହାତେଇଥିବା ନେଇ ପ୍ରସାରିତ ଗଣମାଧ୍ୟମ ରିପୋର୍ଟକୁ କେନ୍ଦ୍ର ସରକାର ଖଣ୍ଡନ କରିଛନ୍ତି । ନିଲାମି ପ୍ରକ୍ରିୟାରେ କିଏ ଜିତିଛି ସେନେଇ କୌଣସି ଘୋଷଣା ହୋଇନଥିବା କହିଛନ୍ତି ପୁଞ୍ଜି ପ୍ରତ୍ୟାହାର ଓ ସରକାରୀ ସଂପତ୍ତି ପରିଚାଳନା ବିଭାଗ ସଚିବ ।

ବିଭାଗ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ, ଦୀର୍ଘ ୬୮ ବର୍ଷ ପରେ ଏୟାର ଇଣ୍ଡିଆ ପୁଣି ଟାଟା ଗ୍ରୁପ୍‌କୁ ଫେରିବା ଖବର ସଂପୂର୍ଣ୍ଣ ମିଛ । ଋଣ ବୋଝରେ ବୁଡ଼ିବା ସହ କ୍ଷତିରେ ଚାଲୁଥିବା ଏୟାର ଇଣ୍ଡିଆର ନିଲାମି ପ୍ରକ୍ରିୟାରେ ଟାଟ୍ ସନ୍ସ ଓ ସ୍ପାଇସ ଜେଟ୍ ସାମିଲ ହୋଇଥିଲେ । ତେବେ ଏଥିରେ ଟାଟା ସନ୍ସର ବିଜୟୀ ହୋଇଛି ବୋଲି ସକାଳେ ଖବର ପ୍ରସାରିତ ହୋଇଥିଲା । ତେବେ କେନ୍ଦ୍ର ସରକାର ଏହାକୁ ଖଣ୍ଡନ କରିଛନ୍ତି । ଏୟାର ଇଣ୍ଡିଆ ଏବେ ସୁଦ୍ଧା ୭୦ ହଜାର କୋଟି ଟଙ୍କା କ୍ଷତିରେ ଅଛି । ତା’ଛଡ଼ା ଦୈନିକ ଏୟାର ଇଣ୍ଡିଆ ବାବଦରେ କେନ୍ଦ୍ର ସରକାର ୨ କୋଟି ଟଙ୍କାର କ୍ଷତି ସହୁଛନ୍ତି ।

ସୂଚନାଯୋଗ୍ୟ, ଆଜି ପୂର୍ବାହ୍ନରେ ଏୟାରଲାଇନସ ସଂସ୍ଥା ଟାଟା ସନ୍ସକୁ ବିକ୍ରି ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିଲା । ଏହି ଖବର କ୍ଷୀପ୍ର ବେଗରେ ଚାରି ଆଡ଼େ ମାଡ଼ି ଯାଇଥିଲା । କାରଣ ଦୀର୍ଘ ୬୮ ବର୍ଷ ପୂର୍ବେ ଏହି ଏୟାର ଇଣ୍ଡିଆକୁ ଟାଟା କମ୍ପାନୀ ପକ୍ଷରୁ ଆରମ୍ଭ କରାଯାଇଥିଲା । ହେଲେ ଏହାର ଦାୟିତ୍ୱ ଭାରତ ସରକାର ନେଇଥିଲେ । କିନ୍ତୁ ଏବେ ଏୟାର ଇଣ୍ଡିଆ କମ୍ପାନୀ ଭୀଷଣ କ୍ଷତିରେ ଚାଲିଥିବାରୁ ସରକାର ଏହାକୁ ବିକ୍ରି କରିବାକୁ ଚାହୁଁଥିବା ବେଳେ ସେହି ସଂସ୍ଥାକୁ ପୁଣି ଥରେ ଟାଟା କମ୍ପାନୀ ହାତକୁ ଟେକି ଦିଆଯାଇଛି ।

୧୯୩୨ ମସିହାରେ ଟାଟା ପକ୍ଷରୁ ଟାଟା ଏୟାରଲାଇନ ସ୍ଥାପନ କରାଯାଇଥିଲା । ୧୯୪୬ରେ ଏହାର ନାମ ବଦଳାଇ ଏୟାର ଇଣ୍ଡିଆ ରଖାଯାଇଥିଲା । ୧୯୫୩ ମସିହାରେ ଏୟାର ଇଣ୍ଡିଆର ମାଲିକାନା ସରକାରଙ୍କ ନିୟନ୍ତ୍ରଣକୁ ଆସିଥିଲା । ତେବେ କମ୍ପାନୀ ପରିଚଳନା ଦାୟିତ୍ୱ ଜେ.ଆର.ଡି ଟାଟାଙ୍କ ପାଖରେ ରହିଥିଲା । ୧୯୭୭ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱ ତୁଲାଇଥିଲେ । ପରେ ଟାଟା ଗ୍ରୁପ ଦୀର୍ଘ ଦିନ ଧରି ବିମାନ ଚଳାଚଳ ବ୍ୟବସାୟଠାରୁ ଦୂରେଇ ରହିଥିଲା । ୧୯୯୫ରେ ପୁଣି ଥରେ ଟାଟା ଗ୍ରୁପ୍ ନୂଆ ବିମାନ କମ୍ପାନୀ ଆରମ୍ଭ କରିବା ଲାଗି ସରକାରଙ୍କ ଅନୁମତି ଲୋଡିଥିଲା, କିନ୍ତୁ ବିଫଳ ହୋଇଥିଲା ।