Advertisment

ଖରାପ ହୋଇଯିବାରୁ ରାସ୍ତା କଡରେ ଛିଡା ହୋଇଥିଲା ବସ୍‌, ଚଢିଗଲା ଟ୍ରେଲର

ରାସ୍ତାରେ ବସ୍‌ଟି ହଠାତ୍‌ ଖରାପ ହୋଇଗଲା। ଅନେକ ଯାତ୍ରୀ ବସ୍‌ ଭିତରେ ଥିଲେ। ଆଉ କିଛି ଯାତ୍ରୀ ବସ୍ ତଳେ ଶୋଇଥିଲେ। ଟ୍ରେଲରଟି ବସ୍‌କୁ ଧକ୍କା ଦେବା ସହ ତଳେ ଶୋଇଥିବା ଲୋକଙ୍କ ଉପରେ ଚଢି ଯାଇଥିଲା।

author-image
Minati Mishra
ଖରାପ ହୋଇଯିବାରୁ ରାସ୍ତା କଡରେ ଛିଡା ହୋଇଥିଲା ବସ୍‌, ଚଢିଗଲା ଟ୍ରେଲର

bus and truck collision

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବାରବାଙ୍କିରେ ଲକ୍ଷ୍ନୌ-ଅଯୋଧ୍ୟା ହାଇୱେରେ ଗତରାତିରେ ଏକ  ଭୟଙ୍କର ଦୁର୍ଘଟଣା ଘଟି ଯାଇଛି। ଦୁର୍ଘଟଣାରେ ପ୍ରାୟ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ଅନେକ ଲୋକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚକିତ୍ସିତ ହେଉଛନ୍ତି। ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ  ରାସ୍ତାରେ ଏକ ବସ ଠିଆ ହୋଇଥିଲା। ଏହି ସମୟରେ ଲକ୍ଷ୍ନୌ ଆଡକୁ ଦ୍ରୁତଗତିରେ ଆସୁଥିବା ଏକ ଟ୍ରେଲର ବସ୍‌ଟିକୁ ଧକ୍କା ଦେଇଥିଲା। ଫଳରେ ବସଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା। 

Advertisment

ରାସ୍ତାରେ ବସ୍‌ଟି ହଠାତ୍‌ ଖରାପ ହୋଇଗଲା। ଅନେକ ଯାତ୍ରୀ ବସ୍‌ ଭିତରେ ଥିଲେ। ଆଉ କିଛି ଯାତ୍ରୀ ବସ୍ ତଳେ ଶୋଇଥିଲେ। ଟ୍ରେଲରଟି ବସ୍‌କୁ ଧକ୍କା ଦେବା ସହ ତଳେ ଶୋଇଥିବା ଲୋକଙ୍କ ଉପରେ ଚଢି ଯାଇଥିଲା। ଟ୍ରେଲରଟି ଏତେ ଜୋରରେ ଧକ୍କା  ଦେଇଥିଲା ଯେ, ୧୧ ଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଅନ୍ୟ ୭ ଜଣଙ୍କର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ହୋଇଥିଲା। 

ଏହି ଦୁର୍ଘଟଣା ରାମସନେହିଘାଟ ଥାନା ଅନ୍ତର୍ଗତ ଲକ୍ଷ୍ନୌ-ଅଯୋଧ୍ୟା ହାଇୱେ ଉପରେ କଲ୍ୟାଣୀ ନଦୀର ପୋଲ ଉପରେ ଘଟିଥିଲା।  ଗୁରୁତରମାନଙ୍କୁ ଜିଲ୍ଲା ସଦର ହସ୍ଗିଟଲରେ ଭର୍ତ୍ତି କରାଯାଇଛି। ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ  ପହଞ୍ଚିଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।  ଯାତ୍ରୀବାହୀ ବସ୍‌ଟି ହରିଆଣାରୁ ବିହାର ଯାଉଥିଲା। କଲ୍ୟାଣୀ ନଦୀ ପୋଲ ଉପରେ ବସ୍‌ଟି ଖରାପ ହୋଇଯାଇଥଲା। ବସ୍‌ ଖରାପ ହୋଇଯିବା ଦେଖି ଯାତ୍ରାମାନେ ବସ୍‌ରୁ ବାହାରି ଆସିଥିଲେ ଏବଂ କେହି ବସ୍‌ର ତଳେ, କେହି ଆଗରେ ଏବଂ ଏହାର ଆଖପାଖରେ ଶୋଇ ପଡ଼ିଥିଲେ। ଟ୍ରେଲରଟି ବସ୍‌କୁ ଧକ୍କା ଦେବା ସହ ଏମାନଙ୍କ ଉପରେ ଚଢି ଯାଇଥିଲା। ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୩ ଜଣ ଆହତ ହୋଇଛନ୍ତି।

Advertisment

ଦୁର୍ଘଟଣା ପରେ ଟ୍ରେଲର ଚାଳକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଦୁର୍ଘଟଣା ପରେ ଟ୍ରାଫିକ ଜାମ ହୋଇଯାଇଥିଲା। ଦୀର୍ଘ ପଥ ଯାଏ ଗାଡିମଟର ରାସ୍ତା ଉପରେ ଅଟକି ରହିଥିଲା। ଦୁର୍ଘଟଣାର କିଛି ସମୟରେ ପ୍ରବଳ ବର୍ଷା ଆରମ୍ଭ ହୋଇ ଯାଇଥିଲା ଫଳରେ ଉଦ୍ଧାର କାମରେ ବିଳମ୍ବ ହୋଇଥିଲା। ବାରବାଙ୍କୀ ଏସ୍‌ପି ଏବଂ ଅନ୍ୟ ପୋଲିସ ଅଧିକାରୀମାନେ ରାତି ପ୍ରାୟ ସାଢେ ୨ଟା ସମୟରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ବସ୍‌ରେ ଯାଉଥିବା ଅଧିକାଂଶ ଯାତ୍ରୀବିହାରର ସୀତମାଡି, ସୁପୌଲ ଆଦି ଭିନ୍ନ ଭିନ୍ନ ଇଲାକାର ବୋଲି ଜଣାପଡ଼ିଛି। 

Road Accident Uttar Prades
Advertisment
Advertisment